୭ରେ ଯନ୍ତରମନ୍ତରରେ ଅନଶନ କରିବେ ଆପ୍‌ ନେତା

ନୂଆଦିଲ୍ଲୀ,୪ା୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରି ପ୍ରତିବାଦରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତାମାନେ ଏପ୍ରିଲ ୭ରେ ଯନ୍ତରମନ୍ତରରେ ଅନଶନ କରିବେ। ଦିଲ୍ଲୀ ଆପ୍‌ ଆବାହକ ଗୋପାଳ ରାଏ ବୁଧବାର ଏହି ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ଦିଲ୍ଲୀ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ଗୋପାଳ ରାଏ କହିଛନ୍ତି, ଆପ୍‌କୁ ଶେଷ କରିଦେବା ପାଇଁ ଦଳର ରାଷ୍ଟ୍ରୀୟ ଆବାହକ କେଜ୍‌ରିଓ୍ବାଲଙ୍କୁ ଗିରଫ କରାଯାଇଛି। ଏହାର ପ୍ରତିବାଦରେ ଦେଶବ୍ୟାପୀ ଅନଶନ କରିବାକୁ ଆହ୍ବାନ ଦେଉଛୁ। […] The post ୭ରେ ଯନ୍ତରମନ୍ତରରେ ଅନଶନ କରିବେ ଆପ୍‌ ନେତା appeared first on Dharitri Odia News.

୭ରେ ଯନ୍ତରମନ୍ତରରେ ଅନଶନ କରିବେ ଆପ୍‌ ନେତା

ନୂଆଦିଲ୍ଲୀ,୪ା୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରି ପ୍ରତିବାଦରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତାମାନେ ଏପ୍ରିଲ ୭ରେ ଯନ୍ତରମନ୍ତରରେ ଅନଶନ କରିବେ। ଦିଲ୍ଲୀ ଆପ୍‌ ଆବାହକ ଗୋପାଳ ରାଏ ବୁଧବାର ଏହି ସୂଚନା ଦେଇଛନ୍ତି।

ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ଦିଲ୍ଲୀ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ଗୋପାଳ ରାଏ କହିଛନ୍ତି, ଆପ୍‌କୁ ଶେଷ କରିଦେବା ପାଇଁ ଦଳର ରାଷ୍ଟ୍ରୀୟ ଆବାହକ କେଜ୍‌ରିଓ୍ବାଲଙ୍କୁ ଗିରଫ କରାଯାଇଛି। ଏହାର ପ୍ରତିବାଦରେ ଦେଶବ୍ୟାପୀ ଅନଶନ କରିବାକୁ ଆହ୍ବାନ ଦେଉଛୁ। ଗିରଫଦାରିକୁ ବିରୋଧ କରୁଥିବା ପ୍ରତ୍ୟେକ ବ୍ୟକ୍ତି ନିଜ ଘରେ କିମ୍ବା ଅନ୍ୟ କୌଣସି ସ୍ଥାନରେ ଧାରଣା ଦେଇ ଅନଶନ କରିପାରିବେ। ଆପ୍‌ର ସମସ୍ତ ଏମ୍‌ପି, ବିଧାୟକ, କାଉନ୍‌ସିଲର ଓ ପଦାଧିକାରୀ ଯନ୍ତରମନ୍ତରରେ ଅନଶନ କରିବେ। ଏହି ଖୋଲା କାର୍ଯ୍ୟକ୍ରମରେ ଛାତ୍ର ସଙ୍ଗଠନ, କୃଷକ ସଙ୍ଗଠନ ଓ ବ୍ୟବସାୟୀମାନେ ସାମିଲ ହୋଇପାରିବେ।

ପ୍ରକାଶ ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅବକାରୀ ନୀତି ଦୁର୍ନୀତି ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ କେଜ୍‌ରିଓ୍ବାଲଙ୍କୁ ଗିରଫ କରିଥିବାବେଳେ ସ୍ଥାନୀୟ ରାଉଜ୍‌ ଆଭେନ୍ୟୁ କୋର୍ଟ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ତାଙ୍କୁ ବିଚାରବିଭାଗୀୟ ହାଜତ (ତିହାର ଜେଲ)କୁ ପଠାଇଛନ୍ତି।

The post ୭ରେ ଯନ୍ତରମନ୍ତରରେ ଅନଶନ କରିବେ ଆପ୍‌ ନେତା appeared first on Dharitri Odia News.