ଫଳାଫଳ ପୂର୍ବରୁ ପୋଷ୍ଟର ରାଜନୀତି: ଅଜିତ ପାୱାରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସଜେଇ ଦେଲେ

ପୁଣେ,୨୨।୧୧: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନର ଫଳାଫଳ ଆସନ୍ତାକାଲି ଅର୍ଥାତ ନଭେମ୍ବର ୨୩ରେ ପ୍ରକାଶ ପାଇବ। ଏହା ପୂର୍ବରୁ ପୋଷ୍ଟର ରାଜନୀତି ଆରମ୍ଭ ହୋଇଛି। ଫଳାଫଳର ଗୋଟିଏ ଦିନ ପୂର୍ବରୁ ଏନସିପି ମୁଖ୍ୟ ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦର୍ଶାଯାଇଥିବା ପୋଷ୍ଟର ଲଗାଯାଇଛି। ପରେ ତାହାକୁ ମଧ୍ୟ ହଟାଇ ଦିଆଯାଇଛି । ପୁଣେରେ ଦଳର ନେତା ସନ୍ତୋଷ ନାଙ୍ଗେରେ ଏହି ପୋଷ୍ଟର ଲଗାଇଛନ୍ତି। ରାଜ୍ୟରେ ଭାଜାପା ନେତୃତ୍ୱାଧୀନ ମହାୟୁତି ସହଯୋଗୀ ଦଳ ଏବଂ କଂଗ୍ରେସ ନେତୃତ୍ୱାଧୀନ […] The post ଫଳାଫଳ ପୂର୍ବରୁ ପୋଷ୍ଟର ରାଜନୀତି: ଅଜିତ ପାୱାରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସଜେଇ ଦେଲେ appeared first on Dharitri Odia News.

ଫଳାଫଳ ପୂର୍ବରୁ ପୋଷ୍ଟର ରାଜନୀତି: ଅଜିତ ପାୱାରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସଜେଇ ଦେଲେ

ପୁଣେ,୨୨।୧୧: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନର ଫଳାଫଳ ଆସନ୍ତାକାଲି ଅର୍ଥାତ ନଭେମ୍ବର ୨୩ରେ ପ୍ରକାଶ ପାଇବ। ଏହା ପୂର୍ବରୁ ପୋଷ୍ଟର ରାଜନୀତି ଆରମ୍ଭ ହୋଇଛି। ଫଳାଫଳର ଗୋଟିଏ ଦିନ ପୂର୍ବରୁ ଏନସିପି ମୁଖ୍ୟ ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦର୍ଶାଯାଇଥିବା ପୋଷ୍ଟର ଲଗାଯାଇଛି। ପରେ ତାହାକୁ ମଧ୍ୟ ହଟାଇ ଦିଆଯାଇଛି । ପୁଣେରେ ଦଳର ନେତା ସନ୍ତୋଷ ନାଙ୍ଗେରେ ଏହି ପୋଷ୍ଟର ଲଗାଇଛନ୍ତି।

ରାଜ୍ୟରେ ଭାଜାପା ନେତୃତ୍ୱାଧୀନ ମହାୟୁତି ସହଯୋଗୀ ଦଳ ଏବଂ କଂଗ୍ରେସ ନେତୃତ୍ୱାଧୀନ ମହା ବିକାଶ ଆଗାଡି (ଏମ୍‌ଭିଏ) ମଧ୍ୟରେ ଏକ ପ୍ରତିଯୋଗିତା ଚାଲିଛି। ଶାସକ ଭାଜପା ନେତୃତ୍ୱାଧୀନ ମହାୟୁତି ମିଳିତ ମଞ୍ଚରେ ଭାଜପା, ଶିବସେନା ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଅଜିତ ପାୱାର ଦଳ) ଗଠିତ ହୋଇଥିବାବେଳେ ବିରୋଧୀ ଏମଭିଏ କଂଗ୍ରେସ, ଶିବସେନା (ୟୁବିଟି) ଏବଂ ଏନସିପି ଏସପି (ଶରଦ ପାୱାର ଦଳ)କୁ ନେଇ ଗଠିତ।

ବୁଧବାର ଉଭୟ ରାଜ୍ୟରେ ଭୋଟ ସମାପ୍ତ ହେବା ପରେ ଆସିଥିବା ଏକଜିଟ ପୋଲ ପୂର୍ବାନୁମାନ କରିଛି ଯେ, ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ଏନ୍‌ଡିଏ କ୍ଷମତା ବଜାୟ ରଖିବେ। ଅଧିକାଂଶ ଏକଜିଟ ପୋଲ ମଧ୍ୟ ପୂର୍ବାନୁମାନ କରିଛି ଯେ, ନିର୍ବାଚନରେ ମହା ବିକାଶ ଆଗାଡି (ଏମ୍‌ଭିଏ) ଦୃଢ ପ୍ରଦର୍ଶନ କରିବ, କିନ୍ତୁ ୨୮୮ ସଦସ୍ୟ ବିଶିଷ୍ଟ ବିଧାନସଭାରେ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିବାର ସମ୍ଭାବନା ନାହିଁ।

 

The post ଫଳାଫଳ ପୂର୍ବରୁ ପୋଷ୍ଟର ରାଜନୀତି: ଅଜିତ ପାୱାରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସଜେଇ ଦେଲେ appeared first on Dharitri Odia News.