କାହିଁକି ରୁପା ଗ୍ଲାସ୍‌ରେ ପାଣି ପିଅନ୍ତି କଙ୍ଗନା ? ଏହି କାରଣରୁ ମାଆ ଦେଇଥିଲେ ଗିଫ୍ଟ

ମୁମ୍ଵାଇ ୨୦।୦୮; ବଲିଉଡ୍‌ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ ।  ସେ ତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରୁହନ୍ତି। ବର୍ତ୍ତମାନ ଏଭଳି କିଛି ଖବର ଆସିଛି । ଯେଉଁଥିପାଇଁ ସେ ଲାଇମ୍‌ ଲାଇଟ୍‌ରେ ଅଛନ୍ତି । କୁହାଯାଉଛି କି କଙ୍ଗନା ରୁପା ବାସନରେ ପାଣି ପିଅନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।ନିକଟରେ ଏକ ଭିଡିଓ ସାମ୍ନାକୁ ଆସୁଛି । ସେଥିରେ ସେ ରୂପା ବାସନରେ ପାଣି ପିଉଥିବାର ନଜର ଆସିଛନ୍ତି। ଯେଉଁଥିପାଇଁ ତାଙ୍କ ଟ୍ରୋଲ୍‌ କରାଯାଇଥିଲା।କୁହାଯାଇଥିଲା କି କଙ୍ଗନା ଗରିବଙ୍କୁ ସମର୍ଥନ କରିବାକୁ ବଡ ବଡ କଥା କୁହନ୍ତି। କିନ୍ତୁ ନିଜେ ରୁପା ଗ୍ଲାସ୍‌ରେ ପାଣି ପିଉଛନ୍ତି । ଏହା କଣ ନିହାତି ଆବଶ୍ୟକ। ହେଲେ ତାଙ୍କ ଫ୍ୟାନ୍ସ ବହୁତ ସୁନ୍ଦର ଉତ୍ତର ଦେଇ କହିଛନ୍ତି କି ରୂପା ଗ୍ଲାସରେ ପାଣି ପିଇଲେ ସବୁ ରୋଗରୁ ଦୂରରେ ରଖେ।କହିବାକୁ ଗଲେ କଙ୍ଗନା ବହୁ ପୂର୍ବରୁ ରୂପା ଗ୍ଲାସର ଝଲକ ଦେଖାଇଛନ୍ତି। ଏହାକୁ କାହିଁକି ବ୍ୟବହାର କରନ୍ତି ତାହା ମଧ୍ୟ କହିଛନ୍ତି।କଙ୍ଗନା ପୋଷ୍ଟ ସେୟାର କରି କହିଥିଲେ- ହଁ ଏହା ମୋର ସିଲଭର ଗ୍ଲାସ.. ମୋ ମାଆ କୁହନ୍ତି ଯଦି ତୁମକୁ କାହାକୁ ମାରିବା ଇଚ୍ଛା ହଉଛି ତେବେ ଜୋରରେ ନିଶ୍ଵାସ ନିଅ ରୂପା ଗ୍ଲାସ୍‌ରେ ପାଣି ପିଅ। କାହିଁକି ନା ଏହା ଆପଣଙ୍କୁ ଶାନ୍ତ କରାଏ । କଙ୍ଗନାଙ୍କ ଏହି ଗ୍ଲାସ୍ ସ୍ଵତନ୍ତ୍ର କୃଷ୍ଣଙ୍କ ମୂର୍ତ୍ତି ଡିଜାଇନ୍‌ ହୋଇଛି। ଏହ

କାହିଁକି ରୁପା ଗ୍ଲାସ୍‌ରେ ପାଣି ପିଅନ୍ତି କଙ୍ଗନା ? ଏହି କାରଣରୁ ମାଆ ଦେଇଥିଲେ ଗିଫ୍ଟ

ମୁମ୍ଵାଇ ୨୦।୦୮; ବଲିଉଡ୍‌ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ ।  ସେ ତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରୁହନ୍ତି। ବର୍ତ୍ତମାନ ଏଭଳି କିଛି ଖବର ଆସିଛି । ଯେଉଁଥିପାଇଁ ସେ ଲାଇମ୍‌ ଲାଇଟ୍‌ରେ ଅଛନ୍ତି । କୁହାଯାଉଛି କି କଙ୍ଗନା ରୁପା ବାସନରେ ପାଣି ପିଅନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ନିକଟରେ ଏକ ଭିଡିଓ ସାମ୍ନାକୁ ଆସୁଛି । ସେଥିରେ ସେ ରୂପା ବାସନରେ ପାଣି ପିଉଥିବାର ନଜର ଆସିଛନ୍ତି। ଯେଉଁଥିପାଇଁ ତାଙ୍କ ଟ୍ରୋଲ୍‌ କରାଯାଇଥିଲା।କୁହାଯାଇଥିଲା କି କଙ୍ଗନା ଗରିବଙ୍କୁ ସମର୍ଥନ କରିବାକୁ ବଡ ବଡ କଥା କୁହନ୍ତି। କିନ୍ତୁ ନିଜେ ରୁପା ଗ୍ଲାସ୍‌ରେ ପାଣି ପିଉଛନ୍ତି । ଏହା କଣ ନିହାତି ଆବଶ୍ୟକ। ହେଲେ ତାଙ୍କ ଫ୍ୟାନ୍ସ ବହୁତ ସୁନ୍ଦର ଉତ୍ତର ଦେଇ କହିଛନ୍ତି କି ରୂପା ଗ୍ଲାସରେ ପାଣି ପିଇଲେ ସବୁ ରୋଗରୁ ଦୂରରେ ରଖେ।

କହିବାକୁ ଗଲେ କଙ୍ଗନା ବହୁ ପୂର୍ବରୁ ରୂପା ଗ୍ଲାସର ଝଲକ ଦେଖାଇଛନ୍ତି। ଏହାକୁ କାହିଁକି ବ୍ୟବହାର କରନ୍ତି ତାହା ମଧ୍ୟ କହିଛନ୍ତି।କଙ୍ଗନା ପୋଷ୍ଟ ସେୟାର କରି କହିଥିଲେ- ହଁ ଏହା ମୋର ସିଲଭର ଗ୍ଲାସ.. ମୋ ମାଆ କୁହନ୍ତି ଯଦି ତୁମକୁ କାହାକୁ ମାରିବା ଇଚ୍ଛା ହଉଛି ତେବେ ଜୋରରେ ନିଶ୍ଵାସ ନିଅ ରୂପା ଗ୍ଲାସ୍‌ରେ ପାଣି ପିଅ। କାହିଁକି ନା ଏହା ଆପଣଙ୍କୁ ଶାନ୍ତ କରାଏ । କଙ୍ଗନାଙ୍କ ଏହି ଗ୍ଲାସ୍ ସ୍ଵତନ୍ତ୍ର କୃଷ୍ଣଙ୍କ ମୂର୍ତ୍ତି ଡିଜାଇନ୍‌ ହୋଇଛି। ଏହା ସହ ଭଗବାନଙ୍କ ଫଟୋ ମଧ୍ୟ ରହିଛି ।