ଆଉ ମନେ ନପଡୁ ସେ ପୁରୁଣା ଦିନ: ଅତୀତକୁ ଭୁଲେଇ ଦେଉ ବର୍ତ୍ତମାନର ମୁହୂର୍ତ୍ତ

କନକ ବ୍ୟୁରୋ: ଝିଅ ବାହାଘର ଚାଲିଛି । ସବୁ ବାହାଘର ଠାରୁ ନିଆରା ଏ ବାହାଘର । କାରଣ ଏଠି ଅନାଥ ଦିବ୍ୟାଙ୍ଗ ଝିଅକୁ ଆପଣର କରି ନେଇଛନ୍ତି ଵାସୁଦେବପୁର ନାରାୟଣ ପଣ୍ଡା । କଥା କହିପାରୁନଥିବା ଝିଅର ମନକୁ ବୁଝିଛନ୍ତି। ନୟନାଙ୍କ ହୃହୟର ଭାଷାକୁ ପଢ଼ିପାରିଛନ୍ତି । ଅନାଥ ଝିଅକୁ ପାଳିଥିବା ସଂସ୍ଥା ଜ୍ବାଇଁଙ୍କୁ ସମସ୍ତ ଅଭ୍ୟର୍ଥନା ସହ ପାଛୋଟି ନେଇ ବିଵାହ କାର୍ୟ୍ୟ ସଂପାଦନ କରାଇଛନ୍ତି । ବିବାହ ବେଦୀରେ କନ୍ୟା ସାଜିଛନ୍ତି ଦିବ୍ୟାଙ୍ଗ ଅନାଥ ଝିଅ ନୟନା। ରାସ୍ତାକଡ଼ରୁ ଉଦ୍ଧାର ହୋଇଥିବା ଝିଅର ବାହାଘର କରାଇଛି ନିଖିଳ ଉତ୍କଳ ହରିଜନ ଆଦିବାସୀ ସେବା ସଂଘ। ଅନାଥ ଯୁବତୀଙ୍କୁ ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି ଭଦ୍ରକ ବାସୁଦେବପୁର ବିନାୟକପୁରର ନାରାୟଣ ପଣ୍ଡା । ବେଦୀରେ ପଡ଼ିଛି ହାତଗଣ୍ଠି ।  ସମ୍ପର୍କର ଗୋଟିଏ ସୂତାରେ ବାନ୍ଧି ହୋଇଛି ଦୁଇଟି ମନ । ହୋମନିଆଁକୁ ସାକ୍ଷୀ ରଖି ପରସ୍ପରକୁ ବଚନ ଦେଇଛନ୍ତି ନବ ଦମ୍ପତି । ଖୁବ ସଂଘର୍ଷମୟ ନୟନାଙ୍କ ଅତୀତ । ପରିବାର କିଏ ତାହା କହିପାରନ୍ତିନି, କି ତାଙ୍କୁ କିଏ କଣ କହୁଛି ତା'ବି ଶୁଣିପାରନ୍ତି ନାହିଁ । ତେଣୁ ଅତୀତକୁ ଭୂଲି ନୂଆ ଜୀବନ ଆରମ୍ଭ କରିଛନ୍ତି । ତାଙ୍କ ଭବିଷ୍ୟତକୁ ଉଜ୍ଜଳମୟ କରିବା ପାଇଁ ବର ନାରାୟଣଙ୍କୁ ଭବ୍ୟ ସ୍ୱାଗତ କରିଛି ନୟନାଙ୍କୁ ସାହାରା ଦେଇଥିବା ସଂସ୍ଥା 'ନୁହାସ' । ଝିଅର ବାହାଘର କରାଇବା ସହ ବରପକ୍ଷଙ୍କ ପାଇଁ ଭୋଜିର ଆୟୋଜନ କରିଥିଲେ ସଂପୃକ୍ତ ସଂସ୍ଥା କର୍ତ୍ତୃ

ଆଉ ମନେ ନପଡୁ ସେ ପୁରୁଣା ଦିନ: ଅତୀତକୁ ଭୁଲେଇ ଦେଉ ବର୍ତ୍ତମାନର ମୁହୂର୍ତ୍ତ

କନକ ବ୍ୟୁରୋ: ଝିଅ ବାହାଘର ଚାଲିଛି । ସବୁ ବାହାଘର ଠାରୁ ନିଆରା ଏ ବାହାଘର । କାରଣ ଏଠି ଅନାଥ ଦିବ୍ୟାଙ୍ଗ ଝିଅକୁ ଆପଣର କରି ନେଇଛନ୍ତି ଵାସୁଦେବପୁର ନାରାୟଣ ପଣ୍ଡା । କଥା କହିପାରୁନଥିବା ଝିଅର ମନକୁ ବୁଝିଛନ୍ତି। ନୟନାଙ୍କ ହୃହୟର ଭାଷାକୁ ପଢ଼ିପାରିଛନ୍ତି । ଅନାଥ ଝିଅକୁ ପାଳିଥିବା ସଂସ୍ଥା ଜ୍ବାଇଁଙ୍କୁ ସମସ୍ତ ଅଭ୍ୟର୍ଥନା ସହ ପାଛୋଟି ନେଇ ବିଵାହ କାର୍ୟ୍ୟ ସଂପାଦନ କରାଇଛନ୍ତି ।

ବିବାହ ବେଦୀରେ କନ୍ୟା ସାଜିଛନ୍ତି ଦିବ୍ୟାଙ୍ଗ ଅନାଥ ଝିଅ ନୟନା। ରାସ୍ତାକଡ଼ରୁ ଉଦ୍ଧାର ହୋଇଥିବା ଝିଅର ବାହାଘର କରାଇଛି ନିଖିଳ ଉତ୍କଳ ହରିଜନ ଆଦିବାସୀ ସେବା ସଂଘ। ଅନାଥ ଯୁବତୀଙ୍କୁ ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି ଭଦ୍ରକ ବାସୁଦେବପୁର ବିନାୟକପୁରର ନାରାୟଣ ପଣ୍ଡା । ବେଦୀରେ ପଡ଼ିଛି ହାତଗଣ୍ଠି ।  ସମ୍ପର୍କର ଗୋଟିଏ ସୂତାରେ ବାନ୍ଧି ହୋଇଛି ଦୁଇଟି ମନ । ହୋମନିଆଁକୁ ସାକ୍ଷୀ ରଖି ପରସ୍ପରକୁ ବଚନ ଦେଇଛନ୍ତି ନବ ଦମ୍ପତି ।

ଖୁବ ସଂଘର୍ଷମୟ ନୟନାଙ୍କ ଅତୀତ । ପରିବାର କିଏ ତାହା କହିପାରନ୍ତିନି, କି ତାଙ୍କୁ କିଏ କଣ କହୁଛି ତା'ବି ଶୁଣିପାରନ୍ତି ନାହିଁ । ତେଣୁ ଅତୀତକୁ ଭୂଲି ନୂଆ ଜୀବନ ଆରମ୍ଭ କରିଛନ୍ତି । ତାଙ୍କ ଭବିଷ୍ୟତକୁ ଉଜ୍ଜଳମୟ କରିବା ପାଇଁ ବର ନାରାୟଣଙ୍କୁ ଭବ୍ୟ ସ୍ୱାଗତ କରିଛି ନୟନାଙ୍କୁ ସାହାରା ଦେଇଥିବା ସଂସ୍ଥା 'ନୁହାସ' । ଝିଅର ବାହାଘର କରାଇବା ସହ ବରପକ୍ଷଙ୍କ ପାଇଁ ଭୋଜିର ଆୟୋଜନ କରିଥିଲେ ସଂପୃକ୍ତ ସଂସ୍ଥା କର୍ତ୍ତୃପକ୍ଷ । 

ରାସ୍ତାକଡ଼ରୁ ଅସହାୟ ଅବସ୍ଥାରେ ନୟନାଙ୍କୁ ୨୦୧୭ରେ ଉଦ୍ଧାର କରି ନୁହାସ ଶକ୍ତି ସଦନ ପ୍ରକଳ୍ପରେ ଥଇଥାନ କରିଥିଲେ ଭଦ୍ରକ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ । ସେବେ ଠାରୁ ସେଠାରେ ରହୁଥିଲେ । ଏବେ ତାଙ୍କ ପରିଚୟ ଓ ଠିକଣା ବଦଳି ଯାଇଛି ।