ବିଜେଡିର ପ୍ରତିବାଦରେ ପୋଲିସର ଆକ୍ରମଣକୁ ବିରୋଧୀ ଦଳ ନେତାଙ୍କ ନିନ୍ଦା, ଆହତ ନେତାଙ୍କ ସହ କଥା ହେଲେ

ଭୁବନେଶ୍ୱର ୧୬।୭: ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିସିଙ୍କ  ଆତ୍ମଦାହ ଘଟଣାରେ ବିଜୁ ଜନତା ଦଳ ପକ୍ଷରୁ ଲୋକସେବା ଭବନ ଘେରାଉ ଡାକରା ଦିଆଯାଇଥିଲା । ଏଥିରେ ବିଜେଡିର ହଜାର ହଜାର କର୍ମୀ ଶାନ୍ତିପୂର୍ଣ୍ଣ ଭାବରେ ଲୋୟର ପିଏମଜି ଠାରେ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ କରୁଥିବା ବେଳେ  ସେମାନଙ୍କ ଉପରେ ପୋଲିସ ନିର୍ମମ ଓ ଅମାନୁଷିକ ଆକ୍ରମଣକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଡା ଭାଷାରେ ନିନ୍ଦା କରିଛନ୍ତି ।ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କ ଉପରେ ପୋଲିସର ଏଭଳି ଅତ୍ୟାଚାରକୁ ନବୀନ ପଟ୍ଟନାୟକ  ବର୍ବୋରୋଚିତ ବୋଲି ବର୍ଣ୍ଣନା କରିଛନ୍ତି । ଏହି ଘଟଣାରେ ବହୁ ବିଜେଡି କର୍ମୀ ଓ ସାଧାରଣ ଲୋକ  ପୋଲିସ ଆକ୍ରମଣରେ ଆହତ ହେବା ଖବରରେ ନବୀନ ଉଦବେଗ ପ୍ରକାଶ କରିଛନ୍ତି ।ପୋଲିସ ଆକ୍ରମଣରେ ଆହତ ସାଂସଦ ସୁଲତା ଦେଓ, ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଓ ପ୍ରୀତିରଞ୍ଜନ ଘଡ଼ାଇଙ୍କ ସହ ନବୀନ ପଟ୍ଟନାୟକ ଫୋନ୍ ଯୋଗେ କଥା ହୋଇ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ଓ ଆଶୁ ଆରୋଗ୍ୟ କାମନା କରିଥିଲେ ।You Can Read:ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ବିଜେଡିର ଲୋକସେବା ଭବନ ଘେରାଉ ଉଦ୍ୟମ : ପୋଲିସ ସହ ଧସ୍ତାଧସ୍ତି, ଟିୟର ଗ୍ୟାସ୍ ମାଡ଼

ବିଜେଡିର ପ୍ରତିବାଦରେ ପୋଲିସର ଆକ୍ରମଣକୁ ବିରୋଧୀ ଦଳ ନେତାଙ୍କ ନିନ୍ଦା, ଆହତ ନେତାଙ୍କ ସହ କଥା ହେଲେ

ଭୁବନେଶ୍ୱର ୧୬।୭: ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିସିଙ୍କ  ଆତ୍ମଦାହ ଘଟଣାରେ ବିଜୁ ଜନତା ଦଳ ପକ୍ଷରୁ ଲୋକସେବା ଭବନ ଘେରାଉ ଡାକରା ଦିଆଯାଇଥିଲା । ଏଥିରେ ବିଜେଡିର ହଜାର ହଜାର କର୍ମୀ ଶାନ୍ତିପୂର୍ଣ୍ଣ ଭାବରେ ଲୋୟର ପିଏମଜି ଠାରେ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ କରୁଥିବା ବେଳେ  ସେମାନଙ୍କ ଉପରେ ପୋଲିସ ନିର୍ମମ ଓ ଅମାନୁଷିକ ଆକ୍ରମଣକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଡା ଭାଷାରେ ନିନ୍ଦା କରିଛନ୍ତି ।

ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କ ଉପରେ ପୋଲିସର ଏଭଳି ଅତ୍ୟାଚାରକୁ ନବୀନ ପଟ୍ଟନାୟକ  ବର୍ବୋରୋଚିତ ବୋଲି ବର୍ଣ୍ଣନା କରିଛନ୍ତି । ଏହି ଘଟଣାରେ ବହୁ ବିଜେଡି କର୍ମୀ ଓ ସାଧାରଣ ଲୋକ  ପୋଲିସ ଆକ୍ରମଣରେ ଆହତ ହେବା ଖବରରେ ନବୀନ ଉଦବେଗ ପ୍ରକାଶ କରିଛନ୍ତି ।

ପୋଲିସ ଆକ୍ରମଣରେ ଆହତ ସାଂସଦ ସୁଲତା ଦେଓ, ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଓ ପ୍ରୀତିରଞ୍ଜନ ଘଡ଼ାଇଙ୍କ ସହ ନବୀନ ପଟ୍ଟନାୟକ ଫୋନ୍ ଯୋଗେ କଥା ହୋଇ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ଓ ଆଶୁ ଆରୋଗ୍ୟ କାମନା କରିଥିଲେ ।

You Can Read:

ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ବିଜେଡିର ଲୋକସେବା ଭବନ ଘେରାଉ ଉଦ୍ୟମ : ପୋଲିସ ସହ ଧସ୍ତାଧସ୍ତି, ଟିୟର ଗ୍ୟାସ୍ ମାଡ଼