ଶେଷରେ ମାନିଲା ପାକିସ୍ତାନ: କରାଚୀରେ ଉଡ଼ିଲା ତ୍ରିରଙ୍ଗା
ଇସଲାମାବାଦ୍,୧୯।୨: ପାକିସ୍ତାନ କ୍ରିକେଟ ବୋର୍ଡ ସମ୍ପ୍ରତି ବିବାଦରେ ପଡ଼ିଛି ଏବଂ ଏହାର କାରଣ ଥିଲା ଯେ ଏହା କରାଚୀ ଏବଂ ଲାହୋରର ଷ୍ଟାଡିୟମରେ ୭ଟି ଦଳର ପତାକା ଉତ୍ତୋଳନ କରିଥିଲା। କିନ୍ତୁ ସେଠାରେ ଭାରତୀୟ ପତାକା ଉତ୍ତୋଳନ କରାଯାଇ ନ ଥିଲା କିନ୍ତୁ ଏବେ ଏକ ନୂତନ ଫଟୋ ସାମ୍ନାକୁ ଆସିଛି। ଏଥିରେ କରାଚୀର ନ୍ୟାଶନାଲ ଷ୍ଟାଡିୟମରେ ଭାରତୀୟ ତ୍ରିରଙ୍ଗା ଉଡ଼ୁଥିବାର ଦେଖାଯାଉଛି। ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ କରାଚୀର ନ୍ୟାଶନାଲ ଷ୍ଟାଡିୟମରେ ଖେଳାଯିବ। ଯେଉଁଥିରେ ପାକିସ୍ତାନ […] The post ଶେଷରେ ମାନିଲା ପାକିସ୍ତାନ: କରାଚୀରେ ଉଡ଼ିଲା ତ୍ରିରଙ୍ଗା appeared first on Dharitri Odia News.
ଇସଲାମାବାଦ୍,୧୯।୨: ପାକିସ୍ତାନ କ୍ରିକେଟ ବୋର୍ଡ ସମ୍ପ୍ରତି ବିବାଦରେ ପଡ଼ିଛି ଏବଂ ଏହାର କାରଣ ଥିଲା ଯେ ଏହା କରାଚୀ ଏବଂ ଲାହୋରର ଷ୍ଟାଡିୟମରେ ୭ଟି ଦଳର ପତାକା ଉତ୍ତୋଳନ କରିଥିଲା। କିନ୍ତୁ ସେଠାରେ ଭାରତୀୟ ପତାକା ଉତ୍ତୋଳନ କରାଯାଇ ନ ଥିଲା କିନ୍ତୁ ଏବେ ଏକ ନୂତନ ଫଟୋ ସାମ୍ନାକୁ ଆସିଛି। ଏଥିରେ କରାଚୀର ନ୍ୟାଶନାଲ ଷ୍ଟାଡିୟମରେ ଭାରତୀୟ ତ୍ରିରଙ୍ଗା ଉଡ଼ୁଥିବାର ଦେଖାଯାଉଛି। ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ କରାଚୀର ନ୍ୟାଶନାଲ ଷ୍ଟାଡିୟମରେ ଖେଳାଯିବ। ଯେଉଁଥିରେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ ଏବଂ ଏହି ମ୍ୟାଚ ପୂର୍ବରୁ ସେଠାରେ ତ୍ରିରଙ୍ଗା ଉଡ଼ାଇ ସାରିଛି।
The Indian flag has been placed at the National Bank Stadium, Karachi ahead of the #ChampionsTrophy2025 #Cricket | #Pakistan | #Karachi | #India pic.twitter.com/hmfszXaulW
— Khel Shel (@khelshel) February 19, 2025
ଷ୍ଟାଡିୟମରେ ଭାରତୀୟ ପତାକା ଉତ୍ତୋଳନ ନ କରିବା ପରେ ପିସିବି ବିବାଦରେ ପଡ଼ିଥିଲା। ଏହା ପରେ ତାଙ୍କୁ ସୋସିଆଲ ମିଡିଆରେ ପ୍ରବଳ ସମାଲୋଚନା କରାଯାଇଥିଲା। କୁହାଯାଉଥିଲା ଯେହେତୁ ଭାରତୀୟ ଦଳ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ ଖେଳୁନାହିଁ, ତେଣୁ ପିସିବି ଏହି ନିଷ୍ପତ୍ତି ନେଇଛି କିନ୍ତୁ ଏବେ ପାକିସ୍ତାନ କ୍ରିକେଟ ବୋର୍ଡକୁ ନଇଁବାକୁ ପଡିଛି।
The post ଶେଷରେ ମାନିଲା ପାକିସ୍ତାନ: କରାଚୀରେ ଉଡ଼ିଲା ତ୍ରିରଙ୍ଗା appeared first on Dharitri Odia News.