କୋରାପୁଟରେ ବ୍ୟାପୁଛି ଅଜଣା ରୋଗ

ଦଶମନ୍ତପୁର,୨୩ା୬(ଅରବିନ୍ଦ ନାୟକ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅଧୀନ ଗାଦିଆଗୁଡ଼ା ପଞ୍ଚାୟତ ପଞ୍ଚଡାପଦର ଗ୍ରାମରେ କିଛି ଦିନ ହେବ ଅଜଣାରୋଗ ବ୍ୟାପୁଥିବା ଲକ୍ଷ୍ୟ କରାଯାଉଛି। ଏଥିରେ ଗ୍ରାମର ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧାବୃଦ୍ଧମାନେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି। ଗ୍ରାମରେ ୨୫ ପରିବାର ବସବାସ କରନ୍ତି। ଗ୍ରାମବାସୀଙ୍କ କହିବାନୁସାରେ ଗ୍ରାମର ଜଣେ ଛୋଟ ଝିଅ ମୁହଁରେ ଏକ ଛୋଟ ଘା’ ସଦୃଶ ବାହାରି କିଛି ସମୟ ମଧ୍ୟରେ ଘା’ଟି ବଡ଼ ହୋଇ ଆପେ ଆପେ ଫାଟି […] The post କୋରାପୁଟରେ ବ୍ୟାପୁଛି ଅଜଣା ରୋଗ appeared first on Dharitri Odia News.

କୋରାପୁଟରେ ବ୍ୟାପୁଛି ଅଜଣା ରୋଗ

ଦଶମନ୍ତପୁର,୨୩ା୬(ଅରବିନ୍ଦ ନାୟକ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅଧୀନ ଗାଦିଆଗୁଡ଼ା ପଞ୍ଚାୟତ ପଞ୍ଚଡାପଦର ଗ୍ରାମରେ କିଛି ଦିନ ହେବ ଅଜଣାରୋଗ ବ୍ୟାପୁଥିବା ଲକ୍ଷ୍ୟ କରାଯାଉଛି। ଏଥିରେ ଗ୍ରାମର ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧାବୃଦ୍ଧମାନେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି।

ଗ୍ରାମରେ ୨୫ ପରିବାର ବସବାସ କରନ୍ତି। ଗ୍ରାମବାସୀଙ୍କ କହିବାନୁସାରେ ଗ୍ରାମର ଜଣେ ଛୋଟ ଝିଅ ମୁହଁରେ ଏକ ଛୋଟ ଘା’ ସଦୃଶ ବାହାରି କିଛି ସମୟ ମଧ୍ୟରେ ଘା’ଟି ବଡ଼ ହୋଇ ଆପେ ଆପେ ଫାଟି ଯାଇଥିଲା। ତେବେ ଏହା କି ପ୍ରକାର ରୋଗ ଜଣାପଡି ନ ଥିଲା। ଯେଉଁଦିନ ଝିଅଟିର ଘା’ଟି ଫାଟିଯାଇଥିଲା ତା’ପରଦିନ ଗ୍ରାମର ମମତା ସାଉନ୍ତା, ମିକି ସାଉନ୍ତା, ଜାମ୍ବଲି ସାଉନ୍ତା, ଲିପସା ସାଉନ୍ତା, ସୁନ୍ଦରି ସାଉନ୍ତା, ଝାଡ଼ୁ ସାଉନ୍ତା, ଜୟନ୍ତୀ ସାଉନ୍ତା, ଆରନ୍ତି ସାଉନ୍ତା, ରୁନି ସାଉନ୍ତା, ଅଭିୟ ସାଉନ୍ତା, ଶାନ୍ତି ସାଉନ୍ତା, ରାମ ସାଉନ୍ତା, ଦୁଲିଆ ସାଉନ୍ତା ଏବଂ ଭିଙ୍ଗୁ ସାଉନ୍ତା ଏହି ଅଜଣା ରୋଗର ଶିକାର ହୋଇଥିଲେ। କେତେ ଜଣ ରୋଗୀ ପୋଡାଗଡ଼ ସ୍ବାସ୍ଥ୍ୟକେନ୍ଦ୍ରରେ ଯାଇ ଚିକିତ୍ସିତ ହୋଇଥିବା ଜଣାପଡିଛି।

ତେବେ ଗ୍ରାମର ଦିଶାରୀ ଓ ଗୁରୁମାଈମାନେ ଏହି ରୋଗକୁ ମିଳିମିଳା ବୋଲି ସନ୍ଦେହ କରି ଝଡ଼ା ଫୁଙ୍କା କରୁଥିବା ଦେଖିବାକୁ ମିଳିଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପାଖରେ କୌଣସି ସୂଚନା ନ ଥିବାରୁ ଗ୍ରାମରେ ସ୍ବାସ୍ଥ୍ୟ ବିଭାଗର ଟିମ୍‌ ପହଞ୍ଚି ନାହିଁ। ଏହି ସମ୍ପର୍କରେ ଏମ୍‌ଏଚ୍‌ୟୁ ଡାକ୍ତର ବ୍ରଜ ବିହାରୀ ଶର୍ମାଙ୍କୁ ପଚାରିବାରୁ ସେ କହିଲେ, ଡାକ୍ତରଖାନାରେ କାର୍ଯ୍ୟରତ କେତେ ଜଣ ଡାକ୍ତର ପିଜି ପରୀକ୍ଷା ଦେବାକୁ ଯାଇଛନ୍ତି। ସେମାନେ ଆସିଲା ପରେ କିଛି ବ୍ୟବସ୍ଥା ହୋଇପାରିବ।

The post କୋରାପୁଟରେ ବ୍ୟାପୁଛି ଅଜଣା ରୋଗ appeared first on Dharitri Odia News.