ଜଳବାୟୁ ପରିବର୍ତ୍ତନ କଫି ଅମଳରେ ବାଧକ

କୋରାପୁଟ,୧୫ା୩(ଅମିତାଭ ବେହେରା): ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଯୋଗୁ ପାଣିପାଗ ଓ ଋତୁଚକ୍ରରେ ସନ୍ତୁଳନ ନଷ୍ଟହେବାରେ ଲାଗିଛି। ଏହାର ଫଳ ସ୍ବରୂପ ଅସ୍ବାଭାବିକ ବର୍ଷା, ଖରା, ଶୀତ ଆଦି ଅନୁଭୂତ ହେଉଛି। ତେବେ ଏହି ଜଳବାୟୁ ପରିବର୍ତ୍ତନ କଫିଚାଷ ଉପରେ ମଧ୍ୟ ପ୍ରଭାବ ପକାଇଛି। ସାରା ବିଶ୍ବରେ କଫି ଚାଷ ଉପରେ ଜଳବାୟୁ ପରିବର୍ତ୍ତନ ପ୍ରଭାବ ପଡ଼ିଥିବା ବେଳେ କୋରାପୁଟରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କୋରାପୁଟ କଫି ଚାଷୀ। […] The post ଜଳବାୟୁ ପରିବର୍ତ୍ତନ କଫି ଅମଳରେ ବାଧକ appeared first on Dharitri Odia News.

ଜଳବାୟୁ ପରିବର୍ତ୍ତନ  କଫି ଅମଳରେ ବାଧକ

କୋରାପୁଟ,୧୫ା୩(ଅମିତାଭ ବେହେରା): ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଯୋଗୁ ପାଣିପାଗ ଓ ଋତୁଚକ୍ରରେ ସନ୍ତୁଳନ ନଷ୍ଟହେବାରେ ଲାଗିଛି। ଏହାର ଫଳ ସ୍ବରୂପ ଅସ୍ବାଭାବିକ ବର୍ଷା, ଖରା, ଶୀତ ଆଦି ଅନୁଭୂତ ହେଉଛି। ତେବେ ଏହି ଜଳବାୟୁ ପରିବର୍ତ୍ତନ କଫିଚାଷ ଉପରେ ମଧ୍ୟ ପ୍ରଭାବ ପକାଇଛି। ସାରା ବିଶ୍ବରେ କଫି ଚାଷ ଉପରେ ଜଳବାୟୁ ପରିବର୍ତ୍ତନ ପ୍ରଭାବ ପଡ଼ିଥିବା ବେଳେ କୋରାପୁଟରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କୋରାପୁଟ କଫି ଚାଷୀ। କୋରାପୁଟ କଫିର ଚାହିଦା ବୃଦ୍ଧି ପାଇଥିବା ଯୋଗୁ ଜିଲାରେ ବର୍ତ୍ତମାନ ୧୭୦୦ହେକ୍ଟର ଜମିରେ କଫି ଚାଷ କରାଯାଉଛି। ଆସନ୍ତା ୩ରୁ ୫ ବର୍ଷ ମଧ୍ୟରେ ୫୦୦୦ ହେକ୍ଟର ଜମିରେ କଫି ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। କୋରାପୁଟରେ ଜଳବାୟୁ, ମୃତ୍ତିକା ଓ ଭୂଭାଗ କଫି ଚାଷ ପାଇଁ ସର୍ବଦା ଅନୁକୂଳ ରହିଛି। ପ୍ରତିବର୍ଷ ଅକ୍ଟୋବର ଶେଷ ସପ୍ତାହ ଆଡ଼କୁ ବର୍ଷା ଛାଡ଼ିଯାଇ ଶୀତ ଆସିବା ପୂର୍ବରୁ ଖରା ପଡ଼ିବାରୁ ଏହା କଫି ଫଳ ପାଚିବାରେ ସହାୟକ ହୋଇଥାଏ। ମାତ୍ର ଗତ ବର୍ଷ କୋରାପୁଟ ଅଞ୍ଚଳରେ ହୋଇଥିବା ଅନିୟମିତ ବୃଷ୍ଟିପାତ ହେତୁ ଚଳିତ ବର୍ଷ କଫି ଚାଷ ବିଶେଷ ପ୍ରଭାବିତ ହୋଇଥିବା ଦଶମନ୍ତପୁର ବ୍ଲକ ଛୋଟାଗୁଡ଼ାସ୍ଥିତ ବ୍ରାଉନ ଭେଲି କଫି ବଗିଚାର କଫି ଉଦ୍ୟୋଗୀ ସୁଜୟ ପ୍ରଧାନ କହିଛନ୍ତି। ଏହି କାରଣରୁ ଶତକଡ଼ା ୩୦ରୁ ୪୦ ଭାଗ କଫି ଉତ୍ପାଦ ହ୍ରାସ ପାଇଥିବା ରାଜୁଗୁଡ଼ାସ୍ଥିତ ସପ୍ତଗିରି କଫି ବଗିଚାର ଉଦ୍ୟୋଗୀ ସୁଶାନ୍ତ ପଣ୍ଡା କହିଛନ୍ତି। କଫିଚାଷୀ ବଦଳୁଥିବା ଜଳବାୟୁ ସହ ଖାପଖୁଆଇ କିପରି ଫଳ ତୋଳିବାରେ ସକ୍ଷମ ହୋଇପାରିବେ ସେଥିପ୍ରତି ଦୃଷ୍ଟିଦେବା ଆବଶ୍ୟକ ବୋଲି ଅନ୍ତର୍ଜାତୀୟ ସଂସ୍ଥା ଟାଟା କଫିର ସ୍ବତନ୍ତ୍ର ଅଧିକାରୀ ଆୟାପ୍ପା କହିଛନ୍ତି। ଜଳବାୟୁର ପରିବର୍ତ୍ତିତ ସ୍ଥିତିକୁ ଦୃଷ୍ଟିରେ ରଖି କଫି ବଗିଚାର କିପରି ସୁପରିଚାଳନା କରି କଫି ଉତ୍ପାଦନକୁ ବୃଦ୍ଧି କରିହେବ ସେ ନେଇ ଆୟାପ୍ପା ସଚେତନ କରାଯାଇଥିବା କେଲାରସ୍ଥିତ ମଧୁ ଏଗ୍ରୋ କଫି ବଗିଚାର ମହିଳା ଉଦ୍ୟୋଗୀ ରାଜେଶ୍ୱରୀ ରେଡ୍ଡି କହିଛନ୍ତି।

The post ଜଳବାୟୁ ପରିବର୍ତ୍ତନ କଫି ଅମଳରେ ବାଧକ appeared first on Dharitri Odia News.