ସବୁଠୁ ଉତ୍ତପ୍ତ ସହର ବୌଦ୍ଧ
ବୌଦ୍ଧ,୧୬।୩(ଅଜିତ କୁମାର ବାରିକ ): ବୌଦ୍ଧ ଜିଲାରେ ତାପମାତ୍ର ଶନିବର ଦିନ ୪୨ ଡିଗ୍ରୀ ଉପରେଥିଲା। ଏ ନେଇ ରାଜ୍ୟରେସବୁଠୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ। ପ୍ରବଳ ଖରା ଯୋଗୁ ପୁରାପୁରି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଖରା ଯୋଗୁଁ ସକାଳ ୧୦ ଟାରୁ ପୁରା ରାସ୍ତାଘାଟ ଶୁନଶାନ ହୋଇପଡୁଥିବା ବେଳେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ବୌଦ୍ଧ ଜିଲା ପ୍ରାକୃତିକ ପରିବେଶରେ ଭରପୁର ଥିବା ବେଳେ ପ୍ରତିବର୍ଷ ଜଙ୍ଗଲ କ୍ଷୟ ହେବା ସହ ସବୁଆଡେ […] The post ସବୁଠୁ ଉତ୍ତପ୍ତ ସହର ବୌଦ୍ଧ appeared first on Dharitri Odia News.
ବୌଦ୍ଧ,୧୬।୩(ଅଜିତ କୁମାର ବାରିକ ): ବୌଦ୍ଧ ଜିଲାରେ ତାପମାତ୍ର ଶନିବର ଦିନ ୪୨ ଡିଗ୍ରୀ ଉପରେଥିଲା। ଏ ନେଇ ରାଜ୍ୟରେସବୁଠୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ। ପ୍ରବଳ ଖରା ଯୋଗୁ ପୁରାପୁରି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଖରା ଯୋଗୁଁ ସକାଳ ୧୦ ଟାରୁ ପୁରା ରାସ୍ତାଘାଟ ଶୁନଶାନ ହୋଇପଡୁଥିବା ବେଳେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି ।
ବୌଦ୍ଧ ଜିଲା ପ୍ରାକୃତିକ ପରିବେଶରେ ଭରପୁର ଥିବା ବେଳେ ପ୍ରତିବର୍ଷ ଜଙ୍ଗଲ କ୍ଷୟ ହେବା ସହ ସବୁଆଡେ କ୍ରସରଗୁଡିକ ସ୍ଥାପନ ଯୋଗୁ ବ୍ଳାଷ୍ଟିଙ୍ଗ ହେବା ଫଳରେ ବଡ ବଡ ପାହାଡ ନଷ୍ଟ ହେଉଥିବା ବେଳେ ଜଙ୍ଗଲରେ ବେଆଇନ ଗଞ୍ଜଇ ଚାଷ ଯୋଗୁ ପ୍ରତିବର୍ଷ ଏକର ଏକର ସଂଖ୍ୟାରେ ଜଙ୍ଗଲ ନଷ୍ଟ ହେଉଛି । ଜଙ୍ଗଲ କ୍ଷୟ ଯୋଗୁ ଗ୍ରୀଷ୍ମ ଋତୁରେ ତାପମାତ୍ରା ଅହେତୁକ ଭାବରେ ବୃଦ୍ଧି ପାଇବା ଯୋଗୁ ଏହାର କୁପରିଣାମ ସାଧାରଣ ଜନସାଧାରଣଙ୍କ ଉପର ପଡୁଛି । ବୌଦ୍ଧ ସହର ଦେଇ ଚିରସ୍ରୋତା ମହାନଦୀ ପ୍ରବାହିତ ହୋଇଥିବା ବେଳେ କିନ୍ତୁ ଏବେ ମହାନଦୀ ପୁରାପୁରୀ ଶୁଖିଲା ପଡିଛି । ମହାନଦୀ ଶୁଖିଲା ପଡିବା ଯୋଗୁ ନଦୀର ବାଲି ଓ ନଦୀ ଭିତରେ ଥିବା ବଡ ବଡ ପଥର ଖରାର ତାପ ଯୋଗୁ ତାପମାତ୍ରା ବୃଦ୍ଧି ହେବାରେ ଲାଗିଛି । ଏପଟେ ଖରା ପାଇଁ ଲୋକ ମାନେ ଥଣ୍ଡା ପାନୀୟ ଦୋକାନ ରେ ଭିଡ଼ ଦେଖିବାକୁ ମିଳୁଛି।
The post ସବୁଠୁ ଉତ୍ତପ୍ତ ସହର ବୌଦ୍ଧ appeared first on Dharitri Odia News.