ଅଭାବନୀୟ ଘଟଣା, ବଣିପାହାଡ଼ ନିକଟରେ ପଡିଛି ୩ ମୃତଦେହ

ଝାରସୁଗୁଡା  ୦୯।୦୫ : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ବଣିପାହାଡ଼ ନିକଟରେ ଅଭାବନୀୟ ଘଟଣା । ବଣିପାହାଡ ନିକଟରେ ଥିବା ପଡିଆରୁ ତିନି ଜଣଙ୍କର ମୃତଦେହ ଠାବ ହୋଇଛି । ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି । ଖବର ଅନୁଯାୟୀ, ବଣିପାହାଡ଼ ନିକଟରେ ଥିବା ଏକ ପଡିଆରେ ତିନି ଜଣଙ୍କର ମୃତଦେହ ପଡିଥିବାର କିଛି ଲୋକ ଦେଖିଥିଲେ । ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହେଲେ ଏବେ ଯାଏଁ ତିନି ଜଣଙ୍କର ସଠିକ୍‌ ପତ୍ତା କିମ୍ବା ପରିଚୟ ମିଳିନାହିଁ । ହେଲେ ସମସ୍ତ ତିନୋଟି ଯାକ ମୃତଦେହ ଓରିଏଣ୍ଟ ଥାନା ଅଞ୍ଚଳ ଏବଂ ଗୋଟିଏ ପରିବାରର ବୋଲି  ଅନୁମାନ କରାଯାଉଛି । ସେପଟେ ପୋଲିସର ତଦନ୍ତ ଏବଂ ମୃତଦେହ ବ୍ୟବଚ୍ଛେଦ ପରେ ସଠିକ ଘଟଣା ପଦାକୁ ଆସିବା ବୋଲି ଆଶା କରାଯାଉଛି । ତେବେ ଏହା ପଛର କାରଣ କଣ ? ହତ୍ୟା ନା ଆଉ କିଛି ....

ଅଭାବନୀୟ ଘଟଣା, ବଣିପାହାଡ଼ ନିକଟରେ ପଡିଛି ୩ ମୃତଦେହ

ଝାରସୁଗୁଡା  ୦୯।୦୫ : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ବଣିପାହାଡ଼ ନିକଟରେ ଅଭାବନୀୟ ଘଟଣା । ବଣିପାହାଡ ନିକଟରେ ଥିବା ପଡିଆରୁ ତିନି ଜଣଙ୍କର ମୃତଦେହ ଠାବ ହୋଇଛି । ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି । 

ଖବର ଅନୁଯାୟୀ, ବଣିପାହାଡ଼ ନିକଟରେ ଥିବା ଏକ ପଡିଆରେ ତିନି ଜଣଙ୍କର ମୃତଦେହ ପଡିଥିବାର କିଛି ଲୋକ ଦେଖିଥିଲେ । ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହେଲେ ଏବେ ଯାଏଁ ତିନି ଜଣଙ୍କର ସଠିକ୍‌ ପତ୍ତା କିମ୍ବା ପରିଚୟ ମିଳିନାହିଁ । ହେଲେ ସମସ୍ତ ତିନୋଟି ଯାକ ମୃତଦେହ ଓରିଏଣ୍ଟ ଥାନା ଅଞ୍ଚଳ ଏବଂ ଗୋଟିଏ ପରିବାରର ବୋଲି  ଅନୁମାନ କରାଯାଉଛି । 

ସେପଟେ ପୋଲିସର ତଦନ୍ତ ଏବଂ ମୃତଦେହ ବ୍ୟବଚ୍ଛେଦ ପରେ ସଠିକ ଘଟଣା ପଦାକୁ ଆସିବା ବୋଲି ଆଶା କରାଯାଉଛି । ତେବେ ଏହା ପଛର କାରଣ କଣ ? ହତ୍ୟା ନା ଆଉ କିଛି ....