ଅଧ୍ୟକ୍ଷାଙ୍କ ବିପକ୍ଷରେ ସମସ୍ତ କାଉନସିଲର ଦେଲେ ଭୋଟ୍, ହାରିଗଲେ ଅଧ୍ୟକ୍ଷା
ଭବାନୀପାଟଣା,୧୨ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ପୌରପାଳିକାରେ ସୋମବାର ପୂର୍ବାହ୍ନ ୧୧ ଟାରେ ଅନାସ୍ଥା ଭୋଟ ଗ୍ରହଣ କରାଯାଇଥିଲା। ସ୍ଥାନୀୟ ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ବିପକ୍ଷରେ ସମସ୍ତ ୨୦ କାଉନସିଲର ଭୋଟ୍ ଦେଇଥିଲେ ବୋଲି ଉପାଧ୍ୟକ୍ଷା ବିଷ୍ଣୁ ପ୍ରଧାନ ପ୍ରକାଶ କରିଛନ୍ତି। ଏଥିରେ ବିଜେଡିର ୧୮ କାଉନସିଲର ସମେତ ଭାଜପା ଓ କଂଗ୍ରେସର ଜଣେ ଲେଖାଏ କାଉନସିଲର ରହିଥିଲେ। ଅନାସ୍ଥା ପ୍ରସ୍ତାବରେ ଅଧ୍ୟକ୍ଷା ହାରିବା ପରେ କାଉନସିଲରମାନେ ବାଣ ଫୁଟାଇ ସ୍ଥାନୀୟ ପୌରପାଳିକା ଆଗରେ […] The post ଅଧ୍ୟକ୍ଷାଙ୍କ ବିପକ୍ଷରେ ସମସ୍ତ କାଉନସିଲର ଦେଲେ ଭୋଟ୍, ହାରିଗଲେ ଅଧ୍ୟକ୍ଷା appeared first on Dharitri Odia News.
ଭବାନୀପାଟଣା,୧୨ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ପୌରପାଳିକାରେ ସୋମବାର ପୂର୍ବାହ୍ନ ୧୧ ଟାରେ ଅନାସ୍ଥା ଭୋଟ ଗ୍ରହଣ କରାଯାଇଥିଲା। ସ୍ଥାନୀୟ ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ବିପକ୍ଷରେ ସମସ୍ତ ୨୦ କାଉନସିଲର ଭୋଟ୍ ଦେଇଥିଲେ ବୋଲି ଉପାଧ୍ୟକ୍ଷା ବିଷ୍ଣୁ ପ୍ରଧାନ ପ୍ରକାଶ କରିଛନ୍ତି। ଏଥିରେ ବିଜେଡିର ୧୮ କାଉନସିଲର ସମେତ ଭାଜପା ଓ କଂଗ୍ରେସର ଜଣେ ଲେଖାଏ କାଉନସିଲର ରହିଥିଲେ। ଅନାସ୍ଥା ପ୍ରସ୍ତାବରେ ଅଧ୍ୟକ୍ଷା ହାରିବା ପରେ କାଉନସିଲରମାନେ ବାଣ ଫୁଟାଇ ସ୍ଥାନୀୟ ପୌରପାଳିକା ଆଗରେ ଖୁସି ଜାହିର କରିଛନ୍ତି। ଏହା ସମସ୍ତ କାଉନସିଲର ଏକତାର ବିଜୟ ବୋଲି କହିଛନ୍ତି ଉପାଧ୍ୟକ୍ଷା ବିଷ୍ଣୁ ପ୍ରଧାନ। ଅନ୍ୟପକ୍ଷରେ ବିଜେଡି ପୌରାଧ୍ୟକ୍ଷା ପାଇଁ ବିଜେଡି କାଉନସିଲର କାଳ ସାଜିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।
The post ଅଧ୍ୟକ୍ଷାଙ୍କ ବିପକ୍ଷରେ ସମସ୍ତ କାଉନସିଲର ଦେଲେ ଭୋଟ୍, ହାରିଗଲେ ଅଧ୍ୟକ୍ଷା appeared first on Dharitri Odia News.