ଭାରପ୍ରାପ୍ତ ଆଡ୍‌ଭୋକେଟ ଜେନେରାଲ ହେଲେ ଜ୍ୟୋତିପ୍ରକାଶ ପଟ୍ଟନାୟକ

କଟକ,୬ା୬(କାର୍ତ୍ତିକ ସାହୁ) ହାଇକୋର୍ଟର ସରକାରୀ ଓକିଲ ଜ୍ୟୋତିପ୍ରକାଶ ପଟ୍ଟନାୟକଙ୍କୁ ଭାରପ୍ରାପ୍ତ ଆଡ୍‌ଭୋକେଟ ଜେନେରାଲ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ସେ ନିଜର ପୂର୍ବ ଦାୟିତ୍ୱ ସମ୍ଭାଳିବା ସହ ଅତିରିକ୍ତ ଭାବେ ଆଡ୍‌ଭୋକେଟ ଜେନେରାଲଙ୍କ କାର୍ଯ୍ୟ ସମ୍ଭାଳିବେ। ଆଡ୍‌ଭୋକେଟ୍‌ ଜେନେରାଲ ଅଶୋକ କୁମାର ପରିଜା ନିଜ ପଦରୁ ଇସ୍ତଫା ଦେବା ପରେ ତାହା ଖାଲି ପଡ଼ିଥିଲା। ତେବେ ଉକ୍ତ ପଦ ପୂରଣ ହେବା ଯାଏ ଆଡ୍‌ଭୋକେଟ୍‌ […] The post ଭାରପ୍ରାପ୍ତ ଆଡ୍‌ଭୋକେଟ ଜେନେରାଲ ହେଲେ ଜ୍ୟୋତିପ୍ରକାଶ ପଟ୍ଟନାୟକ appeared first on Dharitri Odia News.

ଭାରପ୍ରାପ୍ତ ଆଡ୍‌ଭୋକେଟ ଜେନେରାଲ ହେଲେ ଜ୍ୟୋତିପ୍ରକାଶ ପଟ୍ଟନାୟକ

କଟକ,୬ା୬(କାର୍ତ୍ତିକ ସାହୁ) ହାଇକୋର୍ଟର ସରକାରୀ ଓକିଲ ଜ୍ୟୋତିପ୍ରକାଶ ପଟ୍ଟନାୟକଙ୍କୁ ଭାରପ୍ରାପ୍ତ ଆଡ୍‌ଭୋକେଟ ଜେନେରାଲ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁଯାୟୀ ସେ ନିଜର ପୂର୍ବ ଦାୟିତ୍ୱ ସମ୍ଭାଳିବା ସହ ଅତିରିକ୍ତ ଭାବେ ଆଡ୍‌ଭୋକେଟ ଜେନେରାଲଙ୍କ କାର୍ଯ୍ୟ ସମ୍ଭାଳିବେ। ଆଡ୍‌ଭୋକେଟ୍‌ ଜେନେରାଲ ଅଶୋକ କୁମାର ପରିଜା ନିଜ ପଦରୁ ଇସ୍ତଫା ଦେବା ପରେ ତାହା ଖାଲି ପଡ଼ିଥିଲା। ତେବେ ଉକ୍ତ ପଦ ପୂରଣ ହେବା ଯାଏ ଆଡ୍‌ଭୋକେଟ୍‌ ଜେନେରାଲ କାର୍ଯ୍ୟାଳୟର ଦୈନନ୍ଦିନ କାର୍ଯ୍ୟଭାର ଜ୍ୟୋତିପ୍ରକାଶ ତୁଲାଇବେ।

ସୂଚନାଯୋଗ୍ୟ, ବିଜେଡି ସରକାର ୨୦୧୯ ମସିହାରେ ପରିଜାଙ୍କୁ ଆଡ୍‌ଭୋକେଟ ଜେନେରାଲ ଭାବେ ନିଯୁକ୍ତି ଦେଇଥିଲେ। ଆଡ୍‌ଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ରଙ୍କ ପରେ ସେ ଏହି ଦାୟିତ୍ୱ ଗ୍ରହଣ କରିଥିଲେ।

The post ଭାରପ୍ରାପ୍ତ ଆଡ୍‌ଭୋକେଟ ଜେନେରାଲ ହେଲେ ଜ୍ୟୋତିପ୍ରକାଶ ପଟ୍ଟନାୟକ appeared first on Dharitri Odia News.