ସଂସଦରେ ଓଡ଼ିଶା କଥା ଉଠାଇଲେ ମୋଦି, କହିଲେ…
ନୂଆଦିଲ୍ଲୀ,୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଦରେ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଧନ୍ୟବାଦ ଅର୍ପଣ ଉପରେ ଆଲୋଚନା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାଷଣ ଆରମ୍ଭ କରିବା ମାତ୍ରେ ଲୋକ ସଭାରେ ବିରୋଧୀ ନେତା ହଙ୍ଗାମା କରିଛନ୍ତି। ମୋଦି ଭାଷଣ ଦେବାବେଳେ ବହୁ ବିରୋଧୀ ଏମପି ନିଜ ଆସନରେ ଠିଆ ହୋଇ ସ୍ଲୋଗାନ ଦେଇଛନ୍ତି। ମୋଦି ତାଙ୍କ ଅଭିଭାଷଣରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଆମେ କିଛି ଲୋକଙ୍କ ଯନ୍ତ୍ରଣା ବୁଝୁ ପାରୁଛୁ। ଏହି ସମୟରେ ଗୃହରେ ଉତ୍ତେଜନା ଦେଖିବାକୁ […] The post ସଂସଦରେ ଓଡ଼ିଶା କଥା ଉଠାଇଲେ ମୋଦି, କହିଲେ… appeared first on Dharitri Odia News.
ନୂଆଦିଲ୍ଲୀ,୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଦରେ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଧନ୍ୟବାଦ ଅର୍ପଣ ଉପରେ ଆଲୋଚନା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାଷଣ ଆରମ୍ଭ କରିବା ମାତ୍ରେ ଲୋକ ସଭାରେ ବିରୋଧୀ ନେତା ହଙ୍ଗାମା କରିଛନ୍ତି। ମୋଦି ଭାଷଣ ଦେବାବେଳେ ବହୁ ବିରୋଧୀ ଏମପି ନିଜ ଆସନରେ ଠିଆ ହୋଇ ସ୍ଲୋଗାନ ଦେଇଛନ୍ତି।
ମୋଦି ତାଙ୍କ ଅଭିଭାଷଣରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଆମେ କିଛି ଲୋକଙ୍କ ଯନ୍ତ୍ରଣା ବୁଝୁ ପାରୁଛୁ। ଏହି ସମୟରେ ଗୃହରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଏହାପରେ ପରିସ୍ଥିତି ଏପରି ହୋଇଥିଲା ଯେ, ମୋଦି ତାଙ୍କ ଆସନରେ ବସି ପଡିଥିଲେ। ଲୋକ ସଭା ବାଚସ୍ପତି ଓମ ବିର୍ଲା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ଉପରେ ରାଗିଯାଇ ବିରୋଧୀ ନେତାଙ୍କୁ ଗୃହରେ ଶାନ୍ତି ରଖିବାକୁ କହିଥିଲେ।
ମୋଦି କହିଛନ୍ତି, ଲୋକ ସଭା ନିର୍ବାଚନ ସହ ଆମେ ୪ ରାଜ୍ୟର ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟ ହାସଲ କରିଛୁ। ଏନଡିଏ ଏହି ୪ରାଜ୍ୟରେ ଅଦ୍ଭୁତପୂର୍ବ ବିଜୟ ହାସଲ କରିଛୁ। ମହାପ୍ରଭୁ ଜଗନ୍ନାଥଙ୍କ ମାଟି ଓଡ଼ିଶାରେ ଆମକୁ ଭରପୂର ଆଶୀର୍ବାଦ ମିଳିଛି।
The post ସଂସଦରେ ଓଡ଼ିଶା କଥା ଉଠାଇଲେ ମୋଦି, କହିଲେ… appeared first on Dharitri Odia News.