ବିନିକା ଥାନାରେ ନୂତନ ଭାରତର ନୂଆ ଆଇନ ସଚେତନତା କାର୍ଯ୍ୟକ୍ରମ
ବିନିକା: ସୋମବାରଠାରୁ ସାରା ଦେଶରେ ଲାଗୁ ହୋଇଛି ନୂଆ ଆଇନ। ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନାରେ ନୂତନ ଭାରତର ନୂତନ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଞ୍ଚଳର ବୁଦ୍ଧିଜୀବୀ, ଲୋକ ପ୍ରତିନିଧି, ସାମ୍ୱାଦିକଙ୍କ ସହ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହି ନୂଆ ଆଇନ ସମ୍ପର୍କରେ ସଚେତନ କରାଇଛନ୍ତି। କପରି ଇଂରେଜ ଶାସନ ଅମଳରେ ପ୍ରଣୟନ ହୋଇଥିବା ଆଇପିସି, ସିଆରପିସି ଓ ଆଇଏଏ ବଦଳରେ ବର୍ତମାନ ସରକାର ବିଏନଏସ, ବିଏନଏସଏସ ଓ ବିଏସଏ ଲାଗୁ କରିଛନ୍ତି ସେନେଇ ବୁଝାଇଥିଲେ ଥାନା ଅଧିକାରୀ l କାର୍ଯ୍ୟକ୍ରମରେ ଲୋକଙ୍କୁ ମଧ୍ୟ ନୂଆ ଆଇନ ସମ୍ପର୍କରେ ସଚେତନ କରାଯାଇଛି l
ବିନିକା: ସୋମବାରଠାରୁ ସାରା ଦେଶରେ ଲାଗୁ ହୋଇଛି ନୂଆ ଆଇନ। ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନାରେ ନୂତନ ଭାରତର ନୂତନ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଞ୍ଚଳର ବୁଦ୍ଧିଜୀବୀ, ଲୋକ ପ୍ରତିନିଧି, ସାମ୍ୱାଦିକଙ୍କ ସହ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହି ନୂଆ ଆଇନ ସମ୍ପର୍କରେ ସଚେତନ କରାଇଛନ୍ତି।

କପରି ଇଂରେଜ ଶାସନ ଅମଳରେ ପ୍ରଣୟନ ହୋଇଥିବା ଆଇପିସି, ସିଆରପିସି ଓ ଆଇଏଏ ବଦଳରେ ବର୍ତମାନ ସରକାର ବିଏନଏସ, ବିଏନଏସଏସ ଓ ବିଏସଏ ଲାଗୁ କରିଛନ୍ତି ସେନେଇ ବୁଝାଇଥିଲେ ଥାନା ଅଧିକାରୀ l କାର୍ଯ୍ୟକ୍ରମରେ ଲୋକଙ୍କୁ ମଧ୍ୟ ନୂଆ ଆଇନ ସମ୍ପର୍କରେ ସଚେତନ କରାଯାଇଛି l