NEET ବିଭ୍ରାଟକୁ ନେଇ ସଫେଇ ଦେଲା ଶିକ୍ଷା ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୨୦।୬: ଦୁଇଟି ପରୀକ୍ଷାକୁ ନେଇ ଦେଶରେ ଏବେ ଉତ୍ତେଜନା ଦେଖାଦେଇଛି। ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ କରାଯାଇଥିବା ନିଟ୍ ପରୀକ୍ଷାରେ ବିଭ୍ରାଟ ଅଭିଯୋଗ ହୋଇଛି। ଏହି ପରୀକ୍ଷା ବାତିଲ ପାଇଁ ଦାବି ହେଉଛି। ଏହି ସମୟରେ ନିଟ୍ ପରୀକ୍ଷା କରୁଥିବା ଏଜେନ୍ସି ‘ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି’ (ଏନ୍ଟିଏ) ୟୁଜିସି-ନେଟ୍ ପରୀକ୍ଷାକୁ ବାତିଲ କରିଦେଇଛି। ବର୍ତ୍ତମାନ ଶିକ୍ଷା ମନ୍ତ୍ରଣାଳୟ କହିଛି ଯେ, ଖୁବଶୀଘ୍ର ୟୁଜିସି-ନେଟ୍ ପରୀକ୍ଷାର ନୂତନ ତାରିଖ ଘୋଷଣା କରାଯିବ। ନିଟ୍ ସମ୍ପର୍କରେ କୁହାଯାଇଛି ଯେ ଏହାର […] The post NEET ବିଭ୍ରାଟକୁ ନେଇ ସଫେଇ ଦେଲା ଶିକ୍ଷା ମନ୍ତ୍ରଣାଳୟ appeared first on Dharitri Odia News.
ନୂଆଦିଲ୍ଲୀ,୨୦।୬: ଦୁଇଟି ପରୀକ୍ଷାକୁ ନେଇ ଦେଶରେ ଏବେ ଉତ୍ତେଜନା ଦେଖାଦେଇଛି। ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ କରାଯାଇଥିବା ନିଟ୍ ପରୀକ୍ଷାରେ ବିଭ୍ରାଟ ଅଭିଯୋଗ ହୋଇଛି। ଏହି ପରୀକ୍ଷା ବାତିଲ ପାଇଁ ଦାବି ହେଉଛି। ଏହି ସମୟରେ ନିଟ୍ ପରୀକ୍ଷା କରୁଥିବା ଏଜେନ୍ସି ‘ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି’ (ଏନ୍ଟିଏ) ୟୁଜିସି-ନେଟ୍ ପରୀକ୍ଷାକୁ ବାତିଲ କରିଦେଇଛି। ବର୍ତ୍ତମାନ ଶିକ୍ଷା ମନ୍ତ୍ରଣାଳୟ କହିଛି ଯେ, ଖୁବଶୀଘ୍ର ୟୁଜିସି-ନେଟ୍ ପରୀକ୍ଷାର ନୂତନ ତାରିଖ ଘୋଷଣା କରାଯିବ। ନିଟ୍ ସମ୍ପର୍କରେ କୁହାଯାଇଛି ଯେ ଏହାର ତଦନ୍ତ ଜାରି ରହିଛି।
ଏନ୍ଇଇଟି ପେପର୍ ଲିକ ଏବଂ ୟୁଜିସି-ନେଟ୍ ପରୀକ୍ଷା ବାତିଲ ସମ୍ପର୍କରେ ଗୁରୁବାର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଗୋବିନ୍ଦ ଜୟସ୍ବାଲ କହିଛନ୍ତି, ନିଟ୍ରେ ଅନେକ ପ୍ରସଙ୍ଗ ଅଛି। ଗୋଟିଏ ପ୍ରସଙ୍ଗ ଗ୍ରେସ୍ ମାର୍କ ଥିଲା। ଦ୍ୱିତୀୟଟି ହେଉଛି ବିହାରରେ ପେପ୍ରରେ ଅନିୟମିତତା ଅଭିଯୋଗ ଥିଲା, ଯାହାର ଏବେ ତଦନ୍ତ ଚାଲିଛି। ତୃତୀୟଟି ହେଉଛି ଗୁଜରାଟରେ ହୋଇଥିବା ପରୀକ୍ଷାରେ ବିଭ୍ରାଟ ଅଭିଯୋଗ ଆସିଥିଲା। ସେ କହିଛନ୍ତି, ଗ୍ରେସ୍ ମାର୍କ ପ୍ରସଙ୍ଗ ସମ୍ପୂର୍ଣ୍ଣ ସମାଧାନ ହୋଇଛି। ବିହାରରେ ପେପେର୍ ଲିକ୍ ହେବା ମାମଲା ଏବେ ଆର୍ଥିକ ଅପରାଧ ୟୁନିଟ ଦ୍ୱାରା ଅନୁସନ୍ଧାନ କରାଯାଉଛି।
The post NEET ବିଭ୍ରାଟକୁ ନେଇ ସଫେଇ ଦେଲା ଶିକ୍ଷା ମନ୍ତ୍ରଣାଳୟ appeared first on Dharitri Odia News.