ବିଜେଡିକୁ ଚିନ୍ତା ନିମାପଡ଼ା, ଚାନ୍ଦବାଲି
ଭୁବନେଶ୍ୱର,୨୭ା୫(ଅନିଲ ଦାସ): ରାଜ୍ୟରେ ଆସନ୍ତା ଜୁନ ୧ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ହେବାକୁ ଥିବା ଭଦ୍ରକ ଜିଲାର ଚାନ୍ଦବାଲି ଓ ନିମାପଡା ବିଧାନସଭା ଆସନ ବିଜେଡି ପାଇଁ ଚିନ୍ତାର କାରଣ ହୋଇଛି। ନିମାପଡ଼ାର ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାଶ ଭାଜପାକୁ ଯିବା ପରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ବିଜେଡି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଏହି ଆସନରେ ବିଜେଡି ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଥିବା ବେଳେ ଭାଜପାରୁ ପ୍ରଭାତୀ […] The post ବିଜେଡିକୁ ଚିନ୍ତା ନିମାପଡ଼ା, ଚାନ୍ଦବାଲି appeared first on Dharitri Odia News.
ଭୁବନେଶ୍ୱର,୨୭ା୫(ଅନିଲ ଦାସ): ରାଜ୍ୟରେ ଆସନ୍ତା ଜୁନ ୧ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ହେବାକୁ ଥିବା ଭଦ୍ରକ ଜିଲାର ଚାନ୍ଦବାଲି ଓ ନିମାପଡା ବିଧାନସଭା ଆସନ ବିଜେଡି ପାଇଁ ଚିନ୍ତାର କାରଣ ହୋଇଛି। ନିମାପଡ଼ାର ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାଶ ଭାଜପାକୁ ଯିବା ପରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ବିଜେଡି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଏହି ଆସନରେ ବିଜେଡି ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଥିବା ବେଳେ ଭାଜପାରୁ ପ୍ରଭାତୀ ପରିଡ଼ା ଏବଂ କଂଗ୍ରେସରୁ ସିଦ୍ଧାର୍ଥ ରାଉତରାୟ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଏହି ଆସନ ଲାଗି ବିଜେଡି ୮ ନେତାଙ୍କୁ ନିର୍ବାଚନ ସଂଯୋଜକ ଭାବେ ନିଯୁକ୍ତ କରିଛି। ସେମାନେ ହେଲେ ସୁଭାଶିଷ ଖୁଣ୍ଟିଆ, ଉମାକାନ୍ତ ସାମନ୍ତରାୟ, ରୁଦ୍ର ପ୍ରତାପ ମହାରଥୀ, ରମା ରଞ୍ଜନ ବଳିଆରସିଂହ, ସଂଗ୍ରାମ ପାଇକରାୟ, କମଳ ପାତ୍ର, ସୁନୀଲ ମହାନ୍ତି ଓ ଦିବାକର ପାତ୍ର। ସମୀର କାଳେ ସମୀକରଣ ବଦଳାଇ ଦେବେ ଓ ନିମାପଡ଼ା ଆସନ ଭାଜପା ଖାତାକୁ ଚାଲିଯିବ ଏବେ ବିଜେଡିକୁ ସେହି ଚିନ୍ତା ଘାରିଛି। ବିଜେଡି ଟିକେଟରୁ ୩ ତିନି ଥର ବିଧାୟକ ହୋଇଥିବା ସମୀରଙ୍କୁ ଦଳ ଏଥର ଭରସା କରି ନ ଥିଲା। ସେଥିପାଇଁ ସମୀର ଅସନ୍ତୁଷ୍ଟ ଥିଲେ। ଅନେକ ହଜାର କର୍ମୀଙ୍କୁ ନେଇ ବାରମ୍ବାର ଶକ୍ତି ପ୍ରଦର୍ଶନ କରି ବିଜେଡି ପ୍ରାର୍ଥୀ ବଦଳାଇବା ପାଇଁ ଚାପ ପ୍ରୟୋଗ କରିଥିଲେ। ଏଥିରେ ସେ ସଫଳ ହୋଇ ପାରି ନ ଥିଲେ। ଶେଷରେ ସେ ଭାଜପାରେ ଯୋଗ ଦେଇଥିଲେ। ସମୀର ଭାଜପାରେ ଯୋଗ ଦେବା ପରେ ପ୍ରଭାତୀଙ୍କ ବିଜୟ ସମ୍ଭାବନା ବଢ଼ି ଯାଇଥିବା ନେଇ ଆଲୋଚନା ହେଉଛି। ସମୀରଙ୍କୁ ଚେକ ଦେବାକୁ ବିଜେଡିର ଏହି ୮ ନିର୍ବାଚନ ସଂଯୋଜକ ଏବେ ନିର୍ବାଚନ ମଣ୍ଡଳୀରେ ଡେରା ପକାଇ ସାରିଲେଣି। ଯଦି ଭାଜପା ପ୍ରାର୍ଥୀ ବିଜୟୀ ହୁଅନ୍ତି ତେବେ ସମସ୍ତ ଶ୍ରେୟ ସମୀରଙ୍କୁ ଯାଇ ପାରେ। ସମୀର ମଧ୍ୟ ନିଜର ପତିଆର ବଜାୟ ରଖିବାକୁ ଭାଜପା ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ପଣ କରିଥିବା କୁହାଯାଉଛି। ସେଠାରେ ଭାଜପା ଓ ବିଜେଡି ମଧ୍ୟରେ ରୋଚକ ଲଢେଇ ହେବାକୁ ଯାଉଛି।
ଅନ୍ୟ ପକ୍ଷରେ ଭଦ୍ରକ ଜିଲାର ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟ ବିଜେଡି ଓ ଭାଜପା ପାଇଁ ସମ୍ମାନର ବିଷୟ ହୋଇଛି। ଏଠାରେ ବିଜେଡିରୁ ବ୍ୟୋମକେଶ ରାୟ ଓ ଭାଜପାରୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ମଧ୍ୟରେ କଡା ଟକ୍କର ହେଉଛି। ଭାଜପା ପାଇଁ ଏହି ଆସନ ସମ୍ମାନର ବିଷୟ ହୋଇଥିବା ବେଳେ ବିଜେଡି ଏହାକୁ ହରାଇବାକୁ ଚାହୁଁ ନାହିଁ। ମନମୋହନ ମଧ୍ୟ ଏହି ଆସନରୁ ବିଜୟୀ ହେବାକୁ ସମସ୍ତ କଳ, ବଳ କୌଶଳ ଖଟାଉଛନ୍ତି। ଅନ୍ୟ ପକ୍ଷରେ ଏହି ଆସନକୁ ହାତଛଡା ନ କରିବାକୁ ବିଜେଡି ମଧ୍ୟ ନୂତନ ରଣ କୌଶଳ ଆପଣାଇଛି। ଏହି ନିର୍ବାଚନ ମଣ୍ଡଳୀ ପାଇଁ ୮ ଜଣଙ୍କୁ ନିର୍ବାଚନ ସଂଯୋଜକ ନିଯୁକ୍ତ କରିଛି। ସେମାନେ ହେଲେ ଚନ୍ଦ୍ର ସାରଥି ବେହେରା, ପ୍ରଶାନ୍ତ ବେହେରା, ଦେବୀ ରଞ୍ଜନ ତ୍ରିପାଠୀ, ଜଗନ୍ନାଥ ନାୟକ, ମାଧବ ସର୍ଦ୍ଦାର, ପ୍ରକାଶ ଚନ୍ଦ୍ର ବେହେରା, ଦେବପ୍ରିୟ ପାତ୍ର ଏବଂ ରାକେଶ ରାମ। ଏହି ସଂଯୋଜକମାନେ ଚାନ୍ଦବାଲିରେ ଡେରା ପକାଇବା ଆରମ୍ଭ କରି ଦେଇଛନ୍ତି।
The post ବିଜେଡିକୁ ଚିନ୍ତା ନିମାପଡ଼ା, ଚାନ୍ଦବାଲି appeared first on Dharitri Odia News.