ୟୁଏଏସ୍ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର, ଏହା ଲାଗୁ କରାଗଲେ ଶିକ୍ଷକ ସମାଜ…
ଦାରିଙ୍ଗବାଡ଼ି,୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନର ଦାରିଙ୍ଗବାଡ଼ି ଶାଖା ପକ୍ଷରୁ ସରକାରଙ୍କ ୟୁଏଏସ (ୟୁନିଫାଇଡ୍ ଅଟୋମେଶନ ସିଷ୍ଟମ) ଲାଗୁ ପ୍ରତ୍ୟାହାର କରାଯିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରକାଶ ଯେ, ଫେଡେରେଶନର ବ୍ଲକ ସଭାପତି ଯାମିନୀକାନ୍ତ ପଡ୍ରାଙ୍କ ନେତୃତ୍ୱରେ ସଂଘର ସାଧାରଣ ସମ୍ପାଦକ ସଂଗ୍ରାମ କୁମାର ନାୟକ, ଉପସଭାପତି ଚାରୁଶିଳା ମଳିକ,ସହ ସମ୍ପାଦକ ନବୀନ ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ବିଇଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏବିଇଓ ବନମାଳୀ ମାଝୀଙ୍କୁ […] The post ୟୁଏଏସ୍ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର, ଏହା ଲାଗୁ କରାଗଲେ ଶିକ୍ଷକ ସମାଜ… appeared first on Dharitri Odia News.
ଦାରିଙ୍ଗବାଡ଼ି,୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନର ଦାରିଙ୍ଗବାଡ଼ି ଶାଖା ପକ୍ଷରୁ ସରକାରଙ୍କ ୟୁଏଏସ (ୟୁନିଫାଇଡ୍ ଅଟୋମେଶନ ସିଷ୍ଟମ) ଲାଗୁ ପ୍ରତ୍ୟାହାର କରାଯିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି।
ପ୍ରକାଶ ଯେ, ଫେଡେରେଶନର ବ୍ଲକ ସଭାପତି ଯାମିନୀକାନ୍ତ ପଡ୍ରାଙ୍କ ନେତୃତ୍ୱରେ ସଂଘର ସାଧାରଣ ସମ୍ପାଦକ ସଂଗ୍ରାମ କୁମାର ନାୟକ, ଉପସଭାପତି ଚାରୁଶିଳା ମଳିକ,ସହ ସମ୍ପାଦକ ନବୀନ ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ବିଇଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏବିଇଓ ବନମାଳୀ ମାଝୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।
ସେମାନେ ଉକ୍ତ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ୟୁଏଏସ୍ (ୟୁନିଫାଇଡ ଅଟୋମେଶନ ସିଷ୍ଟମ) ଲାଗୁ କରାଯିବା ଘଟଣା ଶୁଣି ଶିକ୍ଷକ ମହଲରେ ଏକ ପ୍ରକାର ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି। ଏହା ଲାଗୁ କରାଗଲେ ଶିକ୍ଷକ ସମାଜ ପାଇଁ ବହୁ ସମସ୍ୟା ଉପୁଜିବ ବୋଲି କୁହାଯାଇଛ। ସେହିପରି ଜିଲା ତଥା ବ୍ଲକରେ ଭିଭିଭୂମିର ଘୋର ଅଭାବ ରହିଛି। କୌଣସି ବିଦ୍ୟାଳୟରେ ମୋବାଇଲ ନେଟଓ୍ବର୍କ ନାହିଁ। ସବୁ ବିଦ୍ୟାଳୟରେ ଆବଶ୍ୟକ ମୁତାବକ ଶିକ୍ଷୟିତ୍ରୀ ଶିକ୍ଷକ ପଦବୀ ଖାଲିପଡ଼ିଛି। ଏହା ସତ୍ତ୍ବେ ଶିକ୍ଷଣକାର୍ଯ୍ୟ, ମଧ୍ୟାହ୍ନଭୋଜନ ଇତ୍ୟାଦି କାର୍ଯ୍ୟ ଚାଲୁରହିଛି। ବର୍ତ୍ତମାନ ସପ୍ତାହରେ ତିନିଦିନ ଅଣ୍ଡା ଓ ତିନି ଦିନ ଲଡ଼ୁ ଦେବାର ବ୍ୟବସ୍ଥା ଆମ ଶିକ୍ଷକ ସମାଜକୁ ଆହୁରି ଚାପଗ୍ରସ୍ତ କରିଛି। ଏହିପରି ସ୍ଥଳେ ଏହା ଲାଗୁ କଲେ ଆମ ରାଜ୍ୟ ଜିଲା ତଥା ଅମ ବ୍ଲକରେ ବ୍ଲକରେ ପ୍ରାଥମିକ ଶିକ୍ଷା ସମ୍ପୂର୍ଣ୍ଣ ଅବ୍ୟବସ୍ଥିତ ହେବ ଓ ବିଦ୍ୟାଳୟସ୍ତରରେ ଏହାକୁ କାର୍ଯ୍ୟକାରୀ କରିବା ଅସମ୍ଭବ ହୋଇପଡ଼ିବ। ତେଣୁ ଆମର ଦାବି ପ୍ରଥମେ ବିଦ୍ୟାଳୟର ଆବଶ୍ୟକ ଭିତ୍ତିଭୂମି ପ୍ରଦାନ ସହ ନେଟଓ୍ବର୍କ ଆବଶ୍ୟକ, ଶିକ୍ଷକ ପଦବୀ ପୂରଣ ଏବଂ ତା’ପରେ ୟୁଏଏସ୍ ବ୍ୟବସ୍ଥା ଲାଗୁ କରାଯାଉ ସମର୍ଥନ କରିବାରେ ଆମର କୌଣସି ସମସ୍ୟା ରହିବ ନାହିଁ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି।
The post ୟୁଏଏସ୍ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର, ଏହା ଲାଗୁ କରାଗଲେ ଶିକ୍ଷକ ସମାଜ… appeared first on Dharitri Odia News.