ଶୃଙ୍ଖଳିତ ନିର୍ବାଚନ ସମାପନ ପାଇଁ ଜିଲ୍ଲା ପୋଲିସ ପ୍ରସ୍ତୁତ: କୋରାପୁଟ ଏସପି

କୋରାପୁଟ: ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ନିର୍ବାଚନ ସମାପନ ନେଇ ଜିଲ୍ଲା ପୋଲିସ ପକ୍ଷରୁ ପ୍ରସ୍ତୁତି ହୋଇଛି। ଜିଲ୍ଲାର ସୀମାନ୍ତରେ ୨୪ଘଣ୍ଟିଆ ନାକାବନ୍ଦି କରାଯାଇଛି ଜିଲ୍ଲାର ପ୍ରବେଶ କରୁଥିବା ସମସ୍ତ ଯାନବାହାନର ଗତିବିଧି ଉପରେ ତୀକ୍ଷ୍‌ଣ ନଜର ରଖାଯାଉଛି।ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲାର ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି ସେଠାରେ ପୋଲିସ ପ୍ରଶାସନର ସ୍ଵତନ୍ତ୍ର ନଜର ରହିବ। ଅପରାଧୀକ କାର୍ଯ୍ୟକଳାପ ଲିପ୍ତ ଥିବା ଲୋକଙ୍କୁ ଚିହ୍ନଟ କରାଯାଇଛି ସେମାନଙ୍କ ଉପରେ ଆଇନ ଅନୁଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା।କୋରାପୁଟ ଜିଲ୍ଲା ଏକ ବଣ ପାହାଡ଼ ଅଞ୍ଚଳ ହୋଇଥିବାରୁ ଅପହଞ୍ଚ ଅଞ୍ଚଳରେ ମତଦାନ କିଭଳି ହେବ ସେନେଇ ବ୍ୟବସ୍ଥା କରାଯାଉଛି। ସୀମାନ୍ତ ଅଞ୍ଚଳରେ ନଜର ରଖିବା ସହ ବିଏସଏଫ, ଆଇଆରବିକୁ ନିଜ ନିଜ ଦାୟିତ୍ବ ଦିଆଯାଇଛି। ଅବିଭକ୍ତ କୋରାପୁଟ ଜିଲ୍ଲା ଏସପି ସହ ସୀମାନ୍ତ ରାଜ୍ୟର ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା ହୋଇଯାଇଛି। ଆସନ୍ତା ସାଧାରଣ ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳା ସହ ସମାପନ ହେବ ସେନେଇ ପୋଲିସ ପ୍ରଶାସ ସମସ୍ତ ବ୍ୟବସ୍ଥା କରିଛି ବୋଲି କହିଛନ୍ତି ଏସପି। 

ଶୃଙ୍ଖଳିତ ନିର୍ବାଚନ ସମାପନ ପାଇଁ ଜିଲ୍ଲା ପୋଲିସ ପ୍ରସ୍ତୁତ: କୋରାପୁଟ ଏସପି

କୋରାପୁଟ: ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ନିର୍ବାଚନ ସମାପନ ନେଇ ଜିଲ୍ଲା ପୋଲିସ ପକ୍ଷରୁ ପ୍ରସ୍ତୁତି ହୋଇଛି। ଜିଲ୍ଲାର ସୀମାନ୍ତରେ ୨୪ଘଣ୍ଟିଆ ନାକାବନ୍ଦି କରାଯାଇଛି ଜିଲ୍ଲାର ପ୍ରବେଶ କରୁଥିବା ସମସ୍ତ ଯାନବାହାନର ଗତିବିଧି ଉପରେ ତୀକ୍ଷ୍‌ଣ ନଜର ରଖାଯାଉଛି।

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲାର ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି ସେଠାରେ ପୋଲିସ ପ୍ରଶାସନର ସ୍ଵତନ୍ତ୍ର ନଜର ରହିବ। ଅପରାଧୀକ କାର୍ଯ୍ୟକଳାପ ଲିପ୍ତ ଥିବା ଲୋକଙ୍କୁ ଚିହ୍ନଟ କରାଯାଇଛି ସେମାନଙ୍କ ଉପରେ ଆଇନ ଅନୁଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା।

କୋରାପୁଟ ଜିଲ୍ଲା ଏକ ବଣ ପାହାଡ଼ ଅଞ୍ଚଳ ହୋଇଥିବାରୁ ଅପହଞ୍ଚ ଅଞ୍ଚଳରେ ମତଦାନ କିଭଳି ହେବ ସେନେଇ ବ୍ୟବସ୍ଥା କରାଯାଉଛି। ସୀମାନ୍ତ ଅଞ୍ଚଳରେ ନଜର ରଖିବା ସହ ବିଏସଏଫ, ଆଇଆରବିକୁ ନିଜ ନିଜ ଦାୟିତ୍ବ ଦିଆଯାଇଛି। ଅବିଭକ୍ତ କୋରାପୁଟ ଜିଲ୍ଲା ଏସପି ସହ ସୀମାନ୍ତ ରାଜ୍ୟର ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା ହୋଇଯାଇଛି। ଆସନ୍ତା ସାଧାରଣ ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳା ସହ ସମାପନ ହେବ ସେନେଇ ପୋଲିସ ପ୍ରଶାସ ସମସ୍ତ ବ୍ୟବସ୍ଥା କରିଛି ବୋଲି କହିଛନ୍ତି ଏସପି।