ଧାନବିକି ରଖିଥିଲେ ଟଙ୍କା, ଡିକି ଭାଙ୍ଗି ଲୁଟି ନେଲେ ଦୁର୍ବୃତ୍ତ

ପଟ୍ଟାମୁଣ୍ଡାଇ,୪।୨(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ ଜଣେ ବ୍ୟକ୍ତିଙ୍କ ଗାଡ଼ି ଡିକିରୁ ୧ ଲକ୍ଷ ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ମଙ୍ଗଳବାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପନ୍ତୁରି ଗ୍ରାମର କମଳାକାନ୍ତ ପ୍ରଧାନ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କରୁ ୧ ଲକ୍ଷ ଟଙ୍କା ଉଠାଇ ନିଜ ଗାଡ଼ି ଡିକିରେ ରଖିଥିଲେ। ପଟ୍ଟାମୁଣ୍ଡାଇ ବଜାରର ଆଦର୍ଶଥାନା ନିକଟରେ ଗାଡି ଛାଡି ସେ କୌଣସି ଏକ ଦୋକାନକୁ ଯାଇଥିବାବେଳେ ତାଙ୍କ ଡିକି […] The post ଧାନବିକି ରଖିଥିଲେ ଟଙ୍କା, ଡିକି ଭାଙ୍ଗି ଲୁଟି ନେଲେ ଦୁର୍ବୃତ୍ତ appeared first on Dharitri Odia News.

ଧାନବିକି ରଖିଥିଲେ ଟଙ୍କା, ଡିକି ଭାଙ୍ଗି ଲୁଟି ନେଲେ ଦୁର୍ବୃତ୍ତ

ପଟ୍ଟାମୁଣ୍ଡାଇ,୪।୨(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ ଜଣେ ବ୍ୟକ୍ତିଙ୍କ ଗାଡ଼ି ଡିକିରୁ ୧ ଲକ୍ଷ ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ମଙ୍ଗଳବାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପନ୍ତୁରି ଗ୍ରାମର କମଳାକାନ୍ତ ପ୍ରଧାନ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କରୁ ୧ ଲକ୍ଷ ଟଙ୍କା ଉଠାଇ ନିଜ ଗାଡ଼ି ଡିକିରେ ରଖିଥିଲେ। ପଟ୍ଟାମୁଣ୍ଡାଇ ବଜାରର ଆଦର୍ଶଥାନା ନିକଟରେ ଗାଡି ଛାଡି ସେ କୌଣସି ଏକ ଦୋକାନକୁ ଯାଇଥିବାବେଳେ ତାଙ୍କ ଡିକି ଭାଙ୍ଗି ଜଣେ ଲୁଟେରା ଟଙ୍କା ଚୋରି କରିଥିଲେ। ଏନେଇ କମଳାକାନ୍ତ ଆଦର୍ଶ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଆଇଆଇସି ସୁଶାନ୍ତ ସାହୁ କହିଛନ୍ତି।

The post ଧାନବିକି ରଖିଥିଲେ ଟଙ୍କା, ଡିକି ଭାଙ୍ଗି ଲୁଟି ନେଲେ ଦୁର୍ବୃତ୍ତ appeared first on Dharitri Odia News.