ଇସ୍ରାଏଲ-ହମାସ୍ ଯୁଦ୍ଧରେ ମୃତକଙ୍କ ସଂଖ୍ୟା ୩୧ ହଜାର; ନେତାନ୍ୟାହୁଙ୍କ ଦାବି ୧୩ ହଜାର ଆତଙ୍କୀ ସଫା
ନୂଆଦିଲ୍ଲୀ: ଇସ୍ରାଏଲ-ହମାସ୍ ମଧ୍ୟରେ ଯୁଦ୍ଧକୁ ନେଇ ତଥ୍ୟ ପ୍ରଦାନ କରିଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଚାମିନ୍ ନେତାନ୍ୟାହୁ । ରବିବାର ଦେଶବାସୀଙ୍କୁ ସମ୍ବୋଧିତ କହିଛନ୍ତି, ଇସ୍ରାଏଲ୍-ହମାସ୍ ଭୟଙ୍କର ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୩୧ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ସେହିପରି ପ୍ରାୟ ୩ଲକ୍ଷ ଲୋକ ବାସହରା ହୋଇଛନ୍ତି । ତେବେ ଏହି ୩୧ ହଜାର ମୃତତଙ୍କ ମଧ୍ୟରୁ ପ୍ରାୟ ୧୩ହଜାର ହମାସ୍ ଆତଙ୍କବାଦୀ ରହିଛନ୍ତି ବୋଲି ନେତାନ୍ୟାହୁ ଦାବି କରିଛନ୍ତି । ସେ ଦକ୍ଷିଣ ଗାଜାକୁ ଟାର୍ଗେଟ୍ କରି କହିଛନ୍ତି, ହମାସ୍ ସଫା ନହେବା ଯାଏ ଆକ୍ରମଣ ଜାରି ରହିଛି । ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ଆତଙ୍କୀଙ୍କୁ ଖୋଜି ଖୋଜି କରି ମାରିବେ । ରାୟଟର୍ସର ରିପୋର୍ଟ ମୁତାବକ, ଗାଜା ସ୍ବାସ୍ଥ୍ୟମନ୍ତ୍ରାଳୟ ହମାସ୍ ଆତଙ୍କୀଙ୍କ ମୃତ୍ୟୁକୁ ନେଇ କୌଣସି ତଥ୍ୟ ପ୍ରକାଶ କରିନାହାନ୍ତି । ମାତ୍ର ମୃତକଙ୍କ ମଧ୍ୟରେ ୭୨ ପ୍ରତିଶତ ମହିଳା ଏବଂ ଛୋଟ ପିଲା ରହିଥିବା କହିଛନ୍ତି । ହମାସ୍ ଆତଙ୍କବାଦୀଙ୍କୁ ନେଇ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ଯେଉଁ ତଥ୍ୟ ଦେଇଛନ୍ତି ତାକୁ ମିଛ ବୋଲି କହିବା ସହିତ ଇସ୍ରାଏଲର ବିଜୟକୁ ଖାରଜ୍ କରିଛନ୍ତି । ଜର୍ମାନ ମିଡିଆ କମ୍ପାନୀ ଏକ୍ସଲ ସ୍ପ୍ରିଙ୍ଗରକୁ ସାକ୍ଷାତକାର ଦେଇ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, ଦକ୍ଷିଣ ଗାଜାର ରଫା ଅଞ୍ଚଳରେ ଆହୁରି ଜୋରଦାର ହେବ ଆକ୍ରମଣ । ହମାସ୍ ସଫା ନେବା ଯାଏଁ ଯୁଦ୍ଧ ଦାରି
ନୂଆଦିଲ୍ଲୀ: ଇସ୍ରାଏଲ-ହମାସ୍ ମଧ୍ୟରେ ଯୁଦ୍ଧକୁ ନେଇ ତଥ୍ୟ ପ୍ରଦାନ କରିଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଚାମିନ୍ ନେତାନ୍ୟାହୁ । ରବିବାର ଦେଶବାସୀଙ୍କୁ ସମ୍ବୋଧିତ କହିଛନ୍ତି, ଇସ୍ରାଏଲ୍-ହମାସ୍ ଭୟଙ୍କର ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୩୧ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ସେହିପରି ପ୍ରାୟ ୩ଲକ୍ଷ ଲୋକ ବାସହରା ହୋଇଛନ୍ତି । ତେବେ ଏହି ୩୧ ହଜାର ମୃତତଙ୍କ ମଧ୍ୟରୁ ପ୍ରାୟ ୧୩ହଜାର ହମାସ୍ ଆତଙ୍କବାଦୀ ରହିଛନ୍ତି ବୋଲି ନେତାନ୍ୟାହୁ ଦାବି କରିଛନ୍ତି । ସେ ଦକ୍ଷିଣ ଗାଜାକୁ ଟାର୍ଗେଟ୍ କରି କହିଛନ୍ତି, ହମାସ୍ ସଫା ନହେବା ଯାଏ ଆକ୍ରମଣ ଜାରି ରହିଛି । ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ଆତଙ୍କୀଙ୍କୁ ଖୋଜି ଖୋଜି କରି ମାରିବେ ।
ରାୟଟର୍ସର ରିପୋର୍ଟ ମୁତାବକ, ଗାଜା ସ୍ବାସ୍ଥ୍ୟମନ୍ତ୍ରାଳୟ ହମାସ୍ ଆତଙ୍କୀଙ୍କ ମୃତ୍ୟୁକୁ ନେଇ କୌଣସି ତଥ୍ୟ ପ୍ରକାଶ କରିନାହାନ୍ତି । ମାତ୍ର ମୃତକଙ୍କ ମଧ୍ୟରେ ୭୨ ପ୍ରତିଶତ ମହିଳା ଏବଂ ଛୋଟ ପିଲା ରହିଥିବା କହିଛନ୍ତି । ହମାସ୍ ଆତଙ୍କବାଦୀଙ୍କୁ ନେଇ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ଯେଉଁ ତଥ୍ୟ ଦେଇଛନ୍ତି ତାକୁ ମିଛ ବୋଲି କହିବା ସହିତ ଇସ୍ରାଏଲର ବିଜୟକୁ ଖାରଜ୍ କରିଛନ୍ତି ।
ଜର୍ମାନ ମିଡିଆ କମ୍ପାନୀ ଏକ୍ସଲ ସ୍ପ୍ରିଙ୍ଗରକୁ ସାକ୍ଷାତକାର ଦେଇ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, ଦକ୍ଷିଣ ଗାଜାର ରଫା ଅଞ୍ଚଳରେ ଆହୁରି ଜୋରଦାର ହେବ ଆକ୍ରମଣ । ହମାସ୍ ସଫା ନେବା ଯାଏଁ ଯୁଦ୍ଧ ଦାରି ରହିବ । ସେହିପରି ବିଲ୍ଡ ଖବର ସାକ୍ଷାତକାର ଦେଇ ନେତାନ୍ୟାହୁ କହିଛନ୍ତି, ଇସ୍ରାଏଲ୍ ବିଜୟର ଦ୍ବାର ଦେଶରେ ପହଞ୍ଚିଛି । ମାତ୍ର ଆଉ କିଛି ସପ୍ତାହ ମଧ୍ୟରେ ଗାଜାରେ ବିଜୟ ପତାକା ଉଡ଼ାଇବ ଇସ୍ରାଏଲ ।