ଚାଲିଥିଲା ମ୍ୟାଚ୍: ମୁଣ୍ଡରେ ଆଘାତ ଲାଗି ଚାଲିଗଲା ପାକିସ୍ତାନୀ ଜୁଡୋକାଙ୍କ ଜୀବନ
କରାଚୀ,୫ା୩: ପାକିସ୍ତାନର ଜଣେ ୨୦ ବର୍ଷୀୟା ଜୁଡୋକା ମୁଣ୍ଡରେ ଆଘାତ ଲାଗି ପ୍ରାଣ ହରାଇଛନ୍ତି। ଖାଇବର ପଖତୁନଖ୍ବା ଅଞ୍ଚଳର ୨୦ ବର୍ଷୀୟା ଛାତ୍ରୀ ଫିଜା ଶେର ଅଲୀ ଏକ ୟୁଥ୍ ଟ୍ୟାଲେଣ୍ଟ ହଣ୍ଟ ପ୍ରୋଗ୍ରାମରେ ଅଂଶଗ୍ରହଣ କରୁଥିବା ବେଳେ ଏହି ଅଘଟଣ ଘଟିଛି। ମର୍ଦାନରେ ଖେଳା ଯାଉଥିବା ଟୁର୍ନାମେଣ୍ଟରେ ଛାତ୍ରୀ ଫିଜା ୪୪ କିଗ୍ରା ଓଜନ ବର୍ଗରେ ଭାଗ ନେଇଥିଲେ। ମ୍ୟାଚ୍ ଚାଳିଥିବା ଫିଜାଙ୍କ ମୁଣ୍ଡରେ ଆଘାତ ଲାଗି ଚେତାଶୂନ୍ୟ ହୋଇ ପଡିଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲକୁ […] The post ଚାଲିଥିଲା ମ୍ୟାଚ୍: ମୁଣ୍ଡରେ ଆଘାତ ଲାଗି ଚାଲିଗଲା ପାକିସ୍ତାନୀ ଜୁଡୋକାଙ୍କ ଜୀବନ appeared first on Dharitri Odia News.
କରାଚୀ,୫ା୩: ପାକିସ୍ତାନର ଜଣେ ୨୦ ବର୍ଷୀୟା ଜୁଡୋକା ମୁଣ୍ଡରେ ଆଘାତ ଲାଗି ପ୍ରାଣ ହରାଇଛନ୍ତି। ଖାଇବର ପଖତୁନଖ୍ବା ଅଞ୍ଚଳର ୨୦ ବର୍ଷୀୟା ଛାତ୍ରୀ ଫିଜା ଶେର ଅଲୀ ଏକ ୟୁଥ୍ ଟ୍ୟାଲେଣ୍ଟ ହଣ୍ଟ ପ୍ରୋଗ୍ରାମରେ ଅଂଶଗ୍ରହଣ କରୁଥିବା ବେଳେ ଏହି ଅଘଟଣ ଘଟିଛି।
ମର୍ଦାନରେ ଖେଳା ଯାଉଥିବା ଟୁର୍ନାମେଣ୍ଟରେ ଛାତ୍ରୀ ଫିଜା ୪୪ କିଗ୍ରା ଓଜନ ବର୍ଗରେ ଭାଗ ନେଇଥିଲେ। ମ୍ୟାଚ୍ ଚାଳିଥିବା ଫିଜାଙ୍କ ମୁଣ୍ଡରେ ଆଘାତ ଲାଗି ଚେତାଶୂନ୍ୟ ହୋଇ ପଡିଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଉଲ୍ଲେଖଯୋଗ୍ୟ, କିଛିଦିନ ତଳେ ଜଣେ ୧୭ ବର୍ଷୀୟା ମହିଳା ଟେନିସ୍ ଖେଳାଳି ହୃଦ୍ଘାତରେ ପ୍ରାଣ ହରାଇଥିଲେ। ପାକିସ୍ତାନର ପ୍ରତିଭାବାନ ମହିଳା ଟେନିସ୍ ଖେଳାଳି ୧୭ ବର୍ଷୀୟା ଜେନାବ ଅଲୀ ନକଭୀ ଅଭ୍ୟାସ ସେସନ ପରେ ନିଜ ରୁମ୍ରେ ଜେନାବ ବେହୋସ ହୋଇ ପ୍ରାଣ ହରାଇଥିଲେ। ଜେନାବ ଏକ ଆଇଟିଏଫ୍ ଟୁର୍ନାମେଣ୍ଟ ପାଇଁ ଅଭ୍ୟାସ ସେସନରୁ ଫେରିଥିଲେ। ବେହୋସ ହୋଇଯିବା ଦେଖି ଜେଜେ ମା’ ତାଙ୍କୁ ହସ୍ପିଟାଲ ନେଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
The post ଚାଲିଥିଲା ମ୍ୟାଚ୍: ମୁଣ୍ଡରେ ଆଘାତ ଲାଗି ଚାଲିଗଲା ପାକିସ୍ତାନୀ ଜୁଡୋକାଙ୍କ ଜୀବନ appeared first on Dharitri Odia News.