ଧରିତ୍ରୀ ପ୍ରଭାବ: ଚୋରା ମଦ ବିକ୍ରି ଅଭିଯୋଗ ଘଟଣାରେ ପୋଲିସର ରେଡ

ଦାରିଙ୍ଗବାଡି, ୧୯।୧୦ (ଅରୁଣ ସାହୁ )-ସିମନବାଡି ଅଞ୍ଚଳରେ ଚୋରାଦେଶୀ ମଦ ଓ ନକଲି ବିଦେଶୀ ମଦ ବିକ୍ରି ଅଭିଯୋଗ ଘଟଣାରେ ପୋଲିସ ଆକ୍ସନ ମୋଡ଼ରେ ରହିଛି। ଶନିବାର ଦାରିଙ୍ଗବାଡି ଆଇଆଇସି ରମେଶ କୁମାର ପ୍ରଧାନ, ସବଇନ୍ସପେକ୍ଟର ଜୟନ୍ତ କୁମାର ସେଠି ସଦଳବଳ ବିଭିନ୍ନ ସ୍ଥାନରେ ରେଡ କରିଛନ୍ତି। ପ୍ରାୟ ୪୦ ଲିଟର ଦେଶୀ ମଦ ଜବତ କରିବା ସହ ୩ ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ଆଇଆଇଆସି କହିଛନ୍ତି। ତେବେ କିଛି ବ୍ୟବସାୟୀ ଖବର ପ୍ରକାଶିତ […] The post ଧରିତ୍ରୀ ପ୍ରଭାବ: ଚୋରା ମଦ ବିକ୍ରି ଅଭିଯୋଗ ଘଟଣାରେ ପୋଲିସର ରେଡ appeared first on Dharitri Odia News.

ଧରିତ୍ରୀ ପ୍ରଭାବ: ଚୋରା ମଦ ବିକ୍ରି ଅଭିଯୋଗ ଘଟଣାରେ ପୋଲିସର ରେଡ

ଦାରିଙ୍ଗବାଡି, ୧୯।୧୦ (ଅରୁଣ ସାହୁ )-ସିମନବାଡି ଅଞ୍ଚଳରେ ଚୋରାଦେଶୀ ମଦ ଓ ନକଲି ବିଦେଶୀ ମଦ ବିକ୍ରି ଅଭିଯୋଗ ଘଟଣାରେ ପୋଲିସ ଆକ୍ସନ ମୋଡ଼ରେ ରହିଛି। ଶନିବାର ଦାରିଙ୍ଗବାଡି ଆଇଆଇସି ରମେଶ କୁମାର ପ୍ରଧାନ, ସବଇନ୍ସପେକ୍ଟର ଜୟନ୍ତ କୁମାର ସେଠି ସଦଳବଳ ବିଭିନ୍ନ ସ୍ଥାନରେ ରେଡ କରିଛନ୍ତି। ପ୍ରାୟ ୪୦ ଲିଟର ଦେଶୀ ମଦ ଜବତ କରିବା ସହ ୩ ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ଆଇଆଇଆସି କହିଛନ୍ତି। ତେବେ କିଛି ବ୍ୟବସାୟୀ ଖବର ପ୍ରକାଶିତ ପରେ ଘରେ ତାଲା ପକାଇ ଫେରାର ହୋଇଥିବା ବେଳେ କିଛିଜଣ ଏହି କାରବାରକୁ ପୋଲିସ ଭୟରେ ବନ୍ଦ କରିଥିବା ଜଣାପଡିଛି।

ପ୍ରକାଶ ଯେ, ଚଳିତ ସପ୍ତାହରେ ଧରିତ୍ରୀରେ ନକଲି ବିଦେଶୀ ଓ ଦେଶୀ ମଦ କାରବାର ବୃଦ୍ଧି ନେଇ ଖବର ପ୍ରକାଶିତ ହେବା ପରେ ଦାରିଙ୍ଗବାଡି ପୋଲିସର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ତେବେ ଦାରିଙ୍ଗବାଡିରେ ଏହାକୁ ରୋକିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଅଫିସର ନିଯୁକ୍ତି କରାଯାଇଥିଲେ ସୁଦ୍ଧା ଅବକାରୀ ବିଭାଗର ଏଯାବତ ନିଦ ଭାଙ୍ଗି ନ ଥିବା ନେଇ ଅଞ୍ଚଳରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି। ପୋଲିସ ପାନ ଦୋକାନ, ସମେତ ଚୋରାମଦ ବିକ୍ରୀ କରାଯାଉଥିବା ସ୍ଥାନ ଗୁଡିକୁ ଚି଼ହ୍ନଟ କରି ଚଢ଼ାଉ ଜାରି ରଖିଛି।

The post ଧରିତ୍ରୀ ପ୍ରଭାବ: ଚୋରା ମଦ ବିକ୍ରି ଅଭିଯୋଗ ଘଟଣାରେ ପୋଲିସର ରେଡ appeared first on Dharitri Odia News.