Paytm ଗ୍ରାହକଙ୍କୁ ଆଶ୍ୱସ୍ତି, UPI ସେବା ବଜାୟ ରଖିବା ପାଇଁ NPCI କୁ ଆରବିଆଇର ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୩।୨: ପେଟିଏମ ଗ୍ରାହକଙ୍କୁ ଆଶ୍ୱସ୍ତି। UPI ସେବା ବଜାୟ ରଖିବା ପାଇଁ NPCI କୁ ଆରବିଆଇର ନିର୍ଦ୍ଦେଶ ଦେଇଛି । ପେଟିଏମର ପ୍ୟାରେଣ୍ଟ କମ୍ପାନି ଓ୍ବାନ୯୭ କମ୍ୟୁନିକେଶନ ଲିମିଟେଡ ଥାର୍ଡ ପାର୍ଟି ଆପ ହେବାକୁ ଅନୁରୋଧ କରିଛି। କାରଣ ଏପରି କଲେ ହିଁ ପ୍ଲାଟଫର୍ମରେ ନିରବଚ୍ଛିନ୍ନ ଭାବରେ ୟୁପିଆଇ ନେଣଦେଣ ଜାରି ରହିପାରିବ। ଆଉ ପେଟିଏମର ଏହି ଅନୁରୋଧର ଯାଞ୍ଚ ପାଇଁ ଏନପିସିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଆରବିଆଇ। ଏଥିସହ ରିଜର୍ଭ ବ୍ୟାଙ୍କ ଏନପିସିଆଇକୁ ପେଟିଏମ ଆପ୍‌ରେ ୟୁପିଆଇ […] The post Paytm ଗ୍ରାହକଙ୍କୁ ଆଶ୍ୱସ୍ତି, UPI ସେବା ବଜାୟ ରଖିବା ପାଇଁ NPCI କୁ ଆରବିଆଇର ନିର୍ଦ୍ଦେଶ appeared first on Dharitri Odia News.

Paytm ଗ୍ରାହକଙ୍କୁ ଆଶ୍ୱସ୍ତି, UPI ସେବା ବଜାୟ ରଖିବା ପାଇଁ NPCI କୁ ଆରବିଆଇର ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୩।୨: ପେଟିଏମ ଗ୍ରାହକଙ୍କୁ ଆଶ୍ୱସ୍ତି। UPI ସେବା ବଜାୟ ରଖିବା ପାଇଁ NPCI କୁ ଆରବିଆଇର ନିର୍ଦ୍ଦେଶ ଦେଇଛି । ପେଟିଏମର ପ୍ୟାରେଣ୍ଟ କମ୍ପାନି ଓ୍ବାନ୯୭ କମ୍ୟୁନିକେଶନ ଲିମିଟେଡ ଥାର୍ଡ ପାର୍ଟି ଆପ ହେବାକୁ ଅନୁରୋଧ କରିଛି। କାରଣ ଏପରି କଲେ ହିଁ ପ୍ଲାଟଫର୍ମରେ ନିରବଚ୍ଛିନ୍ନ ଭାବରେ ୟୁପିଆଇ ନେଣଦେଣ ଜାରି ରହିପାରିବ। ଆଉ ପେଟିଏମର ଏହି ଅନୁରୋଧର ଯାଞ୍ଚ ପାଇଁ ଏନପିସିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଆରବିଆଇ। ଏଥିସହ ରିଜର୍ଭ ବ୍ୟାଙ୍କ ଏନପିସିଆଇକୁ ପେଟିଏମ ଆପ୍‌ରେ ୟୁପିଆଇ ପରିଚାଳନା ଜାରି ରଖିବା ପାଇଁ ସାହାଯ୍ୟ କରିବାକୁ କହିଛନ୍ତି।

ଆରବିଆଇ, ଏନପିସିଆଇକୁ ଏକ ଆଡଭାଇଜରୀ ଜାରି କରିଛି। ଯେଉଁଥିରେ କୁହାଯାଇଛି, ପେଟିଏମ ଆପ୍‌ରେ ୟୁପିଆଇ ସେବା ଜାରି ରଖିବା ପାଇଁ ଏନପିସିଆଇ ଉଚ୍ଚ ନେଣଦେଣ କ୍ଷମତା ରଖୁଥିବା ୪-୫ ବ୍ୟାଙ୍କର ସୁବିିଧା ଦିଆଯାଉ। ତେବେ ଯଦି
ପେଟିଏମର ଥାର୍ଡ ପାର୍ଟି ଅନୁରୋଧକୁ ଏନପିସିଆର ମଞ୍ଜୁରୀ ମିଳୁଛି ତା’ହେଲେ ପେଟିଏମ ଆପ୍‌ରେ ୟୁପିଆଇ ନେଣଦେଣ ବଜାୟ ରହିବ।

The post Paytm ଗ୍ରାହକଙ୍କୁ ଆଶ୍ୱସ୍ତି, UPI ସେବା ବଜାୟ ରଖିବା ପାଇଁ NPCI କୁ ଆରବିଆଇର ନିର୍ଦ୍ଦେଶ appeared first on Dharitri Odia News.