ଗର୍ଜିଲା ଆଉଟ୍ସୋର୍ସିଂ କର୍ମଚାରୀ ମହାସଂଘ, ସମାନ କାମକୁ ସମାନ ଦରମା ଦାବିରେ…
ବଲାଙ୍ଗୀର,୧୨ା୩(ସୁନୀଲ କୁମାର ମହାନ୍ତି): ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ବଲାଙ୍ଗୀର ଜିଲା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତଥା ଜିଲାପାଳଙ୍କ ଜରିଆରେ ୩ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ ଯାଦବ ଭବନ ସମ୍ମୁଖରୁ ମହାସଂଘ ସଦସ୍ୟା, ସଦସ୍ୟ ମାନେ ଏକ ରାଲିରେ ପରିକ୍ରମା କରି ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖକୁ ଆସିଥିଲେ। ସେଠାରେ ନାରାବାଜି କରିଥିଲେ। ଆଉଟସୋର୍ସିଂ ଭଳି ଅମାନବୀୟ ପ୍ରଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରି ସମସ୍ତଙ୍କୁ ସ୍ଥାୟୀ ଚାକିରିପ୍ରଦାନ, ସମାନ କାମକୁ ସମାନ ଦରମା ଏବଂ […] The post ଗର୍ଜିଲା ଆଉଟ୍ସୋର୍ସିଂ କର୍ମଚାରୀ ମହାସଂଘ, ସମାନ କାମକୁ ସମାନ ଦରମା ଦାବିରେ… appeared first on Dharitri Odia News.
ବଲାଙ୍ଗୀର,୧୨ା୩(ସୁନୀଲ କୁମାର ମହାନ୍ତି): ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ବଲାଙ୍ଗୀର ଜିଲା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତଥା ଜିଲାପାଳଙ୍କ ଜରିଆରେ ୩ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ ଯାଦବ ଭବନ ସମ୍ମୁଖରୁ ମହାସଂଘ ସଦସ୍ୟା, ସଦସ୍ୟ ମାନେ ଏକ ରାଲିରେ ପରିକ୍ରମା କରି ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖକୁ ଆସିଥିଲେ। ସେଠାରେ ନାରାବାଜି କରିଥିଲେ। ଆଉଟସୋର୍ସିଂ ଭଳି ଅମାନବୀୟ ପ୍ରଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରି ସମସ୍ତଙ୍କୁ ସ୍ଥାୟୀ ଚାକିରିପ୍ରଦାନ, ସମାନ କାମକୁ ସମାନ ଦରମା ଏବଂ ଉଚ୍ଛେଦ କର୍ମଚାରୀଙ୍କୁ ପୁନଃନିଯୁକ୍ତି କରିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଡେପୁଟି କଲେକ୍ଟର ପ୍ରଶାନ୍ତ ମହାପାତ୍ର ଦାବିପତ୍ର ଗ୍ରହଣ କରିଥିଲେ। ମହାସଂଘ ଉପଦେଷ୍ଟା ହେମନ୍ତ କୁମାର ପଣ୍ଡା, ଜିଲା ସଭାପତି ରାଜେଶ ଝାଙ୍କର, ସମ୍ପାଦକ ଚଞ୍ଚଳ ମିଶ୍ର, ଉପସଭାପତି ଦିଲୀପ ସାହୁ, ପ୍ରମୋଦିନୀ ଭରାସାଗର ଓ ଅନ୍ୟମାନେ ଉପସ୍ଥିତ ଥିଲେ।
The post ଗର୍ଜିଲା ଆଉଟ୍ସୋର୍ସିଂ କର୍ମଚାରୀ ମହାସଂଘ, ସମାନ କାମକୁ ସମାନ ଦରମା ଦାବିରେ… appeared first on Dharitri Odia News.