ଦେଶ ବାହାରେ ସବୁଠାରୁ ମହଙ୍ଗା ଘର; ଅମ୍ବାନୀ, ଆଦାନୀ କି ଟାଟା ନୁହଁନ୍ତି, ଏ ହେଉଛନ୍ତି ମାଲିକ...

ନୂଆଦିଲ୍ଲୀ ୦୩।୦୪: ସାରା ବିଶ୍ବରେ ଭାରତୀୟଙ୍କ ଦବ୍‌ଦବା । କେତେବେଳେ ନିଜର ଧନ ଯୋଗୁଁ ଚର୍ଚ୍ଚାରେ ତ ଆଉ କେତେବେଳେ ନୂଆ ଘରକୁ ନେଇ ରହିଥାନ୍ତି ଚର୍ଚ୍ଚାରେ । ପ୍ରଥମେ ଲକ୍ଷ୍ମୀ ମିତ୍ତଲଙ୍କ ଲଣ୍ଡନରେ ଘର କିଣି ରେକର୍ଡ କରିଥିଲେ । ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ଖବରରେ କିଛି ଦିନ ପୂର୍ବେ ବ୍ରେକ୍‌ ଲାଗିଛି । କାରଣ ଦେଶ ବାହାରେ ସବୁଠାରୁ ମହଙ୍ଗା ଘର କିଣିଛନ୍ତି ଜଣେ ଭାରତୀୟ ଅରବପତି । ଏହି ବ୍ୟକ୍ତି ହେଉଛନ୍ତି ଭାରତୀୟ ମୂଳ ଅରବପତି ବ୍ୟବସାୟୀ ପଙ୍କଜ ଓସୱାଲ ଏବଂ ତାଙ୍କ ପତ୍ନୀ ରାଧିକା ଓସୱାଲ । ଏମାନେ ସ୍ୱିଜରଲ୍ୟାଣ୍ଡରେ ହଜାରେ କୋଟିରୁ ଅଧିକ ଟଙ୍କାର ଏକ ଭିଲ୍ଲା କିଣିଛନ୍ତି। ଯାହା ଦେଖିବାକୁ ଖୁବ୍‌ ସୁନ୍ଦର । ଏକ ରିପୋର୍ଟ ଅନୁଯାୟୀ, ଓସୱାଲ ପରିବାରର ଏହି ନୂଆ ଘର ସ୍ୱିଜରଲ୍ୟାଣ୍ଡର ଜେନେଭା ସହର ନିକଟ ଗିଗିନ୍ସରେ ରହିଛି । ଭିଲ୍ଲାଟି ୪.୩୦ ଲକ୍ଷ ବର୍ଗଫୁଟରର । ଆଲିଶାନ୍‌ ଭିଲ୍ଲାଟିର ନାଁ ହେଉଛି ‘ବିଲ୍ଲାବାରୀ’   । ଏହାର ଦାମ୍‌ ପ୍ରାୟ ୨୦୦ ନିୟୁତ ଡଲାର । ଅର୍ଥାତ୍‌ ଭାରତୀୟ ଦାମ୍‌ ଅନୁଯାୟୀ ପଙ୍କଜ ଓସୱାଲ ଏହି ଭିଲ୍ଲାକୁ ପ୍ରାୟ ୧୬୫୦ କୋଟିରେ କିଣିଛନ୍ତି । ତେବେ ‘ବିଲ୍ଲାବାରୀ’କୁ ଦୁନିଆର ସବୁଠୁ ଦାମୀ ଘର ବୋଲି କୁହାଯାଉଛି । ଜାଣି ଆଶ୍ଚର୍ଯ୍ୟ ହେବେ ଭିଲ୍ଲା ୧୦୦ ବର୍ଷରୁ ଅଧିକ ପୁରୁଣା । ଏହା ପ୍ରଥମେ ୧୯୦୨ ମସିହାରେ ସ୍ୱିଜରଲ୍ୟାଣ୍ଡର ଜଣେ ଧନୀ ବ୍ୟକ୍ତିଙ୍କ ଦ୍ୱାରା ତିଆରି କର

ଦେଶ ବାହାରେ ସବୁଠାରୁ ମହଙ୍ଗା ଘର; ଅମ୍ବାନୀ, ଆଦାନୀ କି ଟାଟା ନୁହଁନ୍ତି, ଏ ହେଉଛନ୍ତି ମାଲିକ...

ନୂଆଦିଲ୍ଲୀ ୦୩।୦୪: ସାରା ବିଶ୍ବରେ ଭାରତୀୟଙ୍କ ଦବ୍‌ଦବା । କେତେବେଳେ ନିଜର ଧନ ଯୋଗୁଁ ଚର୍ଚ୍ଚାରେ ତ ଆଉ କେତେବେଳେ ନୂଆ ଘରକୁ ନେଇ ରହିଥାନ୍ତି ଚର୍ଚ୍ଚାରେ । ପ୍ରଥମେ ଲକ୍ଷ୍ମୀ ମିତ୍ତଲଙ୍କ ଲଣ୍ଡନରେ ଘର କିଣି ରେକର୍ଡ କରିଥିଲେ । ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ଖବରରେ କିଛି ଦିନ ପୂର୍ବେ ବ୍ରେକ୍‌ ଲାଗିଛି । କାରଣ ଦେଶ ବାହାରେ ସବୁଠାରୁ ମହଙ୍ଗା ଘର କିଣିଛନ୍ତି ଜଣେ ଭାରତୀୟ ଅରବପତି । 

ଏହି ବ୍ୟକ୍ତି ହେଉଛନ୍ତି ଭାରତୀୟ ମୂଳ ଅରବପତି ବ୍ୟବସାୟୀ ପଙ୍କଜ ଓସୱାଲ ଏବଂ ତାଙ୍କ ପତ୍ନୀ ରାଧିକା ଓସୱାଲ । ଏମାନେ ସ୍ୱିଜରଲ୍ୟାଣ୍ଡରେ ହଜାରେ କୋଟିରୁ ଅଧିକ ଟଙ୍କାର ଏକ ଭିଲ୍ଲା କିଣିଛନ୍ତି। ଯାହା ଦେଖିବାକୁ ଖୁବ୍‌ ସୁନ୍ଦର । ଏକ ରିପୋର୍ଟ ଅନୁଯାୟୀ, ଓସୱାଲ ପରିବାରର ଏହି ନୂଆ ଘର ସ୍ୱିଜରଲ୍ୟାଣ୍ଡର ଜେନେଭା ସହର ନିକଟ ଗିଗିନ୍ସରେ ରହିଛି । ଭିଲ୍ଲାଟି ୪.୩୦ ଲକ୍ଷ ବର୍ଗଫୁଟରର । ଆଲିଶାନ୍‌ ଭିଲ୍ଲାଟିର ନାଁ ହେଉଛି ‘ବିଲ୍ଲାବାରୀ’   । 

ଏହାର ଦାମ୍‌ ପ୍ରାୟ ୨୦୦ ନିୟୁତ ଡଲାର । ଅର୍ଥାତ୍‌ ଭାରତୀୟ ଦାମ୍‌ ଅନୁଯାୟୀ ପଙ୍କଜ ଓସୱାଲ ଏହି ଭିଲ୍ଲାକୁ ପ୍ରାୟ ୧୬୫୦ କୋଟିରେ କିଣିଛନ୍ତି । ତେବେ ‘ବିଲ୍ଲାବାରୀ’କୁ ଦୁନିଆର ସବୁଠୁ ଦାମୀ ଘର ବୋଲି କୁହାଯାଉଛି । ଜାଣି ଆଶ୍ଚର୍ଯ୍ୟ ହେବେ ଭିଲ୍ଲା ୧୦୦ ବର୍ଷରୁ ଅଧିକ ପୁରୁଣା । ଏହା ପ୍ରଥମେ ୧୯୦୨ ମସିହାରେ ସ୍ୱିଜରଲ୍ୟାଣ୍ଡର ଜଣେ ଧନୀ ବ୍ୟକ୍ତିଙ୍କ ଦ୍ୱାରା ତିଆରି କରାଯାଇଥିଲା ।  ପରେ ଏହାକୁ ଗ୍ରୀକ୍ ସିପିଂ ବ୍ୟବସାୟୀ ଆରିଷ୍ଟୋଟଲ୍ ଓନାସିସ୍ କିଣିଥିଲେ । 

ବର୍ତ୍ତମାନ ଓସୱାଲ ଏହାକୁ କିଣିଛନ୍ତି। ଏହି ଲଗଜୁରୀ ଭିଲ୍ଲାରେ ୧୨ଟି ବେଡ୍‌ରୁମ୍‌, ୧୭ଟି ବାଥରୁମ୍, ଗୋଟିଏ ସୁଇମିଂ ପୁଲ୍, ଟେନିସ୍ କୋର୍ଟ, ହେଲିପ୍ୟାଡ୍, ସିନେମା ହଲ୍, ୱାଇନ୍ ସେଲାର୍ ଏବଂ ସ୍ପା ରହିଛି । ଓସୱାଲ ପରିବାର ନିଜ ଆବଶ୍ୟକତା ଅନୁଯାୟୀ ଏହି ଭିଲ୍ଲାକୁ ରେନବେଟ୍‌ କରିଛନ୍ତି ।  ତେବେ ଏହି ଭିଲ୍ଲାର ଇଣ୍ଟରିଅର୍‌ ଡିଜାଇନ୍‌ ପ୍ରସିଦ୍ଧ ଡିଜାଇନର୍ ଜେଫ୍ରି ବିଲ୍‌କିସ୍‌ ଡିଜାଇନ୍ କରିଛନ୍ତି ।  ଆଉ ଏହି କାମ ପାଇଁ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । 

ବିଲ୍‌କିସ୍‌ ପୂର୍ବରୁ ଓବରୋଇ ରାଜଭିଲାସ୍, ଓବରୋଇ ଉଦୟଭିଲାସ୍ ଏବଂ ଲୀଲା ହୋଟେଲ୍ର ମଧ୍ୟ ଡିଜାଇନ୍ କରିଛନ୍ତି । ତେବେ ପଙ୍କଜ ଓସୱାଲଙ୍କ କଥା କହିବାକୁ ଗଲେ ପଙ୍କଜ ହେଉଛନ୍ତି ଭାରତୀୟ ଶିଳ୍ପପତି ଅଭୟ କୁମାର ଓସୱାଲଙ୍କ ପୁଅ । ଯିଏ ଓସୱାଲ ଏଗ୍ରୋ ମିଲ୍ସ ଏବଂ ଓସୱାଲ ଗ୍ରୀଣ୍ଟେକ୍ ଭଳି କମ୍ପାନୀର ପ୍ରତିଷ୍ଠା କରିଥିଲେ। ପଙ୍କଜ ଓସୱାଲ ବର୍ତ୍ତମାନ ଓସୱାଲ ଗ୍ରୁପ ଗ୍ଲୋବାଲର ବ୍ୟବସାୟ ପରିଚାଳନା କରୁଛନ୍ତି । 

ଯାହାର ବ୍ୟବସାୟ ପେଟ୍ରୋ କେମିକାଲ୍ସ, ରିଏଲ୍ ଇଷ୍ଟେଟ୍, ଫଟିଲାଇଜର ଏବଂ ମାଇନ୍ସ  ପରି କ୍ଷେତ୍ରରେ ରହିଛି । ପୂର୍ବରୁ ମଧ୍ୟ ପଙ୍କଜ ଓସୱାଲ ନିଜର ବିଳାସପୂର୍ଣ୍ଣ ଘରକୁ ନେଇ ଚର୍ଚ୍ଚାରେ ରହି ସାରିଛନ୍ତି । ସେ ଅଷ୍ଟ୍ରେଲିଆରେ ଏକ ବିଳାସପୂର୍ଣ୍ଣ ଘର ତିଆରି କରୁଥିଲେ, ଯାହା ଆଇନଗତ ଅସୁବିଧାରେ ପଡ଼ିଥିଲା  । ବର୍ତ୍ତମା ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୩ ବିଲିୟନ ଡଲାର ରହିଛି ।