କୁକୁର ଆକ୍ରମଣରେ ଦେଢବର୍ଷର ଶିଶୁପୁତ୍ର ଗୁରୁତର, ବାରଣ୍ଡାରେ ଶୁଆଇ ଗାଧୋଇବାକୁ ଯାଇଥିଲା ମା’

ପାଟଣା ୪।୫: କେନ୍ଦୁଝର ଜିଲ୍ଲା ପାଟଣା ଥାନା ସ୍ବାମ ମୁଣ୍ଡା ସାହିରେ ଅଘଟଣ । ଦେଢ଼ ବର୍ଷର ଶିଶୁ ପୁତ୍ରକୁ ଘର ବାରଣ୍ଡାରେ ଶୁଆଇ ମାଆ ଗାଧୋଇବା ପାଇଁ ଯାଇଥିବା ସମୟରେ କୁକୁର ଆକ୍ରମଣରେ ଶିଶୁପୁତ୍ର ଗୁରୁତର ହୋଇଛି । ଗୁରୁତର ଶିଶୁପୁତ୍ର ହେଲେ ଗ୍ରାମର ଫୁତୁଲୁ ମୁଣ୍ଡାଙ୍କ ଶିବା ମୁଣ୍ଡା । ଗୁରୁତର ଶିଶୁପୁତ୍ରକୁ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ମୁଣ୍ଡ, ବେକ ଓ ପେଟରେ ଗଭୀର କ୍ଷତ ହୋଇଛି । ଅବସ୍ଥା ଗୁରୁତର ହେବାରୁ ଶିଶୁପୁତ୍ରକୁ ପ୍ରାଥମିକ  ଚିକିତ୍ସା କରାଯିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।You Can Read :ବ୍ରାହ୍ମଣୀରେ ବୁଡିଗଲେ ୩ ସାଙ୍ଗ : ମିଳିଲା ଜଣଙ୍କ ମୃତଦେହ, ଜଣେ ନିଖୋଜ ବେଳେ ଜଣେ ଉଦ୍ଧାର

କୁକୁର ଆକ୍ରମଣରେ ଦେଢବର୍ଷର ଶିଶୁପୁତ୍ର ଗୁରୁତର, ବାରଣ୍ଡାରେ ଶୁଆଇ ଗାଧୋଇବାକୁ ଯାଇଥିଲା ମା’

ପାଟଣା ୪।୫: କେନ୍ଦୁଝର ଜିଲ୍ଲା ପାଟଣା ଥାନା ସ୍ବାମ ମୁଣ୍ଡା ସାହିରେ ଅଘଟଣ । ଦେଢ଼ ବର୍ଷର ଶିଶୁ ପୁତ୍ରକୁ ଘର ବାରଣ୍ଡାରେ ଶୁଆଇ ମାଆ ଗାଧୋଇବା ପାଇଁ ଯାଇଥିବା ସମୟରେ କୁକୁର ଆକ୍ରମଣରେ ଶିଶୁପୁତ୍ର ଗୁରୁତର ହୋଇଛି । ଗୁରୁତର ଶିଶୁପୁତ୍ର ହେଲେ ଗ୍ରାମର ଫୁତୁଲୁ ମୁଣ୍ଡାଙ୍କ ଶିବା ମୁଣ୍ଡା । ଗୁରୁତର ଶିଶୁପୁତ୍ରକୁ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ମୁଣ୍ଡ, ବେକ ଓ ପେଟରେ ଗଭୀର କ୍ଷତ ହୋଇଛି । ଅବସ୍ଥା ଗୁରୁତର ହେବାରୁ ଶିଶୁପୁତ୍ରକୁ ପ୍ରାଥମିକ  ଚିକିତ୍ସା କରାଯିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

You Can Read :

ବ୍ରାହ୍ମଣୀରେ ବୁଡିଗଲେ ୩ ସାଙ୍ଗ : ମିଳିଲା ଜଣଙ୍କ ମୃତଦେହ, ଜଣେ ନିଖୋଜ ବେଳେ ଜଣେ ଉଦ୍ଧାର