ଓଡ଼ିଶା ଦମ୍ପତିଙ୍କ ‘ଗୋଟ୍‌ ବ୍ୟାଙ୍କ’ ଉପକ୍ରମକୁ ଉଚ୍ଚ ପ୍ରଶଂସା ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୫।୨: ‘ଗୋଟ ବ୍ୟାଙ୍କ’ ଉପକ୍ରମ ମାଧ୍ୟମରେ ଗୋଷ୍ଠୀ ସ୍ତରରେ ଛେଳି ପାଳନ ବଢ଼ାଇବା ସହ ପ୍ରାଣୀପାଳନ କ୍ଷେତ୍ରରେ ଗ୍ରାମବାସୀଙ୍କୁ ସ୍ବାବଲମ୍ବୀ ହେବାରେ ସହାୟତା କରିଥିବା ଓଡ଼ିଶାର ଏକ ଦମ୍ପତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍‌ କୀ ବାତ୍‌ରେ ପ୍ରଧାନମନ୍ତ୍ରୀ କହିଥିଲେ, ପଶୁପାଳନ କଥା କହିଲେ, ଲୋକେ ସାଧାରଣତଃ ଗାଈ ଏବଂ ମଇଁଷିରେ ସୀମିତ ରହିଥାନ୍ତି। କିନ୍ତୁ ଛେଳି ସମ୍ପର୍କରେ ଆଲୋଚନା କରି ନ ଥାନ୍ତି। ଦେଶର ବିଭିନ୍ନ ଭାଗରେ […] The post ଓଡ଼ିଶା ଦମ୍ପତିଙ୍କ ‘ଗୋଟ୍‌ ବ୍ୟାଙ୍କ’ ଉପକ୍ରମକୁ ଉଚ୍ଚ ପ୍ରଶଂସା ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.

ଓଡ଼ିଶା ଦମ୍ପତିଙ୍କ ‘ଗୋଟ୍‌ ବ୍ୟାଙ୍କ’ ଉପକ୍ରମକୁ ଉଚ୍ଚ ପ୍ରଶଂସା ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୫।୨: ‘ଗୋଟ ବ୍ୟାଙ୍କ’ ଉପକ୍ରମ ମାଧ୍ୟମରେ ଗୋଷ୍ଠୀ ସ୍ତରରେ ଛେଳି ପାଳନ ବଢ଼ାଇବା ସହ ପ୍ରାଣୀପାଳନ କ୍ଷେତ୍ରରେ ଗ୍ରାମବାସୀଙ୍କୁ ସ୍ବାବଲମ୍ବୀ ହେବାରେ ସହାୟତା କରିଥିବା ଓଡ଼ିଶାର ଏକ ଦମ୍ପତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍‌ କୀ ବାତ୍‌ରେ ପ୍ରଧାନମନ୍ତ୍ରୀ କହିଥିଲେ, ପଶୁପାଳନ କଥା କହିଲେ, ଲୋକେ ସାଧାରଣତଃ ଗାଈ ଏବଂ ମଇଁଷିରେ ସୀମିତ ରହିଥାନ୍ତି। କିନ୍ତୁ ଛେଳି ସମ୍ପର୍କରେ ଆଲୋଚନା କରି ନ ଥାନ୍ତି। ଦେଶର ବିଭିନ୍ନ ଭାଗରେ ଲୋକେ ଛେଳି ପାଳୁଥିବାବେଳେ ଓଡ଼ିଶାର କଳାହାଣ୍ଡି ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଏହା ଲୋକଙ୍କ ରୋଜଗାର ବଢ଼ାଇବାରେ ଏକ ବଡ଼ ମାଧ୍ୟମ ପାଲଟିଛି। ବେଙ୍ଗାଲୁରୁରେ ମ୍ୟାନେଜ୍‌ମେଣ୍ଟ ବୃତ୍ତିରେ ନିୟୋଜିତ ଥିବା ଜୟନ୍ତୀ ମହାପାତ୍ର ଓ ତାଙ୍କ ସ୍ବାମୀ ବୀରେନ୍‌ ସାହୁ ଉକ୍ତ କାର୍ଯ୍ୟରୁ ବିରତି ନେଇ କଳାହାଣ୍ଡିର ସାଲେଭଟା ଗ୍ରାମକୁ ଆସି ଗ୍ରାମାଞ୍ଚଳ ଲୋକଙ୍କ ସମସ୍ୟା ସମାଧାନ ଲାଗି କିଛି କରିବାକୁ ଚାହିଁଥିଲେ। ସେମାନେ ମନିକାସ୍ତୁ ଆଗ୍ରା ନାମରେ ସଂସ୍ଥା ସ୍ଥାପନ କରି ଚାଷୀଙ୍କ ସହ କାମ କରିବାକୁ ଲାଗିଲେ। ଏଥିସହିତ ସେମାନେ ମଣିକାସ୍ତୁ ଗୋଟ୍‌ ବ୍ୟାଙ୍କ ପ୍ରତିଷ୍ଠା କରି ଗୋଷ୍ଠୀ ସ୍ତରରେ ଛେଳିପାଳନକୁ ପ୍ରୋତ୍ସାହିତ କଲେ। ଏଥିରେ ଚାଷୀଙ୍କୁ ୨ଟି ଛେଳି ଦିଆଯାଉଥିବାବେଳେ ସେମାନେ ୨ ବର୍ଷରେ ୯ରୁ ୧୦ଟି ଛୁଆ ଜନ୍ମ କରୁଥିଲେ। ସେଥିରୁ ୬ଟି ଛୁଆଙ୍କୁ ବ୍ୟାଙ୍କ ପାଖରେ ରଖୁଥିଲା। ଅନ୍ୟ ୩ କିମ୍ବା ୪ଟିକୁ ସମ୍ପୃକ୍ତ ଚାଷୀଙ୍କୁ ଦିଆଯାଉଥିଲା। ଏଥିସହିତ ଆବଶ୍ୟକ ଚିକିତ୍ସା ସୁବିଧା ମଧ୍ୟ ଯୋଗାଯାଉଥିଲା। ଏବେ ୫୦ଟି ଗାଁରୁ ୧,୦୦୦ରୁ ଊର୍ଦ୍ଧ୍ୱ ଚାଷୀ ଛେଳିପାଳନକୁ ପେସା କରି ଆତ୍ମନିର୍ଭରଶୀଳ ହୋଇପାରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
ଆଗକୁ ଲୋକ ସଭା ନିର୍ବାଚନ ଥିବାରୁ ଯୁବ ଭୋଟରମାନେ ଦେଶ ପାଇଁ ଭୋଟ ଦେବାକୁ ମୋଦି ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମ ଜରିଆରେ ପରାମର୍ଶ ଦେଇଛନ୍ତି। ନୂଆ ଭୋଟରମାନେ ରେକର୍ଡ ସଂଖ୍ୟାରେ ମତଦାନ କରିବାକୁ ସେ କହିଛନ୍ତି। ନିର୍ବାଚନ ଥିବାରୁ ଆଗାମୀ ୩ ମାସ ପର୍ଯ୍ୟନ୍ତ ମନ୍‌ କୀ ବାତ୍‌୍‌ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।

The post ଓଡ଼ିଶା ଦମ୍ପତିଙ୍କ ‘ଗୋଟ୍‌ ବ୍ୟାଙ୍କ’ ଉପକ୍ରମକୁ ଉଚ୍ଚ ପ୍ରଶଂସା ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.