UPSC Ravi Raj Story: ମା’କରୁଥିଲେ ନୋଟ୍ସ-ପୁଅଙ୍କୁ ପଢ଼ି ଶୁଣାଉଥିଲେ; UPSC ପରୀକ୍ଷାରେ ବାଜି ମାରି IAS ହେଲେ ଦୃଷ୍ଟିହୀନ ରବି ରାଜ

ନୂଆଦିଲ୍ଲୀ,୨୯।୪: UPSC ସିଭିଲ ସର୍ଭିସେସ ପରୀକ୍ଷା ୨୦୨୪ର ଚୂଡ଼ାନ୍ତ ଫଳାଫଳ ଏପ୍ରିଲ ୨୨ରେ ଘୋଷଣା କରାଯାଇଥିଲା। ଏଥିରେ ମୋଟ ୧୦୦୯ ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିହାରର ନୱାଡା ଜିଲାର ବାସିନ୍ଦା ୨୪ ବର୍ଷୀୟ ରବି ରାଜ, ଯିଏ UPSC CSE ୨୦୨୪ ପରୀକ୍ଷାରେ ଅଲ ଇଣ୍ଡିଆ ସ୍ତରରେ ୧୮୨ତମ ର଼୍ୟାଙ୍କ ହାସଲ କରିଛନ୍ତି। ତେବେ ରବି ଜଣେ ନେତ୍ରହୀନ। ଏହା ପରେ ବି ସେ ପରିସ୍ଥିତି ଆଗରେ ମୁଣ୍ଡ ନ […] The post UPSC Ravi Raj Story: ମା’କରୁଥିଲେ ନୋଟ୍ସ-ପୁଅଙ୍କୁ ପଢ଼ି ଶୁଣାଉଥିଲେ; UPSC ପରୀକ୍ଷାରେ ବାଜି ମାରି IAS ହେଲେ ଦୃଷ୍ଟିହୀନ ରବି ରାଜ appeared first on Dharitri Odia News.

UPSC Ravi Raj Story: ମା’କରୁଥିଲେ ନୋଟ୍ସ-ପୁଅଙ୍କୁ ପଢ଼ି ଶୁଣାଉଥିଲେ; UPSC ପରୀକ୍ଷାରେ ବାଜି ମାରି IAS ହେଲେ ଦୃଷ୍ଟିହୀନ ରବି ରାଜ

ନୂଆଦିଲ୍ଲୀ,୨୯।୪: UPSC ସିଭିଲ ସର୍ଭିସେସ ପରୀକ୍ଷା ୨୦୨୪ର ଚୂଡ଼ାନ୍ତ ଫଳାଫଳ ଏପ୍ରିଲ ୨୨ରେ ଘୋଷଣା କରାଯାଇଥିଲା। ଏଥିରେ ମୋଟ ୧୦୦୯ ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିହାରର ନୱାଡା ଜିଲାର ବାସିନ୍ଦା ୨୪ ବର୍ଷୀୟ ରବି ରାଜ, ଯିଏ UPSC CSE ୨୦୨୪ ପରୀକ୍ଷାରେ ଅଲ ଇଣ୍ଡିଆ ସ୍ତରରେ ୧୮୨ତମ ର଼୍ୟାଙ୍କ ହାସଲ କରିଛନ୍ତି। ତେବେ ରବି ଜଣେ ନେତ୍ରହୀନ। ଏହା ପରେ ବି ସେ ପରିସ୍ଥିତି ଆଗରେ ମୁଣ୍ଡ ନ ନୁଆଁଇ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି।

ରବି ଦଶମ ଶ୍ରେଣୀରେ ପଢ଼ୁଥିବା ସମୟରେ ଏକ ରୋଗ ଯୋଗୁ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇଥିଲେ। ଦୃଷ୍ଟିହୀନ ହେବା ପରେ ବି ରବି ନିଜ ସଫଳତାର ରାସ୍ତାରେ ଏହି ଦୁର୍ବଳତାକୁ ଆସିବାକୁ ଦେଇ ନଥିଲେ। ସେ ପାଠପଢ଼ା ପ୍ରତି ବେଶ୍‌ ଆଗ୍ରହୀ ଥିଲେ। ସେ ତାଙ୍କର ସମ୍ପୂର୍ଣ୍ଣ ଶିକ୍ଷା ନୱାଡାରୁ ସମାପ୍ତ କରିଥିଲେ। ସ୍ନାତକ ପରେ ସେ UPSC ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏଥର ଏହା ତାଙ୍କର ଚତୁର୍ଥ ପ୍ରୟାସ ଥିଲା।

ପୂର୍ବରୁ, ସେ ନଭେମ୍ବର ୨୦୨୪ ରେ ବିହାର ପବ୍ଲିକ ସର୍ଭିସ କମିଶନର ୬୯ତମ ସିଭିଲ ସର୍ଭିସ ପରୀକ୍ଷାରେ ପାସ କରିଥିଲେ। ରାଜସ୍ବ ଅଧିକାରୀ ପଦବୀ ପାଇଁ ମନୋନୀତ ହୋଇଥିଲେ। କିନ୍ତୁ ସେ ଚାକିରିରେ ଯୋଗ ଦେଇ ନ ଥିଲେ। ତାଙ୍କର ସ୍ବପ୍ନ ଥିଲା ଜଣେ IAS ଅଧିକାରୀ ହେବା। UPSCରେ ତିନିଥର ବିଫଳ ହେବା ପରେ ମଧ୍ୟ ସେ ହାର ମାନି ନ ଥିଲେ।େସେ ତାଙ୍କ ଦୁର୍ବଳତାଗୁଡ଼ିକୁ ଚିହ୍ନଟ କରି ପୁଣି ଥରେ ପ୍ରସ୍ତୁତି ଆରମ୍ଭ କରିଥିଲେ।

ରିପୋର୍ଟ ଅନୁସାରେ, ତାଙ୍କ ମାଆ ପାଠପଢ଼ା ପାଇଁ ନୋଟ୍ସ ପ୍ରସ୍ତୁତ କରୁଥିଲେ। ତାଙ୍କ ମାଆ ବିଭା ଜଣେ ଗ୍ରାଜୁଏଟ୍‌ ଥିଲେ। ସେ ନୋଟ୍ସ ଏବଂ ପୁସ୍ତକ ପଢ଼ୁଥିଲେ। ରବି ଶୁଣୁଥିଲେ। ସେ କହୁଥିଲେ ଏବଂ ତାଙ୍କ ମାଆ ଲେଖୁଥିଲେ। ତାଙ୍କ ବାପା ପେଶାରେ ଜଣେ ଚାଷୀ। ରବି ମୁଖ୍ୟ ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ପାଇଁ କୋଚିଂର ସାହାଯ୍ୟ ନେଇଥିଲେ। ଶେଷରେ ସେ ଚତୁର୍ଥ ପ୍ରୟାସରେ ସଫଳତା ହାସଲ କରିଛନ୍ତି।

ରବିଙ୍କ ମାଆ ରୋଷେଇ କରିବା ସମୟରେ ତାଙ୍କ ପାଇଁ YouTubeରେ ଶିକ୍ଷାଦାନର ଭିଡିଓ ଲଗାଇ ଦେଉଥିଲେ। ଏହାଫଳରେ ରବିଙ୍କୁ ଉତ୍ତର ଲେଖିବାରେ ଏବଂ ରେକର୍ଡ କରିବାରେ ସାହାଯ୍ୟ ହୋଇ ଯାଉଥିଲା। ପ୍ରତିଦିନ ୧୦ ଘଣ୍ଟା ଅଧ୍ୟୟନ, ଦୃଢ଼ ନିଷ୍ଠା ଏବଂ ସେମାନଙ୍କର ଅତୁଟ ବନ୍ଧନ ସହିତ, ରବି ଏବଂ ତାଙ୍କ ମାଆ ପ୍ରତିକୂଳତାକୁ ବିଜୟରେ ପରିଣତ କଲେ। ଏବେ ରବି ରାଜ ଜଣେ IAS ହେବାକୁ ଯାଉଛନ୍ତି।

The post UPSC Ravi Raj Story: ମା’କରୁଥିଲେ ନୋଟ୍ସ-ପୁଅଙ୍କୁ ପଢ଼ି ଶୁଣାଉଥିଲେ; UPSC ପରୀକ୍ଷାରେ ବାଜି ମାରି IAS ହେଲେ ଦୃଷ୍ଟିହୀନ ରବି ରାଜ appeared first on Dharitri Odia News.