ଅମ୍ବାନୀଙ୍କ ପୁଅ ବାହାଘରରେ ଯୋଗ ଦେଲେ ମମତା ବାନାର୍ଜୀ, କହିଲେ ଯଦିଓ ମୋର କୌଣସି…
ମୁମ୍ବାଇ/କୋଲକାତା,୧୨ା୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ ମୁମ୍ବାଇରେ ପହଞ୍ଚିଛନ୍ତି। ମୁମ୍ବାଇ ଯିବା ପୂର୍ବରୁ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି କହିଛନ୍ତି, ‘ଯଦିଓ ତାଙ୍କର ବିବାହ ଉତ୍ସବରେ ଯୋଗଦେବା ପାଇଁ କୌଣସି ଯୋଜନା ନ ଥିଲା, କିନ୍ତୁ ଅମ୍ବାନୀ ପରିବାରର ବାରମ୍ବାର ଅନୁରୋଧ କ୍ରମେ ସେ ଯିବାକୁ […] The post ଅମ୍ବାନୀଙ୍କ ପୁଅ ବାହାଘରରେ ଯୋଗ ଦେଲେ ମମତା ବାନାର୍ଜୀ, କହିଲେ ଯଦିଓ ମୋର କୌଣସି… appeared first on Dharitri Odia News.
ମୁମ୍ବାଇ/କୋଲକାତା,୧୨ା୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ ମୁମ୍ବାଇରେ ପହଞ୍ଚିଛନ୍ତି। ମୁମ୍ବାଇ ଯିବା ପୂର୍ବରୁ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି କହିଛନ୍ତି, ‘ଯଦିଓ ତାଙ୍କର ବିବାହ ଉତ୍ସବରେ ଯୋଗଦେବା ପାଇଁ କୌଣସି ଯୋଜନା ନ ଥିଲା, କିନ୍ତୁ ଅମ୍ବାନୀ ପରିବାରର ବାରମ୍ବାର ଅନୁରୋଧ କ୍ରମେ ସେ ଯିବାକୁ ପ୍ରସ୍ତୁତ ହୋଇଥିଲେ।
ସେ କହିଛନ୍ତି, ମୁକେଶ ଜୀ ଏବଂ ନୀତା ଜୀ ମୋତେ ବିବାହ ସମାରୋହରେ ଯୋଗଦେବାକୁ ବାରମ୍ବାର ଅନୁରୋଧ କରୁଥିଲେ, ତେଣୁ ମୁଁ ମୁମ୍ବାଇ ଯାଉଛି। ମୁମ୍ବାଇରେ ପହଞ୍ଚିବା ପରେ ମମତା ବାନାର୍ଜୀ ଏନ୍ସିପି ମୁଖ୍ୟ ଶରଦ ପାଓ୍ବାର ଏବଂ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କୁ ମଧ୍ୟ ଭେଟିବେ। ମମତା ବାନାର୍ଜୀ ନିଜେ ଉଭୟ ନେତାଙ୍କ ସହ ହୋଇଥିବା ବୈଠକକୁ ନିଶ୍ଚିତ କରି କହିଛନ୍ତି, ମୁଁ ଉଦ୍ଧବ ଠାକରେ ଏବଂ ଶରଦ ପାଓ୍ବାରଙ୍କୁ ଭେଟି ରାଜନୀତି ବିଷୟରେ ଆଲୋଚନା କରିବି। ମମତା ବାନାର୍ଜୀ ୧୩ ଜୁଲାଇ ସୁଦ୍ଧା କୋଲକାତା ଫେରିବେ।
The post ଅମ୍ବାନୀଙ୍କ ପୁଅ ବାହାଘରରେ ଯୋଗ ଦେଲେ ମମତା ବାନାର୍ଜୀ, କହିଲେ ଯଦିଓ ମୋର କୌଣସି… appeared first on Dharitri Odia News.