ଦିଲ୍ଲୀରେ ୫୧ ଡିଗ୍ରୀ ପାର୍ କଲା ହିଟ୍ ଇଣ୍ଡେକ୍ସ, IMD କହିଲା କେବେ ମିଳିବ ଆଶ୍ୱସ୍ତି
ନୂଆଦିଲ୍ଲୀ ୧୨/୦୬: ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଚଣ୍ଡ ରୌଦ୍ରତାପ । ତାତି ଓ ଗରମରେ ଆଉଟୁପାଉଟୁ ଦିଲ୍ଲୀ ବାସୀ । ଗରମରେ ଲୋକଙ୍କ ଅବସ୍ଥା ସଂଗୀନ ହେବାରେ ଲାଗିଛି । ବୁଧବାର ବିଭିନ୍ନ ପାଣିପାଗ କେନ୍ଦ୍ରର ତାପମାତ୍ରା ୪୦.୯ ରୁ ୪୫ ଡିଗ୍ରୀ ସେଲସିୟସ୍ ମଧ୍ୟରେ ଥିଲା। ଭାରତୀୟ ପାଣିପାଗ ବିଭାଗ (IMD) ଦିଲ୍ଲୀରେ ପ୍ରବଳ ଗରମ ଯୋଗୁଁ ରେଡ୍ ଆଲର୍ଟ ଜାରି କରିଛି । ଆର୍ଦ୍ରତାକୁ ମିଶାଇଲେ ହିଟ୍ ଇଣ୍ଡେକ୍ସ ଅନୁଯାୟୀ ୫୧.୯ ଡିଗ୍ରୀ ସେଲସିୟସ୍ ପହଞ୍ଚିଛି । ଯାହାକି ବିପଦପୂର୍ଣ୍ଣ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି । IMD ଅନୁଯାୟୀ, ବୁଧବାର ସନ୍ଧ୍ୟା ୫.୩୦ ରେ ଆୟାନଗର ୪୫ ଡିଗ୍ରୀ ସେଲସିୟସ୍ ସହିତ ସବୁଠାରୁ ଅଧିକ ଗରମ ଥିଲା । ଏହା ପରେ ପାଲମ ୪୪.୫ ଡିଗ୍ରୀ ସେଲସିୟସ୍, ରିଜ ୪୩.୬ ଡିଗ୍ରୀ, ପିତାମପୁରା ୪୩.୫ ଡିଗ୍ରୀ, ଲୋଧି ରୋଡ ୪୩.୪ ଡିଗ୍ରୀ, ମୟୂର ବିହାର ୪୦.୯ ଡିଗ୍ରୀ ଥିଲା । ଏହାସହ ସଫଦରଜଙ୍ଗ ସିଟିର ବେସ୍ ଷ୍ଟେସନରେ ୪୩.୩ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। IMD ଅନୁଯାୟୀ, ଆଜି ଅର୍ଥାତ୍ ଗୁରୁବାର ତାପମାତ୍ରା ସମାନ ପରିମାଣର ତାତି ଅନୁଭୂତ ହେବାର ସମ୍ଭାବନା ରହିଛି । ତେବେ ଗୋଟିଏ ଦିନ ପରେ ତାପମାତ୍ରା ଧୀରେ ଧୀରେ ହ୍ରାସ ପାଇବ । ମଙ୍ଗଳବାର ଦିନ ତିନୋଟି ଷ୍ଟେସନରେ ହିଟ୍ୱେଭ୍ ସ୍ଥିତି ରିପୋର୍ଟ ହୋଇଥିବା ବେଳେ, ବୁଧବାର ଦିନ କେବଳ ଗୋଟିଏ ଷ୍ଟେସନ, ଆୟାନଗରରେ ଏପରି ସ୍ଥିତି ରେକର୍ଡ କରାଯାଇ
ନୂଆଦିଲ୍ଲୀ ୧୨/୦୬: ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଚଣ୍ଡ ରୌଦ୍ରତାପ । ତାତି ଓ ଗରମରେ ଆଉଟୁପାଉଟୁ ଦିଲ୍ଲୀ ବାସୀ । ଗରମରେ ଲୋକଙ୍କ ଅବସ୍ଥା ସଂଗୀନ ହେବାରେ ଲାଗିଛି । ବୁଧବାର ବିଭିନ୍ନ ପାଣିପାଗ କେନ୍ଦ୍ରର ତାପମାତ୍ରା ୪୦.୯ ରୁ ୪୫ ଡିଗ୍ରୀ ସେଲସିୟସ୍ ମଧ୍ୟରେ ଥିଲା।
ଭାରତୀୟ ପାଣିପାଗ ବିଭାଗ (IMD) ଦିଲ୍ଲୀରେ ପ୍ରବଳ ଗରମ ଯୋଗୁଁ ରେଡ୍ ଆଲର୍ଟ ଜାରି କରିଛି । ଆର୍ଦ୍ରତାକୁ ମିଶାଇଲେ ହିଟ୍ ଇଣ୍ଡେକ୍ସ ଅନୁଯାୟୀ ୫୧.୯ ଡିଗ୍ରୀ ସେଲସିୟସ୍ ପହଞ୍ଚିଛି । ଯାହାକି ବିପଦପୂର୍ଣ୍ଣ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି । IMD ଅନୁଯାୟୀ, ବୁଧବାର ସନ୍ଧ୍ୟା ୫.୩୦ ରେ ଆୟାନଗର ୪୫ ଡିଗ୍ରୀ ସେଲସିୟସ୍ ସହିତ ସବୁଠାରୁ ଅଧିକ ଗରମ ଥିଲା । ଏହା ପରେ ପାଲମ ୪୪.୫ ଡିଗ୍ରୀ ସେଲସିୟସ୍, ରିଜ ୪୩.୬ ଡିଗ୍ରୀ, ପିତାମପୁରା ୪୩.୫ ଡିଗ୍ରୀ, ଲୋଧି ରୋଡ ୪୩.୪ ଡିଗ୍ରୀ, ମୟୂର ବିହାର ୪୦.୯ ଡିଗ୍ରୀ ଥିଲା ।
ଏହାସହ ସଫଦରଜଙ୍ଗ ସିଟିର ବେସ୍ ଷ୍ଟେସନରେ ୪୩.୩ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। IMD ଅନୁଯାୟୀ, ଆଜି ଅର୍ଥାତ୍ ଗୁରୁବାର ତାପମାତ୍ରା ସମାନ ପରିମାଣର ତାତି ଅନୁଭୂତ ହେବାର ସମ୍ଭାବନା ରହିଛି । ତେବେ ଗୋଟିଏ ଦିନ ପରେ ତାପମାତ୍ରା ଧୀରେ ଧୀରେ ହ୍ରାସ ପାଇବ ।
ମଙ୍ଗଳବାର ଦିନ ତିନୋଟି ଷ୍ଟେସନରେ ହିଟ୍ୱେଭ୍ ସ୍ଥିତି ରିପୋର୍ଟ ହୋଇଥିବା ବେଳେ, ବୁଧବାର ଦିନ କେବଳ ଗୋଟିଏ ଷ୍ଟେସନ, ଆୟାନଗରରେ ଏପରି ସ୍ଥିତି ରେକର୍ଡ କରାଯାଇଛି। ଆଇଏମଡି ବୁଲେଟିନ୍ କହିଛି ଯେ ଏହି ତାପମାତ୍ରା ସାଧାରଣଠାରୁ ତିନିରୁ ଚାରି ଡିଗ୍ରୀ ସେଲସିୟସ୍ ଅଧିକ ଥିଲା ।
ଯାହା ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ ହିଟ୍ୱେଭ୍ ସ୍ଥିତି ଜାରି ରହିବାର ସମ୍ଭାବନା ଅଛି । ଲୋକଙ୍କୁ ହାଇଡ୍ରେଟେଡ୍ ରହିବା, ସିଧାସଳଖ ସୂର୍ଯ୍ୟକିରଣ ଠାରୁ ଦୂରେଇ ରହିବା ଓ କମ୍ ବାହାରକୁ ଯିବାକୁ ପରାମର୍ଶ ଦିଆଯାଇଛି । ବିଶେଷକରି ଜୁନ୍ ୧୩ ତାରିଖରୁ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ।