କୋହଲିଙ୍କ ପବ୍ ଉପରେ ପୋଲିସର ବଡ଼ ଆକ୍ସନ
ବେଙ୍ଗାଲୁରୁ,୯।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପବ୍କୁ ଝଟ୍କା ଲାଗିଛି। ବେଙ୍ଗାଲୁରୁରେ ଅବସ୍ଥିତ ଏହି One8 କମ୍ୟୁନ ପବ ମ୍ୟାନେଜରଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି, ଏହି ପବ ରାତି ୧ଟାରେ ବନ୍ଦ ହେବା ସମୟସୀମା ପରେ ମଧ୍ୟ ଗ୍ରାହକଙ୍କୁ ସେବା ଯୋଗାଉଥିଲା। ବେଙ୍ଗାଲୁରୁର କ୍ୟୁବନ ପାର୍କ ପୋଲିସ ଷ୍ଟେଷନରେ ଦିଆଯାଇଥିବା ଏଫଆଇଆର୍ ଅନୁଯାୟୀ, ରାତି ୧.୨୦ରେ One8 କମ୍ୟୁନ ପବ ଖୋଲା ରହୁଛି। କୋହଲିଙ୍କ ପବ […] The post କୋହଲିଙ୍କ ପବ୍ ଉପରେ ପୋଲିସର ବଡ଼ ଆକ୍ସନ appeared first on Dharitri Odia News.
ବେଙ୍ଗାଲୁରୁ,୯।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପବ୍କୁ ଝଟ୍କା ଲାଗିଛି। ବେଙ୍ଗାଲୁରୁରେ ଅବସ୍ଥିତ ଏହି One8 କମ୍ୟୁନ ପବ ମ୍ୟାନେଜରଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି, ଏହି ପବ ରାତି ୧ଟାରେ ବନ୍ଦ ହେବା ସମୟସୀମା ପରେ ମଧ୍ୟ ଗ୍ରାହକଙ୍କୁ ସେବା ଯୋଗାଉଥିଲା।
ବେଙ୍ଗାଲୁରୁର କ୍ୟୁବନ ପାର୍କ ପୋଲିସ ଷ୍ଟେଷନରେ ଦିଆଯାଇଥିବା ଏଫଆଇଆର୍ ଅନୁଯାୟୀ, ରାତି ୧.୨୦ରେ One8 କମ୍ୟୁନ ପବ ଖୋଲା ରହୁଛି। କୋହଲିଙ୍କ ପବ ସହ ଅନ୍ୟ ତିନୋଟି ପବ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଯାହା ନିର୍ଦ୍ଦିଷ୍ଟ ସମୟ ସୀମା ପରେ ମଧ୍ୟ ଖୋଲା ଯାଇଥିଲା।
ଦିଲ୍ଲୀ, ମୁମ୍ବାଇ, ପୁଣେ ଏବଂ କୋଲକାତା ଭଳି ବଡ ସହରରେ ବିରାଟ କୋହଲିଙ୍କ One8 କମ୍ୟୁନର ଶାଖା ଅଛି। ଗତ ବର୍ଷ ଡିସେମ୍ବରରେ ବେଙ୍ଗାଲୁରୁରେ କୋହଲିଙ୍କ ପବ ଖୋଲା ଯାଇଥିଲା। ଏହା ଚିନ୍ନାସ୍ବାମୀ ଷ୍ଟାଡିୟମ ନିକଟ କସ୍ତୁରବା ରୋଡରେ ଥିବା ରତ୍ନମ କମ୍ପ୍ଲେକ୍ସର ଷଷ୍ଠ ମହଲାରେ ଅବସ୍ଥିତ।
The post କୋହଲିଙ୍କ ପବ୍ ଉପରେ ପୋଲିସର ବଡ଼ ଆକ୍ସନ appeared first on Dharitri Odia News.