ଦାରିଙ୍ଗବାଡି-କଟକ ସରକାରୀ ବସକୁ ନେଇ ବଢୁଛି କ୍ରେଜ: ଓକିଲ ସଙ୍ଘ ସେଲ୍ଫି ନେବା ଭିଡିଓ ଭାଇରାଲ
ଦାରିଙ୍ଗବାଡି, ୨୪ ।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳର ଦୀର୍ଘ ଦିନର ଅଭାବକୁ ପୁରଣ କରିଛନ୍ତି ରାଜ୍ୟ ସରକାର। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବଢିଛି ଉତ୍ସାହ। ପ୍ରକାଶ ଯେ, କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ହେଡ଼ କ୍ୱାଟରଠାରୁ କଟକ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଶୀତ ତାପ ନିୟନ୍ତ୍ରଣ ବସ୍ ବ୍ୟବସ୍ଥା ଥିବା ଉଚ୍ଚକୋଟୀର ବସ ଯାତ୍ରା ସୋମବାରଠାରୁ ଶୁଭାରମ୍ଭ କରିଛନ୍ତି। ଏହାକୁ ନେଇ ଅଞ୍ଚଳରେ ଜନସାଧାରଣଙ୍କ ମଧ୍ୟରେ ଯେତିକି ଖୁସି […] The post ଦାରିଙ୍ଗବାଡି-କଟକ ସରକାରୀ ବସକୁ ନେଇ ବଢୁଛି କ୍ରେଜ: ଓକିଲ ସଙ୍ଘ ସେଲ୍ଫି ନେବା ଭିଡିଓ ଭାଇରାଲ appeared first on Dharitri Odia News.
ଦାରିଙ୍ଗବାଡି, ୨୪ ।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳର ଦୀର୍ଘ ଦିନର ଅଭାବକୁ ପୁରଣ କରିଛନ୍ତି ରାଜ୍ୟ ସରକାର। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବଢିଛି ଉତ୍ସାହ। ପ୍ରକାଶ ଯେ, କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ହେଡ଼ କ୍ୱାଟରଠାରୁ କଟକ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଶୀତ ତାପ ନିୟନ୍ତ୍ରଣ ବସ୍ ବ୍ୟବସ୍ଥା ଥିବା ଉଚ୍ଚକୋଟୀର ବସ ଯାତ୍ରା ସୋମବାରଠାରୁ ଶୁଭାରମ୍ଭ କରିଛନ୍ତି। ଏହାକୁ ନେଇ ଅଞ୍ଚଳରେ ଜନସାଧାରଣଙ୍କ ମଧ୍ୟରେ ଯେତିକି ଖୁସି ଦେଖିବାକୁ ମିଳିଛି ସେତିକି ବସକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି।
ଦାରିଙ୍ଗବାଡି ପ୍ରଥମଶ୍ରେଣୀ ବିଚାରବିଭାଗରେ କାର୍ଯ୍ୟରତ ଓକିଲ ସଙ୍ଘର ବରିଷ୍ଠ କର୍ମକର୍ତ୍ତା ସରକାରୀ ଓକିଲ ସମସ୍ତେ ମିଶି ବସ ଷ୍ଟାଣ୍ଡରେ ସରକାରୀ ବସ ଠିଆ ହୋଇଥିବାବେଳେ ବସର ଚାଳକ ଏବଂ କଣ୍ଡକ୍ଟରଙ୍କ ସହ ମିଶି ସେଲ୍ଫି ନେଉଥିବା ଭିଡ଼ିଓ ଏବେ ମୋବାଇଲକୁ ମୋବାଇଲ ଘୁରିବୁଲୁଛି। ଓକିଲ ସଙ୍ଘର ସନ୍ତୋଷ କୁମାର ସାହୁ, ମନୋଜ ପଣ୍ଡା, ଉମେଶ କର କେଡର ଏପିପି ସୁରେଶ ପାତ୍ର ପ୍ରମୁଖ ସେଲ୍ଫି ନେବା ସହ ଖୁସିବ୍ୟକ୍ତ କରିଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ଦାରିଙ୍ଗବାଡିଠାରୁ କଟକକୁ ଏହି ବସ ଯାତ୍ରା କରୁଛି। ପ୍ରାୟ ୧୧୯ ଦିନ ପାଇଁ ଏହି ରାସ୍ତାରେ ବସ ଯାତାୟତ ପାଇଁ ରୋଡ଼ ପରିମିଟ କରାଯାଇଛି। ପରେ ଏହା ଲୋକଙ୍କ ଆବଶ୍ୟକତାକୁ ନେଇ ସମୟ ପରିବର୍ତ୍ତନ ହୋଇପାରେ। ଖୁବଶୀଘ୍ର ଟିକେଟ ଅନଲାଇନ ବ୍ୟବସ୍ଥା କରାଯିବ ବୋଲି କଟକ ଜିଲାର ଜିଲ୍ଲା ପରିବହନ ମ୍ୟାନେଜର ଶ୍ରୀନିବାସ ପାଣିଗ୍ରାହୀ କହିଛନ୍ତ। ଏହି ଚଳାଚଳ ଯୋଗୁ ଲୋକଙ୍କ ଅନେକ ସୁବିଧା ହୋଇପାରିଛି। ବିଶେଷ କରି ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ରାଜଧାନୀକୁ ଯାତାୟତ କରୁଥିବା ଲୋକଙ୍କ ପାଇଁ ଏହା ଏବେ ଲାଇଫ ଲାଇନ ହୋଇପାରିଛି ବୋଲି ଚର୍ଚ୍ଚା ହେଉଛି।
The post ଦାରିଙ୍ଗବାଡି-କଟକ ସରକାରୀ ବସକୁ ନେଇ ବଢୁଛି କ୍ରେଜ: ଓକିଲ ସଙ୍ଘ ସେଲ୍ଫି ନେବା ଭିଡିଓ ଭାଇରାଲ appeared first on Dharitri Odia News.