ଟ୍ରକ ଧକ୍କାରେ ୨ ମୃତ, ବାଇକ ଆରୋହୀଙ୍କୁ ପିଟିଲା ଟ୍ରକ୍

ବୋରିଗୁମ୍ମା ୦୮/୦୭: ସଡ଼କ ଦୁର୍ଘଟଣାରେ ଦୁଇ ମୃତ । ଟ୍ରକ ଧକ୍କାରେ ବାଇକରେ ଆସୁଥିବା ଦୁଇ ଜଣ ଯୁବକ ପିଟି ହୋଇ ଛିଟିକି ପଡ଼ିଥିଲେ । ଖବର ପାଇ ବୋରିଗୁମ୍ମା ପୋଲିସ ଘଟଣାସ୍ଥଳରେ ପହଂଚି ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରୁଛି । ସେପଟେ ଏ ପର୍ଯ୍ୟନ୍ତ ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ନାହିଁ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ ପୁରା ଚୁରମାର୍ ହେବା ସହ ଦୁଇ ବାଇକ ଆରୋହୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।ସୂଚନା ଅନୁଯାୟୀ ବୋରିଗୁମ୍ମା ଜୟପୁର ଜାତୀୟ ରାଜପଥ ହରଡ଼ାପୁଟ ଛକ ନିକଟରେ ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । 

ଟ୍ରକ ଧକ୍କାରେ ୨ ମୃତ, ବାଇକ ଆରୋହୀଙ୍କୁ ପିଟିଲା ଟ୍ରକ୍

ବୋରିଗୁମ୍ମା ୦୮/୦୭: ସଡ଼କ ଦୁର୍ଘଟଣାରେ ଦୁଇ ମୃତ । ଟ୍ରକ ଧକ୍କାରେ ବାଇକରେ ଆସୁଥିବା ଦୁଇ ଜଣ ଯୁବକ ପିଟି ହୋଇ ଛିଟିକି ପଡ଼ିଥିଲେ । ଖବର ପାଇ ବୋରିଗୁମ୍ମା ପୋଲିସ ଘଟଣାସ୍ଥଳରେ ପହଂଚି ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରୁଛି । ସେପଟେ ଏ ପର୍ଯ୍ୟନ୍ତ ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ନାହିଁ । 

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ ପୁରା ଚୁରମାର୍ ହେବା ସହ ଦୁଇ ବାଇକ ଆରୋହୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।ସୂଚନା ଅନୁଯାୟୀ ବୋରିଗୁମ୍ମା ଜୟପୁର ଜାତୀୟ ରାଜପଥ ହରଡ଼ାପୁଟ ଛକ ନିକଟରେ ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା ।