୨ ହଜାର ଟଙ୍କା ଋଣ ପାଇଁ ସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ
ବିଶାଖାପାଟଣା, ୧୨।୧୨: ଏକ ଲୋନ୍ ଆପ୍ର ଏଜେଣ୍ଟଙ୍କ ମାନସିକ ନିର୍ଯାତନା ଯୋଗୁ ବିଶାଖାପାଟଣା ନିବାସୀ ସୁରେନ୍ଦ୍ର ନରେନ୍ଦ୍ର(୨୫) ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୮ରେ ସେ ଅଖିଲା ନାମ୍ନୀ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ଖରାପ ପାଣିପାଗ ଯୋଗୁ ମତ୍ସ୍ୟଜୀବୀ ସୁରେନ୍ଦ୍ର କିଛି ଦିନ ଧରି ସମୁଦ୍ରକୁ ମାଛ ଧରିବାକୁ ଯାଇପାରି ନ ଥିଲେ। ତେଣୁ ସେ ଦୈନନ୍ଦିନ ଖର୍ଚ୍ଚ ପାଇଁ ଏକ ଇନଷ୍ଟାଣ୍ଟ ଲୋନ୍ ଆପ୍ରୁ ୨ ହଜାର ଟଙ୍କା ଋଣ ନେଇଥିଲେ। ସପ୍ତାହେ ପରେ […] The post ୨ ହଜାର ଟଙ୍କା ଋଣ ପାଇଁ ସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ appeared first on Dharitri Odia News.
ବିଶାଖାପାଟଣା, ୧୨।୧୨: ଏକ ଲୋନ୍ ଆପ୍ର ଏଜେଣ୍ଟଙ୍କ ମାନସିକ ନିର୍ଯାତନା ଯୋଗୁ ବିଶାଖାପାଟଣା ନିବାସୀ ସୁରେନ୍ଦ୍ର ନରେନ୍ଦ୍ର(୨୫) ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୮ରେ ସେ ଅଖିଲା ନାମ୍ନୀ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ଖରାପ ପାଣିପାଗ ଯୋଗୁ ମତ୍ସ୍ୟଜୀବୀ ସୁରେନ୍ଦ୍ର କିଛି ଦିନ ଧରି ସମୁଦ୍ରକୁ ମାଛ ଧରିବାକୁ ଯାଇପାରି ନ ଥିଲେ। ତେଣୁ ସେ ଦୈନନ୍ଦିନ ଖର୍ଚ୍ଚ ପାଇଁ ଏକ ଇନଷ୍ଟାଣ୍ଟ ଲୋନ୍ ଆପ୍ରୁ ୨ ହଜାର ଟଙ୍କା ଋଣ ନେଇଥିଲେ। ସପ୍ତାହେ ପରେ ଋଣ ପରିଶୋଧ କରିବାକୁ ଲୋନ୍ ଆପ୍ର ଏଜେଣ୍ଟ ସୁରେନ୍ଦ୍ରଙ୍କୁ ଧମକ ଦେବା ସହ ଗାଳିଗୁଲଜ କରିଥିଲା। ସେହିପରି ଏଜେଣ୍ଟ ଜଣକ ଅଖିଲାଙ୍କ ଫଟୋକୁ ଜାଲିଆତି କରି ବିକୃତ କରିଥିଲେ ଓ ଉକ୍ତ ନକଲି ଫଟୋକୁ ସୁରେନ୍ଦ୍ରଙ୍କ ବନ୍ଧୁ ଓ ସମ୍ପର୍କୀୟଙ୍କ ପାଖକୁ ପଠାଇଥିଲେ। ଘଟଣା ସମ୍ପର୍କରେ ଜାଣିବାକୁ ପାଇ ଅଖିଲା ସୁରେନ୍ଦ୍ରଙ୍କୁ ଜଣାଇଥିଲେ। ଏହାପରେ ସୁରେନ୍ଦ୍ର ତୁରନ୍ତ ଲୋନ ପରିଶୋଧ କରିଦେଇଥିଲେ। ତେବେ ଏହାପରେ ମଧ୍ୟ ଏଜେଣ୍ଟ ଜଣକ ଅଖିଲାଙ୍କ ଫଟୋ ନକଲି ଅଶ୍ଳୀଳ ଫଟୋକୁ ବିଭିନ୍ନ ସୋସିଆଲ ମିଡିଆ ଏବଂ ସାଇଟ୍ସରେ ଭାଇରାଲ କରିଥିଲେ। ତେଣୁ ଏଥିରେ ହତୋତ୍ସାହିତ ହୋଇ ସୁରେନ୍ଦ୍ର ଶେଷରେ ଆତ୍ମହତ୍ୟା କରିଛନ୍ତି। ଘଟଣାକୁ ନେଇ ସୁରେନ୍ଦ୍ରଙ୍କ ପରିବାରର ଅଭିଯୋଗ କ୍ରମେ ବିଶାଖାପାଟଣା ପୋଲିସ ତଦନ୍ତ ଆରମ୍ଭ କରିଛି।
The post ୨ ହଜାର ଟଙ୍କା ଋଣ ପାଇଁ ସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ appeared first on Dharitri Odia News.