ସ୍ପିଡ୍ ପୋଷ୍ଟରେ ଲକି କୁପନ ପଠାଇ ଲୁଟିବା ଉଦ୍ୟମ ମାରିଲା ଫେଲ୍ , ଥାନାର ଦ୍ବାରସ୍ଥ ହେଲେ ଦମ୍ପତ୍ତି
ଭୁବନେଶ୍ୱର (କେନ୍ୟୁଜ): ସାଇବର କ୍ରାଇମର ନୂଆ ଫର୍ମୁଲା । ସ୍ପିଡ଼ ପୋଷ୍ଟରେ ଲକି କୁପନ ପଠାଇ ଲୁଟିବାକୁ କରୁଛନ୍ତି ଯୋଜନା । ଏଭଳି ଏକ ଠକେଇରୁ ଅଳ୍ପକେ ବର୍ତ୍ତିଗଲେ ଦମ୍ପତି। ଭୁବନେଶ୍ୱର ଚନ୍ଦ୍ରଶେଖର ପୁର ଅଞ୍ଚଳରୁ ଏପରି ଘଟଣା ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଚନ୍ଦ୍ରଶେଖରପୁର ବିଡ଼ିଏ କଲୋନୀର ଦିପକ ମିଶ୍ର ଏକ ନିର୍ଦ୍ଦିଷ୍ଟ ଅନଲାଇନ ଆପରେ ସମସ୍ତ ଜିନିଷ ଅର୍ଡର କରନ୍ତି। ଗତକାଲି ସ୍ପିଡ଼ ପୋଷ୍ଟରେ ଏକ ଅର୍ଡର ଆସିଥିଲା । ଖୋଲିବା […] The post ସ୍ପିଡ୍ ପୋଷ୍ଟରେ ଲକି କୁପନ ପଠାଇ ଲୁଟିବା ଉଦ୍ୟମ ମାରିଲା ଫେଲ୍ , ଥାନାର ଦ୍ବାରସ୍ଥ ହେଲେ ଦମ୍ପତ୍ତି appeared first on KNews Odisha.

ଭୁବନେଶ୍ୱର (କେନ୍ୟୁଜ): ସାଇବର କ୍ରାଇମର ନୂଆ ଫର୍ମୁଲା । ସ୍ପିଡ଼ ପୋଷ୍ଟରେ ଲକି କୁପନ ପଠାଇ ଲୁଟିବାକୁ କରୁଛନ୍ତି ଯୋଜନା । ଏଭଳି ଏକ ଠକେଇରୁ ଅଳ୍ପକେ ବର୍ତ୍ତିଗଲେ ଦମ୍ପତି। ଭୁବନେଶ୍ୱର ଚନ୍ଦ୍ରଶେଖର ପୁର ଅଞ୍ଚଳରୁ ଏପରି ଘଟଣା ସାମ୍ନାକୁ ଆସିଛି ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଚନ୍ଦ୍ରଶେଖରପୁର ବିଡ଼ିଏ କଲୋନୀର ଦିପକ ମିଶ୍ର ଏକ ନିର୍ଦ୍ଦିଷ୍ଟ ଅନଲାଇନ ଆପରେ ସମସ୍ତ ଜିନିଷ ଅର୍ଡର କରନ୍ତି। ଗତକାଲି ସ୍ପିଡ଼ ପୋଷ୍ଟରେ ଏକ ଅର୍ଡର ଆସିଥିଲା । ଖୋଲିବା ପରେ ଯେଉଁ ଆପ୍ରୁ ଜିନିଷ ଅର୍ଡର କରନ୍ତି ସମ୍ପୃକ୍ତ ଆପ୍ ଲୋଗୋ ଥାଇ ୧୧ ଲକ୍ଷ ଟଙ୍କାର ଲକି କୁପନ୍ ବାହାରିଥିଲା । ସେଥିରେ ଥିବା ଚିଠିରେ ମଧ୍ୟ ପୁରସ୍କାର ଜିତିଥିବା ଲେଖା ହୋଇଥିଲା । ଏଥିପାଇଁ ନିଜର ଆକାଉଣ୍ଟ ନମ୍ବରକୁ ଦିଆଯାଇଥିବା ନମ୍ବରରେ ମେସେଜ କରିବାକୁ କୁହାଯାଇଥିଲା । ଆଉ ଏଥିପାଇଁ ଅଗ୍ରୀମ କିଛି ଟଙ୍କା ଡିପୋଜିଟ୍ କରିବାକୁ କୁହାଯାଇଥିଲା । ହେଲେ ଏହା ସାଇବର ଠକଙ୍କ ଚାଲ୍ ଆଉ ଠକେଇ ତରିକା ଜାଣିବା ପରେ ପୋଲିସର ଦ୍ୱାରସ୍ଥ ହୋଇଥିଲେ ଉଭୟ ଦମ୍ପତି ।
The post ସ୍ପିଡ୍ ପୋଷ୍ଟରେ ଲକି କୁପନ ପଠାଇ ଲୁଟିବା ଉଦ୍ୟମ ମାରିଲା ଫେଲ୍ , ଥାନାର ଦ୍ବାରସ୍ଥ ହେଲେ ଦମ୍ପତ୍ତି appeared first on KNews Odisha.