୨୦୩୦ ମସିହା ସୁଦ୍ଧା ରାଜ୍ୟକୁ ଜଳାତଙ୍କ ମୁକ୍ତ କରିବା ସରକାରଙ୍କ ଲକ୍ଷ୍ୟ; ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର,୩।୮: ରାଜ୍ୟକୁ ୨୦୩୦ ମସିହା ସୁଦ୍ଧା ଜଳାତଙ୍କମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ୍ କହିଛନ୍ତି । ସେ କହିଛନ୍ତି, ଏହି ଲକ୍ଷ୍ୟ ହାସଲ କରିବାପାଇଁ ବୁଲାକୁକୁରଙ୍କୁ ଟିକ ଦିଆଯିବା ନେଇ ବ୍ୟବସ୍ଥା କରାଯିବ । ଏଥିପାଇଁ ନଗର ଉନ୍ନୟନ ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଶ୍ରୀ ମହାଲିଙ୍ଗ୍ କହିଛନ୍ତି । ସେହିପରି ରାଜ୍ୟରେ ସରକାର ପରିବର୍ତନ ହେଲେ ମଧ୍ୟ ବର୍ତ୍ତମାନ ସବୁ […] The post ୨୦୩୦ ମସିହା ସୁଦ୍ଧା ରାଜ୍ୟକୁ ଜଳାତଙ୍କ ମୁକ୍ତ କରିବା ସରକାରଙ୍କ ଲକ୍ଷ୍ୟ; ସ୍ୱାସ୍ଥ୍ୟମନ୍ତ୍ରୀ appeared first on Dharitri Odia News.
ଭୁବନେଶ୍ୱର,୩।୮: ରାଜ୍ୟକୁ ୨୦୩୦ ମସିହା ସୁଦ୍ଧା ଜଳାତଙ୍କମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ୍ କହିଛନ୍ତି । ସେ କହିଛନ୍ତି, ଏହି ଲକ୍ଷ୍ୟ ହାସଲ କରିବାପାଇଁ ବୁଲାକୁକୁରଙ୍କୁ ଟିକ ଦିଆଯିବା ନେଇ ବ୍ୟବସ୍ଥା କରାଯିବ । ଏଥିପାଇଁ ନଗର ଉନ୍ନୟନ ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଶ୍ରୀ ମହାଲିଙ୍ଗ୍ କହିଛନ୍ତି ।
ସେହିପରି ରାଜ୍ୟରେ ସରକାର ପରିବର୍ତନ ହେଲେ ମଧ୍ୟ ବର୍ତ୍ତମାନ ସବୁ ସରକାରୀ ଓ ଘରୋଇ ହସ୍ପିଟାଲ୍ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା – ବି.ଏସ୍.କେ.ୱାଇ. ଜାରି ରହିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ୍ କହିଛନ୍ତି। ବଜେଟ୍ରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାପାଇଁ ବ୍ୟବସ୍ଥା କରାଯାଇଛି । ପର୍ଯ୍ୟାୟକ୍ରମେ ରାଜ୍ୟରେ ଏହି ଯୋଜନା ଲାଗୁ ହେବ ବୋଲି ସେ କହିଛନ୍ତି ।
The post ୨୦୩୦ ମସିହା ସୁଦ୍ଧା ରାଜ୍ୟକୁ ଜଳାତଙ୍କ ମୁକ୍ତ କରିବା ସରକାରଙ୍କ ଲକ୍ଷ୍ୟ; ସ୍ୱାସ୍ଥ୍ୟମନ୍ତ୍ରୀ appeared first on Dharitri Odia News.