କଲେଜ ଛାତରୁ ଡେଇଁ ଜୀବନ ହାରିଲେ ଯୁକ୍ତଦୁଇ ଛାତ୍ରୀ

ଭୀମରାମ ଅଞ୍ଚଳରେ ଥିବା ଏକ ଘରୋଇ କଲେଜରେ ଏହି ଘଟଣା ଘଟିଛି। ମୃତ ଛାତ୍ରୀ କଲେଜ ହଷ୍ଟେଲରେ ରହୁଥିଲେ।

କଲେଜ ଛାତରୁ ଡେଇଁ ଜୀବନ ହାରିଲେ ଯୁକ୍ତଦୁଇ ଛାତ୍ରୀ

କଲେଜ ବିଲ୍ଡିଂ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ। ୧୭ବର୍ଷୀୟା ଛାତ୍ରୀ ହଠାତ ଛାତ ଉପରୁ ତଳକୁ ଡେଇଁ ପଡିଥିଲେ । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି। ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନି।

ତେଲେଙ୍ଗାନା ହାନାମକୋଣ୍ଡାରେ ଥିବା ଘରୋଇ କଲେଜରେ ଏଭଳି ଘଟଣା ଘଟିଛି। ୧୭ବର୍ଷୀୟା ଛାତ୍ରୀ ଛାତରୁ ଡେଇଁ ମୃତ୍ୟୁବରଣ କରିଛନ୍ତି। ମୃତ ଛାତ୍ରୀଙ୍କ ନାଁ ସାହିତ୍ୟ। ସେ ଯୁକ୍ତଦୁଇରେ ପଢୁଥିଲେ। ଗତକାଲି ସେ ଛାତ ଉପରକୁ ଯାଇ ତଳକୁ ଡେଇଁ ପଡିଥିଲେ। କଲେଜ କର୍ତ୍ତୃପକ୍ଷ ଏନେଇ କୌଣସି ଅଭିଯୋଗ ଦାଖଲ କରିନଥିବା ପୋଲିସ ସୂଚନା ଦେଇଛି।

ହାନାମକୋଣ୍ଡା ପୋଲିସର ଇନ୍ସପେକ୍ଟର ସଞ୍ଜୀବ କହିଛନ୍ତି, "ଭୀମରାମ ଅଞ୍ଚଳରେ ଥିବା ଏକ ଘରୋଇ କଲେଜରେ ଏହି ଘଟଣା ଘଟିଛି। ମୃତ ଛାତ୍ରୀ କଲେଜ ହଷ୍ଟେଲରେ ରହୁଥିଲେ। ସକାଳେ କଲେଜ ମ୍ୟାନେଜମେଣ୍ଟ ତାଙ୍କ ମୃତଦେହ ଜବତ କରିଛି।"

ପୋଷ୍ଟମର୍ଟମ ପାଇଁ ମୃତଦେହ ପଠାଇଯାଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି। ତେବେ ଛାତ୍ରୀଜଣକ ବିଲ୍ଡିଂରୁ ଡେଇଁବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।