ଚଳନ୍ତା ଟ୍ରେନ୍‌ରୁ ଖସି ବି ବଞ୍ଚିଗଲେ ୫ ବର୍ଷର ପ୍ରୀତିଶ: ଜଙ୍ଗଲ ମଝିରେ ଜୀବନ ବଞ୍ଚାଇବାକୁ ରାତିସାରା ସଂଘର୍ଷ

ରେଢାଖୋଲ ୪/୯(ଅଚ୍ୟୁତାନନ୍ଦ ପୁରୋହିତ): ଚଳନ୍ତା ଟ୍ରେନ୍‌ରୁ ଖସି ବି ବଞ୍ଚିଗଲେ ୫ ବର୍ଷର ପ୍ରୀତିଶ। ଜୀବନ ବଞ୍ଚାଇବାକୁ ରାତି ସାରା ଜଙ୍ଗଲ ମଝିରେ କଲେ ସଂଘର୍ଷ। ତଥାପି ସାହାସୀ ପ୍ରତିଶ ରାତିସାରା ଟ୍ରେନ ଟ୍ରାକ କଡରେ ବସି ରହି ଶେଷରେ ନିଜ ପିତା ମାତାଙ୍କ ନିକଟକୁ ଫେରିଛନ୍ତି। ତାଳଚେର-ସମ୍ବଲପୁର ରେଳପଥ ରରେଢାଖୋଲ ରେଳଷ୍ଟେସନ ଠାରୁ ପ୍ରାୟ ୪ କିମି ଦୁର ଅଙ୍ଗାରପଡା ନିକଟରେ ପୁରୀ-ଦୁର୍ଗ ଟ୍ରେନରୁ ଜଣେ ୫ବର୍ଷ ର ଶିଶୁ ଖସିପଡିଥିବା ବେଳେ ତାଙ୍କୁ ଆରପିଏଫ […] The post ଚଳନ୍ତା ଟ୍ରେନ୍‌ରୁ ଖସି ବି ବଞ୍ଚିଗଲେ ୫ ବର୍ଷର ପ୍ରୀତିଶ: ଜଙ୍ଗଲ ମଝିରେ ଜୀବନ ବଞ୍ଚାଇବାକୁ ରାତିସାରା ସଂଘର୍ଷ appeared first on Dharitri Odia News.

ଚଳନ୍ତା ଟ୍ରେନ୍‌ରୁ ଖସି ବି ବଞ୍ଚିଗଲେ ୫ ବର୍ଷର ପ୍ରୀତିଶ: ଜଙ୍ଗଲ ମଝିରେ ଜୀବନ ବଞ୍ଚାଇବାକୁ ରାତିସାରା ସଂଘର୍ଷ

ରେଢାଖୋଲ ୪/୯(ଅଚ୍ୟୁତାନନ୍ଦ ପୁରୋହିତ): ଚଳନ୍ତା ଟ୍ରେନ୍‌ରୁ ଖସି ବି ବଞ୍ଚିଗଲେ ୫ ବର୍ଷର ପ୍ରୀତିଶ। ଜୀବନ ବଞ୍ଚାଇବାକୁ ରାତି ସାରା ଜଙ୍ଗଲ ମଝିରେ କଲେ ସଂଘର୍ଷ। ତଥାପି ସାହାସୀ ପ୍ରତିଶ ରାତିସାରା ଟ୍ରେନ ଟ୍ରାକ କଡରେ ବସି ରହି ଶେଷରେ ନିଜ ପିତା ମାତାଙ୍କ ନିକଟକୁ ଫେରିଛନ୍ତି। ତାଳଚେର-ସମ୍ବଲପୁର ରେଳପଥ ରରେଢାଖୋଲ ରେଳଷ୍ଟେସନ ଠାରୁ ପ୍ରାୟ ୪ କିମି ଦୁର ଅଙ୍ଗାରପଡା ନିକଟରେ ପୁରୀ-ଦୁର୍ଗ ଟ୍ରେନରୁ ଜଣେ ୫ବର୍ଷ ର ଶିଶୁ ଖସିପଡିଥିବା ବେଳେ ତାଙ୍କୁ ଆରପିଏଫ ଉଦ୍ଧାର କରିଛି। ଶିଶୁ ଟି ସଂପୁର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି।

ସୂଚନା ଅନୁସାରେ ବ୍ରହ୍ମପୁରର ବାପା ମାନସ ହୋତା ତାଙ୍କର ୫ ବର୍ଷର ଶିଶୁପୁତ୍ର ପ୍ରିତିଶପ୍ରଜ୍ଞା ହୋତା ଓ ଅନ୍ୟାନ୍ୟ ପରିବାର ସଦସ୍ୟଙ୍କ ସହ ଦୁର୍ଗ -ପୁରୀ ଏକ୍ସପ୍ରେସ ଟ୍ରେନରେ ଭୁବନେଶ୍ୱର ଯାଉଥିଲେ। ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ପରିବାର ସମସ୍ତେ ଶୋଇପଡିଥିବା ବେଳେ ହଠାତ୍ ପୁଅ ପ୍ରିତିଶପ୍ରଜ୍ଞା ରେଢ଼ାଖୋଲ ଷ୍ଟେସନ ରୁ ୪କି.ମି ଦୂରତା ଅଙ୍ଗାରପଡା ଗାଁ ପାଖରେ ବଗିର କବାଟ ପାଖକୁ ଆସି ଅସାବଧାନତା ହୋଇ ଖସିପଡିଥିଲେ।

ତେବେ ସଂଯୋଗକୁ ଏହି ଧାରଣା ଦେଇ ଏକ ମାଲବାହୀ ଟ୍ରେନ ଯିବାବେଳେ ଶିଶୁଟି ଟ୍ରାକରେ ପଡିଥିବା ଦେଖି ରେଢ଼ାଖୋଲ ଷ୍ଟେସନକୁ ଖବର ଦେଇଥିଲେ, ଖବର ପାଇ ରେଢ଼ାଖୋଲ ଆରପିଏଫ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହାତ ଶିଶୁ କୁ ଉଦ୍ଧାର କରି ରେଢ଼ାଖୋଲ ମେଡିକାଲ ନେଇ ଚିକିତ୍ସା ଆରମ୍ଭ କରିଥିଲେ। ଏପଟେ ପୁଅକୁ ବଗିରେ ନପାଇ ବାପା ଓ ପରିବାର ଲୋକେ ଢେଙ୍କାନାଳ ଷ୍ଟେସନ୍ ରୁ ଓଲ୍ଲାଇ ୧୩୯ ନମ୍ବର ରେ ଆରପିଏଫ ହେଲ୍ପଲାଇନର ସାହାଯ୍ୟ ନେଇଥିଲେ, ରେଢ଼ାଖୋଲ ଆରପିଏଫ, ଶିଶୁ ର ପରିବାର ଲୋକକୁ ଯୋଗାଯୋଗ କରି ଜଣାଇଥିଲେ, ରେଢ଼ାଖୋଲ ମେଡିକାଲ ରେ ପୁଅ ପ୍ରିତିଶପ୍ରଜ୍ଞାକୁ ପରିବାର ଲୋକେ ପାଇ ତାକୁ ଘରକୁ ନେଇଥିଲେ, ଶିଶୁ ଟି ସୁସ୍ଥ ରହିଥିବା ଜଣାପଡିଛି।

The post ଚଳନ୍ତା ଟ୍ରେନ୍‌ରୁ ଖସି ବି ବଞ୍ଚିଗଲେ ୫ ବର୍ଷର ପ୍ରୀତିଶ: ଜଙ୍ଗଲ ମଝିରେ ଜୀବନ ବଞ୍ଚାଇବାକୁ ରାତିସାରା ସଂଘର୍ଷ appeared first on Dharitri Odia News.