ପୋଲିସକୁ ଆକ୍ରମଣ ମାମଲା: ଦୁଇ ଜଣଙ୍କୁ କୋର୍ଟ ଚାଲାଣ

ଗୋପାଳପୁର,୧୮।୩(ନବୀନ ରାଜ ଆଚାରୀ): ଜୁଆ ଆଡ୍ଡା ଉପରେ ଚଡାଉବେଳେ ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ ସୋମବାର ଗୋପାଳପୁର ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ନୋଟିସ ଦେଇ ଛାଡିଥିବା ସୂଚନା ମିଳିଛି। ଗିରଫ ଅଭିଯୁକ୍ତ ହେଲେ କେ ନୂଆଗାଁ ଥାନା ଅଧିନସ୍ଥ ରାଧାମୋହନପୁର ଗ୍ରାମ ରଞ୍ଜନ ସାହୁ (୨୬) ଏବଂ ଚିକିଟି ପେଣ୍ଠର କାହ୍ନୁ ଚରଣ ସାହୁ (୧୯)ବୋଲି ଜଣାପଡିଛି l ସୂଚନା ଅନୁସାରେରେ, ଏହି ଥାନା […] The post ପୋଲିସକୁ ଆକ୍ରମଣ ମାମଲା: ଦୁଇ ଜଣଙ୍କୁ କୋର୍ଟ ଚାଲାଣ appeared first on Dharitri Odia News.

ପୋଲିସକୁ ଆକ୍ରମଣ ମାମଲା: ଦୁଇ ଜଣଙ୍କୁ କୋର୍ଟ ଚାଲାଣ

ଗୋପାଳପୁର,୧୮।୩(ନବୀନ ରାଜ ଆଚାରୀ): ଜୁଆ ଆଡ୍ଡା ଉପରେ ଚଡାଉବେଳେ ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ ସୋମବାର ଗୋପାଳପୁର ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ନୋଟିସ ଦେଇ ଛାଡିଥିବା ସୂଚନା ମିଳିଛି। ଗିରଫ ଅଭିଯୁକ୍ତ ହେଲେ କେ ନୂଆଗାଁ ଥାନା ଅଧିନସ୍ଥ ରାଧାମୋହନପୁର ଗ୍ରାମ ରଞ୍ଜନ ସାହୁ (୨୬) ଏବଂ ଚିକିଟି ପେଣ୍ଠର କାହ୍ନୁ ଚରଣ ସାହୁ (୧୯)ବୋଲି ଜଣାପଡିଛି l
ସୂଚନା ଅନୁସାରେରେ, ଏହି ଥାନା ଅଧିନସ୍ଥ କରାପୁଲୀ ଆର୍ମିଏଡି ଗେଟ ନିକଟରେ ଗତ କିଛି ଦିନ ହେଲା ଜୁଆଆଡ୍ଡା ଚାଲିଥିଲା। ଖବର ପାଇ ଗୋପାଳପୁର ଥାନା ପୋଲିସ ଏକ ଟିମ ଆଡ଼ ଉପରେ ଚଡାଉ କରିଥିଲେ l ଘଟଣାସ୍ଥଳରୁ କିଛି ଜୁଆଡି ଚମ୍ପଟ ମାରିବାରେ ସକ୍ଷମ ହୋଇଥିବା ବେଳେ ତିନି ଜଣଙ୍କୁ ପୋଲିସ କାବୁ କରିବା ସମୟରେ ରଞ୍ଜନ ଓ କାହ୍ନୁଚରଣ ପୋଲିସକୁ ଧମକ ଚମକ ଦେଇ ଆକ୍ରମଣ କରିଥିଲେ l ତାଙ୍କ ଠାରୁ ୬୪ ହଜାର ୧୮୦ ଟଙ୍କା, ତିନୋଟି ମୋବାଇଲ,ଦୁଇଟି ବାଇକ ଓ ତାସ ସାମଗ୍ରୀ ଜବତ କରିଥିଲା l ଏ ନେଇ ଥାନା କେଶ ନ ୧୧୦/୨୪ ଅନୁଯାୟୀ ପୋଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ସୋମବାର ରଞ୍ଜନ ଓ କାନ୍ହୁ ଚରଣ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ପଦାଧିକି ଗ୍ରାମ ବି ଗଙ୍ଗାଙ୍କୁ ପୋଲିସ ସିଆରପିସି ୪୧ (କ)ଧାର ଅନୁସାରେ ନୋଟିସ ଦେଇଥିବା ନେଇ ଭଞ୍ଜବିହାର ଫାଣ୍ଡି ଅଧିକାରୀ ଜନ୍ମମୟ ମଲ୍ଲିକ ସୂଚନା ଦେଇଛନ୍ତି l

The post ପୋଲିସକୁ ଆକ୍ରମଣ ମାମଲା: ଦୁଇ ଜଣଙ୍କୁ କୋର୍ଟ ଚାଲାଣ appeared first on Dharitri Odia News.