ଫ୍ୟାନ୍ ସଜାଡୁଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ଯୁବକଙ୍କ ଜୀବନ
ଭୁବନ,୧୨ା୫(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ଶ୍ୟାମଳ ଗ୍ରାମର ପ୍ରକାଶ ଥାଟୋଇଙ୍କର ଶନିବାର ରାତିରେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଛି। ଅସହ୍ୟ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଟେବୁଲ ଫ୍ୟାନ୍ ସଜାଡୁଥିବା ସମୟରେ ଏହି ଅଘଟଣା ଘଟିଥିଲା। ସେ ଫ୍ୟାନ୍ଟି ସଜାଡୁଥିବା ସମୟରେ ହଠାତ ବିଦ୍ୟୁତ୍ କରେଣ୍ଟ ଲାଗିଥିଲା। ସେ ଛଟପଟ ହୋଇଥିଲେ। ପାଟି ଶୁଣି ପରିବାର ଲୋକ ବିଦ୍ୟୁତ୍ ଆଘାତ ଦେଖି ବିଦ୍ୟୁତ୍ କଟ୍ କରିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଭୁବନ ଡାକ୍ତରଖାନାକୁ […] The post ଫ୍ୟାନ୍ ସଜାଡୁଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ଯୁବକଙ୍କ ଜୀବନ appeared first on Dharitri Odia News.
ଭୁବନ,୧୨ା୫(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ଶ୍ୟାମଳ ଗ୍ରାମର ପ୍ରକାଶ ଥାଟୋଇଙ୍କର ଶନିବାର ରାତିରେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଛି। ଅସହ୍ୟ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଟେବୁଲ ଫ୍ୟାନ୍ ସଜାଡୁଥିବା ସମୟରେ ଏହି ଅଘଟଣା ଘଟିଥିଲା। ସେ ଫ୍ୟାନ୍ଟି ସଜାଡୁଥିବା ସମୟରେ ହଠାତ ବିଦ୍ୟୁତ୍ କରେଣ୍ଟ ଲାଗିଥିଲା। ସେ ଛଟପଟ ହୋଇଥିଲେ। ପାଟି ଶୁଣି ପରିବାର ଲୋକ ବିଦ୍ୟୁତ୍ ଆଘାତ ଦେଖି ବିଦ୍ୟୁତ୍ କଟ୍ କରିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଭୁବନ ଡାକ୍ତରଖାନାକୁ ନେଇ ଆସିଥିଲେ। ଡାକ୍ତର ତାଙ୍କୁ ଦେଖିବା ପରେ ମୃତ ଘୋଷଣା କରିଥିଲେ। ଏ ନେଇ ପରିବାର ପକ୍ଷରୁ ଭୁବନ ଥାନାରେ ଅଭିଯୋଗ ଅଭିଯୋଗ କରାଯାଇଥିଲା। ପୋଲିସ ଅଭିଯୋଗ ପାଇ ଏ ସଂକ୍ରାନ୍ତରେ ଭୁବନ ଥାନାରେ ଏକ ଅପମୃତ୍ୟୁ ମାମଲା ନମ୍ବର ୦୮/୨୦୨୪ ରୁଜୁ କରି ରବିବାର ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ବିଦ୍ୟୁତ୍ ଆଘାତରେ ପ୍ରକାଶଙ୍କ ହାତ ପୋଡ଼ି ଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଘଟଣା ସମ୍ପର୍କରେ ଅଧିକ ତଥ୍ୟ ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
The post ଫ୍ୟାନ୍ ସଜାଡୁଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ଯୁବକଙ୍କ ଜୀବନ appeared first on Dharitri Odia News.