ରଥଯାତ୍ରା ପରେ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣନା, ସୂଚନା ଦେଲେ ଅରବିନ୍ଦ ପାଢ଼ୀ

ପୁରୀ,୧୪।୭: ଦୀର୍ଘ ଚାରି ଦଶନ୍ଧିର ଅପେକ୍ଷା ପରେ ଖୋଲିଛି ଶ୍ରୀମନ୍ଦିର ଚାରି ଦ୍ୱାର। ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକାକୁ ପାଳନ କରି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରତ୍ନଭଣ୍ଡାର ତାଲା ଖୋଲିଛନ୍ତି। କମିଟିର ୧୧ ସଦସ୍ୟ ପ୍ରଥମେ ବାହାର ଭଣ୍ଡାର ଅଳଙ୍କାରକୁ ସ୍ଥାନାନ୍ତରିତ କରିଥିଲେ। ବାହାର ଭଣ୍ଡାର ଅଳଙ୍କାର ସବୁ ଚାଙ୍ଗଡ଼ା ଘର, ଫୁଲ ଘରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍‌କୁ ସ୍ଥାନାନ୍ତର କରାଯାଇଛି। ବାହାର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ ପରେ ତାକୁ ସିଲ୍‌ […] The post ରଥଯାତ୍ରା ପରେ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣନା, ସୂଚନା ଦେଲେ ଅରବିନ୍ଦ ପାଢ଼ୀ appeared first on Dharitri Odia News.

ରଥଯାତ୍ରା ପରେ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣନା, ସୂଚନା ଦେଲେ ଅରବିନ୍ଦ ପାଢ଼ୀ

ପୁରୀ,୧୪।୭: ଦୀର୍ଘ ଚାରି ଦଶନ୍ଧିର ଅପେକ୍ଷା ପରେ ଖୋଲିଛି ଶ୍ରୀମନ୍ଦିର ଚାରି ଦ୍ୱାର। ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକାକୁ ପାଳନ କରି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରତ୍ନଭଣ୍ଡାର ତାଲା ଖୋଲିଛନ୍ତି। କମିଟିର ୧୧ ସଦସ୍ୟ ପ୍ରଥମେ ବାହାର ଭଣ୍ଡାର ଅଳଙ୍କାରକୁ ସ୍ଥାନାନ୍ତରିତ କରିଥିଲେ।

ବାହାର ଭଣ୍ଡାର ଅଳଙ୍କାର ସବୁ ଚାଙ୍ଗଡ଼ା ଘର, ଫୁଲ ଘରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍‌କୁ ସ୍ଥାନାନ୍ତର କରାଯାଇଛି। ବାହାର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ ପରେ ତାକୁ ସିଲ୍‌ କରାଯାଇଛି। ଏହାପରେ ଟ୍ରେଜେରିରୁ ଯେଉଁ ଚାବି ଆସିଥିଲା ସେଥିରେ ତାଲା ଖୋଲିଲା ନାହିଁ, ତେଣୁ ମାର୍ଗଦର୍ଶିକା ଅନୁଯାୟୀ ଭିତର ରତ୍ନଭଣ୍ଡାର ତାଲା ଭଙ୍ଗାଯାଇଥିବା କହିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

ଭିତର ଭଣ୍ଡାର ତାଲା ଭାଙ୍ଗିବା ପରେ ମାର୍ଗଦର୍ଶିକା ଅନୁଯାୟୀ ୧୨ ଜଣିଆ ଟିମ୍ ଭିତରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଯେଉଁଠି ସୁନା ଅଳଙ୍କାର ସବୁ ସିନ୍ଧୁକ ଏବଂ ଆଲମାରୀରେ ରହିଛି। ତେବେ ସମୟ ଅଭାବରୁ କମିଟି ଆଜି ସେସବୁକୁ ଗଣନା କରିବା ଏବଂ ସ୍ଥାନାନ୍ତର ପାଇଁ ସମ୍ଭବ ନୁହେଁ। ଏହାବାଦ ଆସନ୍ତାକାଲି ବାହୁଡା ଯାତ୍ରା ଥିବାରୁ ଭିତରଭଣ୍ଡାର ଅଳଙ୍କାରକୁ ଆଉ ସ୍ଥାନାନ୍ତର କରାଯାଇ ନାହିଁ। ବାହୁଡା ଯାତ୍ରା ଏବଂ ସୁନା ବେଶ ସରିବା ପରେ କମିଟି ବୈଠକରେ ଦିନ ଧାର୍ଯ୍ୟ କରି ଭିତର ଭଣ୍ଡାର ଅଳଙ୍କାର ଗଣନା କରିବେ ବୋଲି ସୂଚନ ଦେଇଛନ୍ତି ଅରବିନ୍ଦ ପାଢ଼ୀ।

The post ରଥଯାତ୍ରା ପରେ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣନା, ସୂଚନା ଦେଲେ ଅରବିନ୍ଦ ପାଢ଼ୀ appeared first on Dharitri Odia News.