୨ ପୁଅ ସତ୍ତ୍ୱେ ଗର୍ଲପ୍ରେଣ୍ଡଙ୍କୁ ବିବାହ କରିବାକୁ ଚାହୁଁନାହାନ୍ତି ଏହି ଅଭିନେତା

ବଲିଉଡର ଜଣେ ଦକ୍ଷ ଅଭିନେତା ଅର୍ଜୁନ ରାମପାଲ ଜଣାଶୁଣା। ଅର୍ଜୁନ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି। ଅର୍ଜୁନ ମଡେଲ ମେହେର ଜେସିଆଙ୍କୁ ବିବାହ କରିଥିଲେ କିନ୍ତୁ ବିବାହ ୨୦ ବର୍ଷ ପରେ ଉଭୟ ଛାଡପତ୍ର ନେଇଥିଲେ। ଏହି ଦମ୍ପତିଙ୍କର ଦୁଇଟି ଝିଅ ଅଛନ୍ତି। ଏବେ ଅର୍ଜୁନ ଗର୍ଲଫ୍ରେଣ୍ଡ ଗାବ୍ରିଏଲାଙ୍କ ସହ ପାଞ୍ଚ ବର୍ଷ ହେବ ଲିଭ୍‌-ଇନ ରିଲେଶନଶିପ୍‌ରେ ରହିଆସୁଛନ୍ତି। ବିବାହ ବିନା ଏହି ଦମ୍ପତିଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି। […] The post ୨ ପୁଅ ସତ୍ତ୍ୱେ ଗର୍ଲପ୍ରେଣ୍ଡଙ୍କୁ ବିବାହ କରିବାକୁ ଚାହୁଁନାହାନ୍ତି ଏହି ଅଭିନେତା appeared first on Dharitri Odia News.

୨ ପୁଅ ସତ୍ତ୍ୱେ ଗର୍ଲପ୍ରେଣ୍ଡଙ୍କୁ ବିବାହ କରିବାକୁ ଚାହୁଁନାହାନ୍ତି ଏହି ଅଭିନେତା

ବଲିଉଡର ଜଣେ ଦକ୍ଷ ଅଭିନେତା ଅର୍ଜୁନ ରାମପାଲ ଜଣାଶୁଣା। ଅର୍ଜୁନ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି। ଅର୍ଜୁନ ମଡେଲ ମେହେର ଜେସିଆଙ୍କୁ ବିବାହ କରିଥିଲେ କିନ୍ତୁ ବିବାହ ୨୦ ବର୍ଷ ପରେ ଉଭୟ ଛାଡପତ୍ର ନେଇଥିଲେ। ଏହି ଦମ୍ପତିଙ୍କର ଦୁଇଟି ଝିଅ ଅଛନ୍ତି। ଏବେ ଅର୍ଜୁନ ଗର୍ଲଫ୍ରେଣ୍ଡ ଗାବ୍ରିଏଲାଙ୍କ ସହ ପାଞ୍ଚ ବର୍ଷ ହେବ ଲିଭ୍‌-ଇନ ରିଲେଶନଶିପ୍‌ରେ ରହିଆସୁଛନ୍ତି। ବିବାହ ବିନା ଏହି ଦମ୍ପତିଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି। ଏହାସତ୍ତ୍ୱେ ଅର୍ଜୁନ ଏବଂ ଗ୍ରାବିଏଲା ଏପର୍ଯ୍ୟନ୍ତ ଅବିବାହିତ ଅଛନ୍ତି। ଏହାର କାରଣ ଅର୍ଜୁନ ନିଜେ ଖୁଲାସା କରିଛନ୍ତି।

‘ଦି ରଣଭୀର ଶୋ’ରେ ଗର୍ଲଫ୍ରେଣ୍ଡ ଗାବ୍ରିଏଲାଙ୍କୁ ବିବାହ ନ କରିବାର କାରଣ ଅର୍ଜୁନ ପ୍ରକାଶ କରିଛନ୍ତି। ଅଭିନେତା କହିଛନ୍ତି, ବିବାହ ସବୁ କାଗଜ ଖଣ୍ଡ ଏବଂ ମୋ ମନରେ ମୁଁ ଗାବ୍ରିଏଲାଙ୍କୁ ବିବାହ କରିସାରିଛି। ବେଳେବେଳେ ସେହି କାଗଜ ଖଣ୍ଡ ସମସ୍ତଙ୍କୁ ବଦଳାଇପାରେ। ଏହି କାଗଜ ଖଣ୍ଡ ପରସ୍ପର ପ୍ରତି ତୁମର ମନୋଭାବ ବଦଳାଇପାରେ। ମୁଁ ଭାବୁଛି ଆମେ ଦୁହେଁ ସମାନ ଅନୁଭବ କରୁ। ଏବେ ଆମ ପାଇଁ ସୁନ୍ଦର ସମୟ ଚାଲିଛି। ଆମେ ଦୁହେଁ ପରସ୍ପରକୁ ସଠିକ ଦିଗରେ ଗତି କରୁଛୁ ।
ଅର୍ଜୁନ ଆହୁରି କହିଛନ୍ତି, ମୁଁ ବିବାହ ବିରୋଧୀ ନୁହେଁ। ମୁଁ କାହାକୁ ଏହି ପରାମର୍ଶ ଦେଉ ନାହିଁ କି ବିବାହ କରନାହିଁ। କିନ୍ତୁ ମୁଁ ମୋ ପାଇଁ ଯୋଉଟା ଠିକ୍‌ ତାହା ହିଁ କରୁଛି।

The post ୨ ପୁଅ ସତ୍ତ୍ୱେ ଗର୍ଲପ୍ରେଣ୍ଡଙ୍କୁ ବିବାହ କରିବାକୁ ଚାହୁଁନାହାନ୍ତି ଏହି ଅଭିନେତା appeared first on Dharitri Odia News.