ଗଡ଼ୁଛି ଘୋଷଣା ସମୟ, ବୈଠକ ପରେ ବୈଠକ ହେଲେ ଛିଣ୍ଡୁନି ଆସନ ଭାଗବଣ୍ଟା !
ନୂଆଦିଲ୍ଲୀ: ବିଜେପି-ବିଜେଡି ମେଣ୍ଟ କରି ଆଗାମୀ ସାଧାରଣ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଦୁଇ ଦଳର ତୁଙ୍ଗ ନେତା ମଧ୍ୟ ଏନେଇ ସଂକେତ ଦେଇ ସାରିଛନ୍ତି । କେବେଳ ଔପଚାରିକ ଘୋଷଣା ବାକି ଥିବା କୁହାଯାଉଥିବା ବେଳେ ଏପେଟେ କିନ୍ତୁ ଆସନ ଭାଗବଣ୍ଟା ଛିଣ୍ଡୁନି । ଆସନ ବୁଝାମଣାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି ।ଦିଲ୍ଲୀ ଗସ୍ତରେ ଥିବା ରାଜ୍ୟ ବିଜେପିର କୋର୍ କମିଟି ସଦସ୍ୟ ପୁଣି ଥରେ ଆଜି ଦଳର ବରିଷ୍ଠ ନେତାଙ୍କ ସହ ବୈଠକ କରିଛନ୍ତି । ତେବେ ସୂତ୍ର ଅନୁସାରେ ଏହି ବୈଠକରେ ଆସନ ଭାଗବଣ୍ଟା ଉପରେ ଆଲୋଚନା ହୋଇଥିବା ବେଳେ କୌଣସି ନିଷ୍କର୍ସରେ ପହଞ୍ଚିପାରି ନାହିଁ । କୁହାଯାଉଛି ଯେ ବିଜେପି ହାତରୁ ଭୁବନେଶ୍ୱର ଏବଂ ପୁରୀ ଆସନ ଯାଇପାରେ । ଯାହାକୁ ନେଇ ମତଭେଦ ରହିଛି ।ପଢନ୍ତୁ: ବିଜେଡିରେ ସାମିଲ୍ ହେଲେ ଅରବିନ୍ଦ ମହାପାତ୍ର, ଶତାଧିକ ସମର୍ଥକଙ୍କ ଗହଣରେ ମିଶିଲେବିଶ୍ବସ୍ତ ସୂତ୍ରରୁ ମିଳିଥବା ସୂଚନା ଅନୁସାରେ ବିଜେପି ଅଧିକ ଲୋକସଭା ସିଟ୍ ଚାହୁଁଛି । ଯେଉଁଥି ପାଇଁ ରାଜ୍ୟର ୨୧ ଲୋକସଭା ଆସନରୁ ବିଜେଡି ନିଜ ପାଖରେ ୪ଟି ରଖି ବିଜେପିକୁ ବାକି ୧୭ ଆସନ ଛାଡିବାକୁ ପ୍ରସ୍ତୁତ ବୋଲି ଚର୍ଚ୍ଚା ହେଉଛି । ବିଧାନସଭା କ୍ଷେତ୍ରରେ କିନ୍ତୁ କମ୍ପରମାଇଜ୍ ମୁଡରେ ନାହିଁ ବିଜେଡି । ରାଜ୍ୟରେ ୧୪୭ ସିଟିରୁ ବିଜେପି ୫୬ ସିଟ୍ ଦାବି କରୁଛି । ବିଜେଡି କିନ୍ତୁ ବିଜେପିକୁ ୪୫ ସିଟ୍ ଦେବାକୁ ଚାହୁଛି । ବିଜେଡିର ଏହି ପ୍ରସ୍ତାବରେ
ନୂଆଦିଲ୍ଲୀ: ବିଜେପି-ବିଜେଡି ମେଣ୍ଟ କରି ଆଗାମୀ ସାଧାରଣ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଦୁଇ ଦଳର ତୁଙ୍ଗ ନେତା ମଧ୍ୟ ଏନେଇ ସଂକେତ ଦେଇ ସାରିଛନ୍ତି । କେବେଳ ଔପଚାରିକ ଘୋଷଣା ବାକି ଥିବା କୁହାଯାଉଥିବା ବେଳେ ଏପେଟେ କିନ୍ତୁ ଆସନ ଭାଗବଣ୍ଟା ଛିଣ୍ଡୁନି । ଆସନ ବୁଝାମଣାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି ।
ଦିଲ୍ଲୀ ଗସ୍ତରେ ଥିବା ରାଜ୍ୟ ବିଜେପିର କୋର୍ କମିଟି ସଦସ୍ୟ ପୁଣି ଥରେ ଆଜି ଦଳର ବରିଷ୍ଠ ନେତାଙ୍କ ସହ ବୈଠକ କରିଛନ୍ତି । ତେବେ ସୂତ୍ର ଅନୁସାରେ ଏହି ବୈଠକରେ ଆସନ ଭାଗବଣ୍ଟା ଉପରେ ଆଲୋଚନା ହୋଇଥିବା ବେଳେ କୌଣସି ନିଷ୍କର୍ସରେ ପହଞ୍ଚିପାରି ନାହିଁ । କୁହାଯାଉଛି ଯେ ବିଜେପି ହାତରୁ ଭୁବନେଶ୍ୱର ଏବଂ ପୁରୀ ଆସନ ଯାଇପାରେ । ଯାହାକୁ ନେଇ ମତଭେଦ ରହିଛି ।
ପଢନ୍ତୁ: ବିଜେଡିରେ ସାମିଲ୍ ହେଲେ ଅରବିନ୍ଦ ମହାପାତ୍ର, ଶତାଧିକ ସମର୍ଥକଙ୍କ ଗହଣରେ ମିଶିଲେ
ବିଶ୍ବସ୍ତ ସୂତ୍ରରୁ ମିଳିଥବା ସୂଚନା ଅନୁସାରେ ବିଜେପି ଅଧିକ ଲୋକସଭା ସିଟ୍ ଚାହୁଁଛି । ଯେଉଁଥି ପାଇଁ ରାଜ୍ୟର ୨୧ ଲୋକସଭା ଆସନରୁ ବିଜେଡି ନିଜ ପାଖରେ ୪ଟି ରଖି ବିଜେପିକୁ ବାକି ୧୭ ଆସନ ଛାଡିବାକୁ ପ୍ରସ୍ତୁତ ବୋଲି ଚର୍ଚ୍ଚା ହେଉଛି । ବିଧାନସଭା କ୍ଷେତ୍ରରେ କିନ୍ତୁ କମ୍ପରମାଇଜ୍ ମୁଡରେ ନାହିଁ ବିଜେଡି । ରାଜ୍ୟରେ ୧୪୭ ସିଟିରୁ ବିଜେପି ୫୬ ସିଟ୍ ଦାବି କରୁଛି । ବିଜେଡି କିନ୍ତୁ ବିଜେପିକୁ ୪୫ ସିଟ୍ ଦେବାକୁ ଚାହୁଛି । ବିଜେଡିର ଏହି ପ୍ରସ୍ତାବରେ ବିଜେପି ରାଜି ହେଉନି । ଯାହାକୁ ନେଇ ସିଟ ସେୟାରିଂ ଅଙ୍କ ଛିଣ୍ଡି ପାରୁନି ବୋଲି କୁହାଯାଉଛି ।