ଜୋରିମାନା ଦାଖଲ କଲେ ଉପମୁଖ୍ୟମନ୍ତ୍ରୀ

କଟକ : ପାଟଣାଗଡ଼ ବିଧାନସଭା ନିର୍ବାଚନ ମାମଲାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ହାଇକୋର୍ଟ ବାର୍‌‌ ଆଇନଜୀବୀ କଲ୍ୟାଣ ପାଣ୍ଠିରେ ୨ ହଜାର ଟଙ୍କାର ଜୋରିମାନା ଅର୍ଥ ଦାଖଲ କରିଛନ୍ତି। ଏଥିସହ ଉପମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆଉ ଦୁଇଟି ଅନ୍ତରୀଣ ପିଟିସନ୍‌‌ ମଧ୍ୟ ଦାଖଲ କରାଯାଇଥିବା ଅଦାଲତଙ୍କୁ ଅବଗତ କରାଯାଇଛି। ଗୋଟିଏ ଅନ୍ତରୀଣ ପିଟିସନ୍‌‌ରେ ଏହି ମାମଲାକୁ ଶୁଣାଣି ପୂର୍ବରୁ ଖାରଜ ପାଇଁ ପ୍ରାର୍ଥନା କରାଯାଇଛି। ଅନ୍ୟ ଏକ ପିଟିସନ୍‌‌ରେ ମାମଲାର ଶୁଣାଣି ଗଣମାଧ୍ୟମରେ ପ୍ରକାଶ ଉପରେ ରୋକ୍‌‌ […]

ଜୋରିମାନା ଦାଖଲ କଲେ ଉପମୁଖ୍ୟମନ୍ତ୍ରୀ

କଟକ : ପାଟଣାଗଡ଼ ବିଧାନସଭା ନିର୍ବାଚନ ମାମଲାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ହାଇକୋର୍ଟ ବାର୍‌‌ ଆଇନଜୀବୀ କଲ୍ୟାଣ ପାଣ୍ଠିରେ ୨ ହଜାର ଟଙ୍କାର ଜୋରିମାନା ଅର୍ଥ ଦାଖଲ କରିଛନ୍ତି। ଏଥିସହ ଉପମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆଉ ଦୁଇଟି ଅନ୍ତରୀଣ ପିଟିସନ୍‌‌ ମଧ୍ୟ ଦାଖଲ କରାଯାଇଥିବା ଅଦାଲତଙ୍କୁ ଅବଗତ କରାଯାଇଛି। ଗୋଟିଏ ଅନ୍ତରୀଣ ପିଟିସନ୍‌‌ରେ ଏହି ମାମଲାକୁ ଶୁଣାଣି ପୂର୍ବରୁ ଖାରଜ ପାଇଁ ପ୍ରାର୍ଥନା କରାଯାଇଛି। ଅନ୍ୟ ଏକ ପିଟିସନ୍‌‌ରେ ମାମଲାର ଶୁଣାଣି ଗଣମାଧ୍ୟମରେ ପ୍ରକାଶ ଉପରେ ରୋକ୍‌‌ ଲଗାଇବା ପାଇଁ ମଧ୍ୟ ପ୍ରାର୍ଥନା କରାଯାଇଛି। ଏହି ଦୁଇଟି ଅନ୍ତରୀଣ ପିଟିସନ୍‌‌ ଉପରେ ଆବେଦନକାରୀ ପ୍ରତି ଜବାବ ରଖିବେ ବୋଲି ଅଦାଲତଙ୍କଠାରୁ ସମୟ ଲୋଡ଼ିଥିଲେ। ମାମଲାର ଶୁଣାଣି ମାର୍ଚ୍ଚ ୭କୁ ଧାର୍ଯ୍ୟ କରିଛନ୍ତି।