ମହାରାଷ୍ଟ୍ରରେ ବଡ ଦୁର୍ଘଟଣା: ଟ୍ରେନରୁ ଓହ୍ଲାଇଲା ବେଳେ ମାଡ଼ିଗଲା ଆଉ ଏକ ଟ୍ରେନ, ୧୦ ମୃତ
ମହାରାଷ୍ଟ୍ର,୨୨।୧: ମହାରାଷ୍ଟ୍ରର ଜଳଗାଁଓର ପରଣ୍ଡା ରେଳ ଷ୍ଟେସନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପୁଷ୍ପକ ଏକ୍ସପ୍ରେସର ଯାତ୍ରୀମାନଙ୍କ ଉପରେ କର୍ଣ୍ଣାଟକ ଏକ୍ସପ୍ରେସ ମାଡି ଯାଇଛି। ଖବର ଅନୁଯାୟୀ ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିଥିବା ଗୁଜବ ବ୍ୟାପିଥିଲା, ଯାହା ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା ଏବଂ ସେମାନେ ଟ୍ରେନ୍ ରୁ ଡେଇଁ ପଡ଼ିଥିଲେ। ସେହି ସମୟରେ, କର୍ଣ୍ଣାଟକ ଏକ୍ସପ୍ରେସ ବିପରୀତ ଦିଗରୁ ଆସୁଥିଲା। ତେଣୁ, ପୁଷ୍ପକ ଏକ୍ସପ୍ରେସର ଅନେକ ଯାତ୍ରୀଙ୍କୁ କର୍ଣ୍ଣାଟକ ଏକ୍ସପ୍ରେସ ଧକ୍କା ଦେଇଥିଲା। ଏହି […] The post ମହାରାଷ୍ଟ୍ରରେ ବଡ ଦୁର୍ଘଟଣା: ଟ୍ରେନରୁ ଓହ୍ଲାଇଲା ବେଳେ ମାଡ଼ିଗଲା ଆଉ ଏକ ଟ୍ରେନ, ୧୦ ମୃତ appeared first on Dharitri Odia News.
ମହାରାଷ୍ଟ୍ର,୨୨।୧: ମହାରାଷ୍ଟ୍ରର ଜଳଗାଁଓର ପରଣ୍ଡା ରେଳ ଷ୍ଟେସନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପୁଷ୍ପକ ଏକ୍ସପ୍ରେସର ଯାତ୍ରୀମାନଙ୍କ ଉପରେ କର୍ଣ୍ଣାଟକ ଏକ୍ସପ୍ରେସ ମାଡି ଯାଇଛି। ଖବର ଅନୁଯାୟୀ ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିଥିବା ଗୁଜବ ବ୍ୟାପିଥିଲା, ଯାହା ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା ଏବଂ ସେମାନେ ଟ୍ରେନ୍ ରୁ ଡେଇଁ ପଡ଼ିଥିଲେ। ସେହି ସମୟରେ, କର୍ଣ୍ଣାଟକ ଏକ୍ସପ୍ରେସ ବିପରୀତ ଦିଗରୁ ଆସୁଥିଲା। ତେଣୁ, ପୁଷ୍ପକ ଏକ୍ସପ୍ରେସର ଅନେକ ଯାତ୍ରୀଙ୍କୁ କର୍ଣ୍ଣାଟକ ଏକ୍ସପ୍ରେସ ଧକ୍କା ଦେଇଥିଲା।
ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ଜଳଗାଁଓ ଠାରୁ ୨୦ କିଲୋମିଟର ଦୂରରେ ଘଟିଛି । ଖବର ପାଇ ଜିଲା ପ୍ରଶାସନ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ପ୍ରାରମ୍ଭିକ ସୂଚନା ଅନୁଯାୟୀ, ପୁଷ୍ପକ ଏକ୍ସପ୍ରେସର ଅତି କମରେ ୮ ଜଣ ଯାତ୍ରୀ ବଗିରୁ ଡେଇଁ ପଡ଼ିଥିଲେ ଏବଂ ଅପର ପାର୍ଶ୍ୱରୁ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ ସହିତ ଧକ୍କା ହୋଇଥିଲେ। ପୁଷ୍ପକ ଏକ୍ସପ୍ରେସ ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିଲା।
କୁହାଯାଉଛି ଯେ B4 ବଗିରେ ସ୍ପାର୍କିଂ ହେବା ପରେ ପୁଷ୍ପକ ଏକ୍ସପ୍ରେସକୁ ଅଟକାଇ ଦିଆଯାଇଥିଲା। ଏହି ସମୟରେ, ଏକ ଗୁଜବ ବ୍ୟାପିଗଲା ଯେ ଟ୍ରେନ୍ରେ ନିଆଁ ଲାଗିଯିବାରୁ ତାକୁ ଅଟକାଯାଇଥିଲା। ଏହାପରେ ଲୋକମାନେ ଟ୍ରେନ୍ରୁ ଡେଇଁ ପଡ଼ି ଟ୍ରାକ୍ ଉପରକୁ ଚାଲି ଆସିଥିଲେ। ସେହି ସମୟରେ, ମନମାଡରୁ ଭୁସାଭଲ ଯାଉଥିବା କର୍ଣ୍ଣାଟକ ଏକ୍ସପ୍ରେସ ଅନ୍ୟ ଟ୍ରାକ ଦେଇ ଚାଲିଗଲା। ଏହି ଯାତ୍ରୀମାନଙ୍କୁ କର୍ଣ୍ଣାଟକ ଏକ୍ସପ୍ରେସ ଚାପି ଦେଇଥିଲା। ଏଥିରେ ୮-୧୦ ଜଣଙ୍କର ମୃତ୍ୟୁ ହୋଇଥିଲା।
The post ମହାରାଷ୍ଟ୍ରରେ ବଡ ଦୁର୍ଘଟଣା: ଟ୍ରେନରୁ ଓହ୍ଲାଇଲା ବେଳେ ମାଡ଼ିଗଲା ଆଉ ଏକ ଟ୍ରେନ, ୧୦ ମୃତ appeared first on Dharitri Odia News.