ତେଲଙ୍ଗାନାରେ ବଡ ଧରଣର ଏନକାଉଣ୍ଟର, ଟଳିଲେ ୬ ନକ୍ସଲ

ଆନ୍ଧ୍ରପ୍ରଦେଶ ୦୫/୦୯: ତେଲେଙ୍ଗାନାରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ । ଏନକାଉଣ୍ଟରରେ ଟଳିଲେ ୬ ମାଓବାଦୀ । କୋଥଗୁଡେମ୍ ଜିଲ୍ଲା ନୀଳାଦ୍ରିପେଟ୍ ଜଙ୍ଗଲରେ ହୋଇଛି ଏହି ଏନକାଉଣ୍ଟର । ତେବେ ଏହି ଏନକାଉଣ୍ଟରରେ ଟଳିଛନ୍ତି ୬ ନକ୍ସଲ । ସେହିପରି ମାଓବାଦୀଙ୍କ ପାଲଟା ଗୁଳିରେ ଗୁରୁତର ହୋଇଛନ୍ତି ୨ ସୁରକ୍ଷାକର୍ମୀ । ଜଙ୍ଗଲରେ ମାଓବାଦୀ ଲୁଚିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି ରହିଛି । ସୂଚନାଥାଉକି, ମାଓବାଦୀ ସଂଗଠନର ଲଛନାଙ୍କ ନେତୃତ୍ୱରେ କ୍ୟାମ୍ପ କରି ଜଙ୍ଗଲରେ ମାଓବାଦୀ ଥିବା ଖବର ସୁରକ୍ଷାବାହିନୀ ପାଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ନକ୍ସଲ ବିରୋଧୀ ଅପରେସନ୍। ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ ନକ୍ସଲ । ଯାହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ତେବେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ନକ୍ସଲ ନିପାତ ହୋଇଥିବାବେଳେ ୨ ଜଣ ସୁରକ୍ଷାକର୍ମୀ ଗୁରୁତର ହୋଇଥିଲେ ।

ତେଲଙ୍ଗାନାରେ ବଡ ଧରଣର ଏନକାଉଣ୍ଟର, ଟଳିଲେ ୬ ନକ୍ସଲ

ଆନ୍ଧ୍ରପ୍ରଦେଶ ୦୫/୦୯: ତେଲେଙ୍ଗାନାରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ । ଏନକାଉଣ୍ଟରରେ ଟଳିଲେ ୬ ମାଓବାଦୀ । କୋଥଗୁଡେମ୍ ଜିଲ୍ଲା ନୀଳାଦ୍ରିପେଟ୍ ଜଙ୍ଗଲରେ ହୋଇଛି ଏହି ଏନକାଉଣ୍ଟର । ତେବେ ଏହି ଏନକାଉଣ୍ଟରରେ ଟଳିଛନ୍ତି ୬ ନକ୍ସଲ । ସେହିପରି ମାଓବାଦୀଙ୍କ ପାଲଟା ଗୁଳିରେ ଗୁରୁତର ହୋଇଛନ୍ତି ୨ ସୁରକ୍ଷାକର୍ମୀ । ଜଙ୍ଗଲରେ ମାଓବାଦୀ ଲୁଚିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି ରହିଛି । 

ସୂଚନାଥାଉକି, ମାଓବାଦୀ ସଂଗଠନର ଲଛନାଙ୍କ ନେତୃତ୍ୱରେ କ୍ୟାମ୍ପ କରି ଜଙ୍ଗଲରେ ମାଓବାଦୀ ଥିବା ଖବର ସୁରକ୍ଷାବାହିନୀ ପାଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ନକ୍ସଲ ବିରୋଧୀ ଅପରେସନ୍। ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ ନକ୍ସଲ । ଯାହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ତେବେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ନକ୍ସଲ ନିପାତ ହୋଇଥିବାବେଳେ ୨ ଜଣ ସୁରକ୍ଷାକର୍ମୀ ଗୁରୁତର ହୋଇଥିଲେ ।