ରାଜସ୍ଥାନରେ ବ୍ୟାପୁଛି ‘ମମ୍ପସ୍’ ଭାଇରାସ, ବୁଢା-ପିଲା ସମସ୍ତେ ହେଉଛନ୍ତି ଆକ୍ରାନ୍ତ
ଜୟପୁର ୨୯।୩: ରାଜସ୍ଥାନରେ ଏକ ଭୂତାଣୁ ତୀବ୍ର ବ୍ୟାପିବାରେ ଲାଗିଛି। ଏଥିରେ ଆକ୍ରାନ୍ତ ହୋଇଥିବା ଲୋକେ ଶ୍ରବଣ ଶକ୍ତି ହରାଇଛନ୍ତି ଅଥବା ସେମାନଙ୍କ ଶୁଣିବାର କ୍ଷମତା ହ୍ରାସ ହେଉଛି। ଏହାକୁ ମମ୍ପସ ଭାଇରାସ ବୋଲି କୁହାଯାଉଛି। ସୂଚନା ଅନୁସାରେ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେବା ଯୋଗୁ ୨ ଜଣ ପିଲାଙ୍କ ସମେତ ୬ ଜଣ ଶ୍ରବଣ ଶକ୍ତି ହରାଇଛନ୍ତି। ତେବେ ସବୁଠୁ ବଡ଼ ସମସ୍ୟା ଯାହା ତାହା ହେଉଛି ଭୂତାଣୁର ନିୟନ୍ତ୍ରଣ। ଏ ପର୍ଯ୍ୟନ୍ତ ଭୂତାଣୁ ନିୟନ୍ତ୍ରଣ ନିମନ୍ତେ କୌଣସି ଟିକା ଉପଲବ୍ଧ ହୋଇ ନଥିବାରୁ ଏହା ତୀବ୍ର ବ୍ୟାପିବାରେ ଲାଗିଛି। ମମ୍ପସ ଭାଇରସର ବର୍ଷକୁ ଯେତିକି ଅଭିଯୋଗ ମିଳୁନଥିଲା ଏବେ ଦିନକରେ ସେତିକି ଅଭିଯୋଗ ଆସିବାରେ ଲାଗିଲାଣି। ତେବେ ଆସନ୍ତୁ ଜାଣିବା ମମ୍ପସ୍ ଭାଇରାସ କଣ ଓ ବ୍ୟାପୁଛି କିପରି, ସାଧାରଣ ଫ୍ଲୁ ଠାରୁ ଏହା କିପରି ଭିନ୍ନ?ଏହି ଭାଇରାସ ମୁଖ୍ୟତଃ ସଲାଇଭରି ଗ୍ଲାଣ୍ଡକୁ ଆକ୍ରାନ୍ତ କରୁଛି। ଭୂତାଣୁ ସଂକ୍ରମଣ ଯୋଗୁ ଏହି ଗ୍ଲାଣ୍ଡ ଫୁଲି ଯାଉଛି। ଭୂତାଣୁର ଲକ୍ଷଣ ସଂକ୍ରମିତ ହେବାର ତୁରନ୍ତ ପରେ ଜଣାପଡୁ ନାହିଁ। ସଂକ୍ରମିତ ହେବାର ୨ରୁ ୩ ସପ୍ତାହ ପରେ ଜଣାପଡୁଛି। ଏହି ଭୂତାଣୁ ୨ରୁ ୧୨ ବର୍ଷ ବୟସର ପିଲାଙ୍କୁ ବିଶେଷ ସଂକ୍ରମିତ କରୁଛି। ହେଲେ ଏବେ ବଡ ଲୋକଙ୍କ ଠାରେ ମଧ୍ୟ ଏହି ମାମଲା ବଢୁଥିବା ଦେଖାଯାଉଛି। ଲୋକେ ଛିଙ୍କ, କାସରେ ଆକ୍ରାନ୍ତ ହୋଇ ହସ୍ପିଟାଲକୁ ପହଞ୍ଚୁଛନ୍ତି। ଏହି ଭୂତାଣୁ ଖାସିବା ଓ ଛିଙ୍କ
ଜୟପୁର ୨୯।୩: ରାଜସ୍ଥାନରେ ଏକ ଭୂତାଣୁ ତୀବ୍ର ବ୍ୟାପିବାରେ ଲାଗିଛି। ଏଥିରେ ଆକ୍ରାନ୍ତ ହୋଇଥିବା ଲୋକେ ଶ୍ରବଣ ଶକ୍ତି ହରାଇଛନ୍ତି ଅଥବା ସେମାନଙ୍କ ଶୁଣିବାର କ୍ଷମତା ହ୍ରାସ ହେଉଛି। ଏହାକୁ ମମ୍ପସ ଭାଇରାସ ବୋଲି କୁହାଯାଉଛି। ସୂଚନା ଅନୁସାରେ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେବା ଯୋଗୁ ୨ ଜଣ ପିଲାଙ୍କ ସମେତ ୬ ଜଣ ଶ୍ରବଣ ଶକ୍ତି ହରାଇଛନ୍ତି। ତେବେ ସବୁଠୁ ବଡ଼ ସମସ୍ୟା ଯାହା ତାହା ହେଉଛି ଭୂତାଣୁର ନିୟନ୍ତ୍ରଣ। ଏ ପର୍ଯ୍ୟନ୍ତ ଭୂତାଣୁ ନିୟନ୍ତ୍ରଣ ନିମନ୍ତେ କୌଣସି ଟିକା ଉପଲବ୍ଧ ହୋଇ ନଥିବାରୁ ଏହା ତୀବ୍ର ବ୍ୟାପିବାରେ ଲାଗିଛି।
ମମ୍ପସ ଭାଇରସର ବର୍ଷକୁ ଯେତିକି ଅଭିଯୋଗ ମିଳୁନଥିଲା ଏବେ ଦିନକରେ ସେତିକି ଅଭିଯୋଗ ଆସିବାରେ ଲାଗିଲାଣି। ତେବେ ଆସନ୍ତୁ ଜାଣିବା ମମ୍ପସ୍ ଭାଇରାସ କଣ ଓ ବ୍ୟାପୁଛି କିପରି, ସାଧାରଣ ଫ୍ଲୁ ଠାରୁ ଏହା କିପରି ଭିନ୍ନ?
ଏହି ଭାଇରାସ ମୁଖ୍ୟତଃ ସଲାଇଭରି ଗ୍ଲାଣ୍ଡକୁ ଆକ୍ରାନ୍ତ କରୁଛି। ଭୂତାଣୁ ସଂକ୍ରମଣ ଯୋଗୁ ଏହି ଗ୍ଲାଣ୍ଡ ଫୁଲି ଯାଉଛି। ଭୂତାଣୁର ଲକ୍ଷଣ ସଂକ୍ରମିତ ହେବାର ତୁରନ୍ତ ପରେ ଜଣାପଡୁ ନାହିଁ। ସଂକ୍ରମିତ ହେବାର ୨ରୁ ୩ ସପ୍ତାହ ପରେ ଜଣାପଡୁଛି। ଏହି ଭୂତାଣୁ ୨ରୁ ୧୨ ବର୍ଷ ବୟସର ପିଲାଙ୍କୁ ବିଶେଷ ସଂକ୍ରମିତ କରୁଛି। ହେଲେ ଏବେ ବଡ ଲୋକଙ୍କ ଠାରେ ମଧ୍ୟ ଏହି ମାମଲା ବଢୁଥିବା ଦେଖାଯାଉଛି। ଲୋକେ ଛିଙ୍କ, କାସରେ ଆକ୍ରାନ୍ତ ହୋଇ ହସ୍ପିଟାଲକୁ ପହଞ୍ଚୁଛନ୍ତି। ଏହି ଭୂତାଣୁ ଖାସିବା ଓ ଛିଙ୍କିବା ଦ୍ୱାରା ଜଣକ ଠାରୁ ଆଉ ଜଣକ ପାଖକୁ ଯାଉଛି। କେବଳ ଏତିକି ନୁହେଁ ଏହି ଭୂତାଣୁ ଗୁରୁତର ହେଲେ ହୃଦୟ, କିଡନୀ ଓ ବ୍ରେନକୁ ମଧ୍ୟ ସଂକ୍ରମିତ କରୁଛି।
ଏହି ଭୂତାଣୁ ସଂକ୍ରମଣର ଲକ୍ଷଣ ଫ୍ଲୁ ଭଳି। ଭୂତାଣୁ ସଂକ୍ରମିତ ହେଲେ କାସ, ଛିଙ୍କ, ମୁଣ୍ଡ ବ୍ୟଥା ସହ ଜ୍ୱର ଆସୁଛି। ଏହି ଭୂତାଣୁ ସଂକ୍ରମିତ ହେଲେ କାନ ଆଖପାଖରେ ଫୁଲା ପଡିବା ସହ ଦରଜ ମଧ୍ୟ ହେଉଛି। ଏଣୁ ଏହାକୁ ସାଧାରଣ ଜ୍ୱର ଭାବି ଅବହେଳା କଲେ ସଂକ୍ରମଣ ତୀବ୍ର ହେଉଛି। ୩ ଜଣରୁ ଜଣେ ରୋଗୀଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଉ ନାହିଁ। ଏଥିରେ ୨ରୁ ୩ ସପ୍ତାହ ପରେ ଲକ୍ଷଣ ଦେଖାଯାଉଛି ଯାହା ଏବେ ଚିନ୍ତାର କାରଣ ପାଲଟିଛି।
ରାଜସ୍ଥାନରେ ମମ୍ପସର ସଂକ୍ରମଣ ବୃଦ୍ଧି ଏବେ ସ୍ୱାସ୍ଥ୍ୟ ବିଭାଗକୁ ଚିନ୍ତାରେ ପକାଇଛି। ଏଣୁ ସ୍ୱାସ୍ଥ୍ୟ ବିଭାଗ ସରକାରୀ ଓ ଘରୋଇ ହସ୍ପିଟାଲକୁ ଆସୁଥିବା ଏପରି ମାମଲା ସମ୍ପର୍କରେ ସୂଚନା ମାଗିଛନ୍ତି। ଯାହା ଦ୍ୱାରା ମମ୍ପସ ଆକ୍ରାନ୍ତ ଲୋକଙ୍କ ସୂଚନା ମିଳିପାରିବ। ଏହା ଛଡା ମମ୍ପସରେ ଆକ୍ରାନ୍ତଙ୍କୁ ପୃଥକବାସରେ ରଖିବାକୁ, ମାସ୍କ ବ୍ୟବହାର କରିବାକୁ, ସାବୁନରେ ନିୟମିତ ହାତ ଧୋଇବାକୁ ଓ ଭିଡଭାଡ ସ୍ଥାନକୁ ନ ଯିବାକୁ ବାରଣ କରାଯାଇଛି। ଏଥିରେ ଯଦି କେହି ପିଲା ମମ୍ପସରେ ଆକ୍ରାନ୍ତ ହୁଅନ୍ତି ତାଙ୍କ ଏମଏମଆର ଟିକା ଦେବାକୁ ପରାମର୍ଶ ଦିଆଯାଇଛି।