ଓଏମ୍ସିକୁ ଜାତୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର
ଭୁବନେଶ୍ୱର,୧୦।୧(ଅନୁରାଧା ମହାରଣା): କ୍ରୀଡ଼ାର ବିକାଶରେ ତଥା ପ୍ରୋସତ୍ାହନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ଖଣି ନିଗମ (ଓଏମ୍ସି)କୁ ଜାତୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି। ମଙ୍ଗଳବାର ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ଓଏମ୍ସିର ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ସାମାଜିକ ଉତ୍ତରଦାୟିତ୍ୱ ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସୂଚନା ଥାଉ କି, ଓଏମ୍ସି ତୃଣମୂଳ ସ୍ତରରେ, ରାଜ୍ୟ ତଥା […] The post ଓଏମ୍ସିକୁ ଜାତୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର appeared first on Dharitri Odia News.
ଭୁବନେଶ୍ୱର,୧୦।୧(ଅନୁରାଧା ମହାରଣା): କ୍ରୀଡ଼ାର ବିକାଶରେ ତଥା ପ୍ରୋସତ୍ାହନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ଖଣି ନିଗମ (ଓଏମ୍ସି)କୁ ଜାତୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି। ମଙ୍ଗଳବାର ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ଓଏମ୍ସିର ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ସାମାଜିକ ଉତ୍ତରଦାୟିତ୍ୱ ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସୂଚନା ଥାଉ କି, ଓଏମ୍ସି ତୃଣମୂଳ ସ୍ତରରେ, ରାଜ୍ୟ ତଥା ଜାତୀୟ ସ୍ତରରେ କ୍ରୀଡାକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଯୋଗରେ କ୍ରୀଡ଼ାକ୍ଷେତ୍ରରେ ଯୁବପିଢ଼ିଙ୍କ ଭବିଷ୍ୟତ ଗଠନ ପାଇଁ ଓଏମ୍ସି ସର୍ବଦା ତପତ୍ର ଥିବା ଓଏମ୍ସି ପକ୍ଷରୁ କୁହଯାଇଛି।
The post ଓଏମ୍ସିକୁ ଜାତୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର appeared first on Dharitri Odia News.