ଭାରତର ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଦେବମାଲି
ଜୟପୁର: ରାଜସ୍ଥାନର ବେୱର ଜିଲାରେ ଅବସ୍ଥିତ ଦେବମାଲି ଗ୍ରାମକୁ ଭାରତର ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବରେ ମଙ୍ଗଳବାର କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଘୋଷଣା କରିଛି। ପର୍ଯ୍ୟଟନ ସ୍ଥଳୀ ଭାବରେ ଲୋକପ୍ରିୟତା ତଥା ସ୍ଥାନୀୟ ସଂସ୍କୃତିର ସଂରକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଦେବମାଲିକୁ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବରେ ଚୟନ କରାଯାଇଛି। ଆସନ୍ତା ନଭେମ୍ବର ୨୭ରେ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାର ଏହି ଗ୍ରାମକୁ ସମ୍ମାନିତ କରିବେ। ଏନେଇ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ମାଇକ୍ରୋବ୍ଲଗିଂ […] The post ଭାରତର ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଦେବମାଲି appeared first on Dharitri Odia News.
ଜୟପୁର: ରାଜସ୍ଥାନର ବେୱର ଜିଲାରେ ଅବସ୍ଥିତ ଦେବମାଲି ଗ୍ରାମକୁ ଭାରତର ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବରେ ମଙ୍ଗଳବାର କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଘୋଷଣା କରିଛି। ପର୍ଯ୍ୟଟନ ସ୍ଥଳୀ ଭାବରେ ଲୋକପ୍ରିୟତା ତଥା ସ୍ଥାନୀୟ ସଂସ୍କୃତିର ସଂରକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଦେବମାଲିକୁ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବରେ ଚୟନ କରାଯାଇଛି। ଆସନ୍ତା ନଭେମ୍ବର ୨୭ରେ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାର ଏହି ଗ୍ରାମକୁ ସମ୍ମାନିତ କରିବେ। ଏନେଇ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ମାଇକ୍ରୋବ୍ଲଗିଂ ପ୍ଲାଟ୍ଫର୍ମ ଏକ୍ସ’ରେ ସୂଚନା ଦେଇଛନ୍ତି। ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମର ମାନ୍ୟତା ଦ୍ୱାରା ଦେବମାଲିର ଐତିହାସିକ, ସାଂସ୍କୃତିକ ଏବଂ ପ୍ରାକୃତିକ ଐତିହ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ମିଳିପାରିବ ବୋଲି ଦିୟା କହିଛନ୍ତି।
ଅନୁଯାୟୀ, ଭଗବାନ ଦେବନାରାୟଣଙ୍କ ପ୍ରତି ଦେବମାଲି ଗ୍ରାମବାସୀଙ୍କର ଉତ୍ସର୍ଗୀକୃତ ଭକ୍ତି ଓ ଭାବନା ରହି ଆସିଛି। ଗ୍ରାମର ପ୍ରାୟ ୩ ହଜାର ବିଘା ଜମି ଭଗବାନ ଦେବନାରାୟଣଙ୍କୁ ଉତ୍ସର୍ଗ କରାଯାଇଛି। ସେହିପରି ଦୀର୍ଘ ବର୍ଷ ଧରି ଦେବମାଲି ଗ୍ରାମରେ ରହିଆସୁଥିଲେ ମଧ୍ୟ ଏଠାକାର ଗ୍ରାମବାସୀଙ୍କ ନିକଟରେ ସେମାନଙ୍କ ଜମି ମାଲିକାନା ନେଇ କୌଣସି ମଧ୍ୟ ଦସ୍ତାବିଜ ନାହିଁ। ସେହିପରି ଏଠାରେ ଗ୍ରାମବାସୀ ହଜାରରୁ ଅଧିକ ବର୍ଷ ଧରି ମାଟି ଘରେ ରହିବାର ପରମ୍ପରାକୁ ବଜାୟ ରଖିଛନ୍ତି। ସିମେଣ୍ଟ, ଇଟାରେ ନିର୍ମିତ ପକ୍କା ଘରେ ରହିଲେ ଭଗବାନ ଦେବନାରାୟଣ କ୍ରୋଧିତ ହେବେ ବୋଲି ସେମାନଙ୍କର ବିଶ୍ୱାସ ରହିଛି। ସେହିପରି ଗ୍ରାମର କୌଣସି ବ୍ୟକ୍ତି ଆମିଷ ଖାଦ୍ୟ ଖାଆନ୍ତି ନାହିଁ କିମ୍ବା ମଦ୍ୟପାନ ମଧ୍ୟ କରନ୍ତି ନାହିଁ। ବହୁ ଦଶନ୍ଧି ଧରି ଏଠାରେ ଚୋରି କିମ୍ବା ଡକାୟତି ମାମଲା ହୋଇ ନାହିଁ। ତେଣୁ ଗ୍ରାମବାସୀମାନେ ରାତିରେ ଶୋଇବା ସମୟରେ କିମ୍ବା ବାହାରକୁ ଯିବା ସମୟରେ ସେମାନଙ୍କ ଘରକୁ ତାଲା ପକାନ୍ତି ନାହିଁ।
The post ଭାରତର ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଦେବମାଲି appeared first on Dharitri Odia News.