ଅସ୍ତ୍ର କାରଖାନାରେ ବଡ଼ ବିସ୍ଫୋରଣ: ୫ ମୃତ, ଅନେକ ଆହତ
ପୁଣେ,୨୪।୧: ମହାରାଷ୍ଟ୍ରର ଭଣ୍ଡାରାରେ ଏକ ଅସ୍ତ୍ର କାରଖାନାରେ ବଡ଼ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ୫ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଆହୁରି ଅନେକ କର୍ମଚାରୀ ଆହତ ହୋଇଥିବା ପ୍ରାଥମିକ ସୂଚନା ରହିଛି। ଏହି ବିସ୍ଫୋରଣ କାରଖାନାର ଆରକେ ଶାଖା ସେକ୍ସନରେ ହୋଇଥିଲା। କାରଖାନାରେ ହୋଇଥିବା ବିସ୍ଫୋରଣ ଏତେ ଭୟାନକ ଥିଲା ଯେ, ଅସ୍ତ୍ରଶସ୍ତ୍ର ତିଆରି ପାଇଁ ବ୍ୟବହୃତ ଭାରୀ ସାମଗ୍ରୀର ଖଣ୍ଡଗୁଡ଼ିକ ଚାରିଆଡ଼େ ବିଛାଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥଳରେ […] The post ଅସ୍ତ୍ର କାରଖାନାରେ ବଡ଼ ବିସ୍ଫୋରଣ: ୫ ମୃତ, ଅନେକ ଆହତ appeared first on Dharitri Odia News.
ପୁଣେ,୨୪।୧: ମହାରାଷ୍ଟ୍ରର ଭଣ୍ଡାରାରେ ଏକ ଅସ୍ତ୍ର କାରଖାନାରେ ବଡ଼ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ୫ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଆହୁରି ଅନେକ କର୍ମଚାରୀ ଆହତ ହୋଇଥିବା ପ୍ରାଥମିକ ସୂଚନା ରହିଛି। ଏହି ବିସ୍ଫୋରଣ କାରଖାନାର ଆରକେ ଶାଖା ସେକ୍ସନରେ ହୋଇଥିଲା।
କାରଖାନାରେ ହୋଇଥିବା ବିସ୍ଫୋରଣ ଏତେ ଭୟାନକ ଥିଲା ଯେ, ଅସ୍ତ୍ରଶସ୍ତ୍ର ତିଆରି ପାଇଁ ବ୍ୟବହୃତ ଭାରୀ ସାମଗ୍ରୀର ଖଣ୍ଡଗୁଡ଼ିକ ଚାରିଆଡ଼େ ବିଛାଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ସାହାଯ୍ୟ କରୁଛି। ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ, ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ଏବଂ ଲୋକମାନେ ଏଣେତେଣେ ଦୌଡ଼ିବାକୁ ଲାଗିଲେ। ଘଟଣାସ୍ଥଳରେ ଏକ ବିରାଟ ଭିଡ଼ ଜମା ହୋଇଛି।
The post ଅସ୍ତ୍ର କାରଖାନାରେ ବଡ଼ ବିସ୍ଫୋରଣ: ୫ ମୃତ, ଅନେକ ଆହତ appeared first on Dharitri Odia News.